www.samajalive.in
Sunday, December 7, 2025
15.1 C
Bhubaneswar

ବୀଣା ମୁହଁରେ ହସର ସ୍ୱର ଫୁଟାଇଲା ଜନ କଲ୍ୟାଣ ସେବା ଟ୍ରଷ୍ଟ

ରେଙ୍ଗlଲିକେମ୍ପ : କୁହାଯାଏ ସମସ୍ତେ ସୁଖର ସାଥୀ କିନ୍ତୁ ଦୁଃଖର ସାଥୀ କେହି ନୁହନ୍ତି। କିନ୍ତୁ ଜନ  କଲ୍ୟାଣ ସେବା ଟ୍ରଷ୍ଟ  ଅସହାୟ ଲୋକଙ୍କର ଦୁଃଖର ସାଥୀ ହୋଇ ସହାୟତାର ହାତ ବଢ଼ାଇ ପହଞ୍ଚି ଯାଏ ତାର ଦୁଆର ମୁହଁକୁ। ଆଜି ସେମିତି ଏକ ଅସହାୟ ମହିଳା ବୀଣା ନିକଟରେ ପହଞ୍ଚିଥିଲା ଏହି ସେବା ଟ୍ରଷ୍ଟ ।ଅତାବିରା ବ୍ଲକ ଝିଲିମିଣ୍ଡା ଗ୍ରାମର ରଙ୍ଗାଟିକ୍ରା (ଜଗନ୍ନାଥ ପଡ଼ା)ରେ ରହନ୍ତି ବିଧବା ବୀଣା। ସାଙ୍ଗରେ ଦୁଇ ବର୍ଷର ଝିଅ ଓଏକ ବର୍ଷ ର ଛୋଟ ପୁଅ । ସରକାରୀ ଜମିରେ ଥିବା  ପାଲଟଣା କୁଡିଆ ବ୍ୟତୀତ ଅନ୍ୟ କିଛି ସମ୍ବଳ ନଥିଲା ବୀଣାର। ଛୋଟ ଛୁଆଙ୍କୁ ଛାଡି କାମ ଧନ୍ଦା କରିବାକୁ ସେ ଯାଇ ପାରେନି। ଶାଶୁ  ଶ୍ୱଶୁର ଙ୍କୁ ମିଳୁଥିବା ପାଞ୍ଚ କେଜି ଚାଉଳରୁ କିଛି ବୀଣା କୁ ଦେଉଥିଲେ ସେଥିରେ ବୀଣା ଚଳିବା ବହୁତ କଷ୍ଟକର ଥିଲା।ଏହି ଘଟଣା ସମାଜ ଖବର କାଗଜରେ ପ୍ରକାଶିତ କରି ବୀଣାର ଅବସ୍ଥା ଲୋକଲୋଚନକୁ ତଥା ପ୍ରଶାସନର ଦୃଷ୍ଟିକୁ ଆଣିଥିଲେ ଜଣେ ସାମ୍ବାଦିକ। ଏହି ଖବର ପାଇ  ଜନ କଲ୍ୟାଣ ସେବା ଟ୍ରଷ୍ଟ ପହଞ୍ଚିଥିଲା ବୀଣା ପାଖକୁ ପ୍ରାୟ ଦୁଇହଜାର ଟଙ୍କାର ରାସନ୍ ସାମଗ୍ରୀ ସହ କିଛି ଆର୍ଥିକ ସହାୟତା ରାଶି ନେଇ।
ଏହା ବ୍ୟତୀତ ଗୋଟିଏ ବର୍ଷ ପାଇଁ ରାସନ ସାମଗ୍ରୀ ଆଉ ଯଦି ଦରକାର୍ ପଡେ ବର୍ଷ ବର୍ଷ ଧରି ଟ୍ରଷ୍ଟ ପକ୍ଷରୁ ଚାଉଳ ଯୋଗାଇବା ପାଇଁ ପ୍ରତିଶ୍ରୁତି ଦିଆଯାଇଛି।ଏହା ସହ  ସ୍ଥାନୀୟ ଯୁବ ବିଜେଡ଼ି ର ଯାଦବ ଭୁଏ ,ଅସିତ୍ ମହାପାତ୍ର,  ଝିଲିମିଣ୍ଡା ପଞ୍ଚାୟତ ର ଯୋଗାଣ ବିଭାଗ ଅଧିକାରୀ ସୁଧୀର ଆଚାର୍ଯ୍ୟଙ୍କୁ  ଡକାଇ  ଅସହାୟ ବୀଣା କୁ ଆସନ୍ତା ଅଗଷ୍ଟ ମାସରୁ ୩୫ କେଜି ଲେଖାଏଁ ଚାଉଳ ଯୋଗାଇ ଦେବାପାଇଁ  କହିଥିଲେ। ଯାହା ସବୁ ସରକାରୀ ଅନୁଦାନ ମିଳିବା କଥା ତାହା ସବୁ ର କାଗଜ ପତ୍ର କରି ତାଙ୍କୁ ସେଇ ସବୁ ସୁବିଧା ପ୍ରଦାନ କରିବା ପାଇଁ ଟ୍ରଷ୍ଟ ର ପ୍ରତିଷ୍ଠାତା ମୁକୁନ୍ଦ ଦାଶ କହିଥିଲେ। ତେବେ ଏହି ସବୁ ସାହାଯ୍ୟ ପାଇ ବୀଣା ମୁହଁରେ ଖୁସିର ଲହରୀ ଖେଳିଯିବା ସହ ବଞ୍ଚିବାର ଏକ ନୂତନ ଆଶା ଉଙ୍କି ମାରିଥିଲା।  ଦୀର୍ଘ ଦୁଇବର୍ଷ ପରେ ବୀଣା ଗୃହରେ ଆଲୋକ ଜଳିନାହି। ତେଣୁ ବିଜୁଳି ଆଲୁଅର ବ୍ୟବସ୍ଥା ପାଇଁ  ବୀଣା ଟ୍ରଷ୍ଟ କୁ ଗୁହାରି କରିଥିଲେ।ତାହା ମଧ୍ୟ ବ୍ୟବସ୍ଥା କରିବା ପାଇଁ ଗ୍ରାମର ଯୁବ ବିଜେଡ଼ି କର୍ମୀ  ଯାଦବ ଭୁଏ କହିଥିଲେ।
ଏହି ଅବସରରେ ଟ୍ରଷ୍ଟ ର ହୃଷୀକେଶ ଖମାରୀ, ଧର୍ମରାଜ ପ୍ରଧାନ, ଅନୁସୂୟା ଦେବତା ତଥା  ସମାଜ ପ୍ରତିନିଧି ଆକାଶ ମିଶ୍ର ଉପସ୍ଥିତ ଥିଲେ ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories