www.samajalive.in
Monday, December 8, 2025
17.1 C
Bhubaneswar

ରାତି ୮ଟା – ମୁଖ୍ୟ ଖବର

–ଆସନ୍ତାକାଲି ସନ୍ଧ୍ୟାରେ କେନ୍ଦ୍ର ସରକାରଙ୍କ କ୍ୟାବିନେଟ ସମ୍ପ୍ରସାରଣ। ଆସନ୍ତାକାଲି ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ନେଇ ଜାତୀୟ ଗଣମାଧ୍ୟମରେ ସୂଚନା। ଆସନ୍ତାକାଲି ହେବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବିତୀୟ ପାଳିର ପ୍ରଥମ ସମ୍ପ୍ରସାରଣ।

–ରାଜ୍ୟରେ ୫ ବୃହତ ଶିଳ୍ପ ସଂସ୍ଥାର ସମ୍ପ୍ରସାରଣକୁ ମଞ୍ଜୁରୀ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହାଇଲେବୁଲ କ୍ଲିୟରାନ୍ସ କମିଟିର ମଞ୍ଜୁରୀ। ନିବେଶ ହେବ ୧.୪୬ଲକ୍ଷ କୋଟି, ୨୬,୯୫୯ଜଣଙ୍କୁ ନିଯୁକ୍ତି ସୁଯୋଗ। ଭୁଷଣ ଷ୍ଟିଲ, ଟାଟା ଷ୍ଟିଲ, ଜିନ୍ଦଲ ଷ୍ଟିଲ, ରୁଙ୍ଗଟା ମାଇନ୍ସ ସଂପ୍ରସାରଣକୁ ମଞ୍ଜୁରୀ

- Advertisement -

–ବିଶାଖାପାଟଣାରେ ନିର୍ମାଣଧୀନ ଓଭରବ୍ରିଜ ଭୁଶୁଡ଼ି ୨ ମୃତ। ଜାତୀୟ ରାଜପଥ ୫ର ଆନୋକୋପଲି ନିକଟରେ ଓଭରବ୍ରିଜ ଭୁଶୁଡ଼ିଲା। ଓଭରବ୍ରିଜ ତଳେ କିଛି ଗାଡ଼ିମୋଟର ଚାପି ହୋଇ ରହିଥିବା ସୂଚନା।

–ବିପିୟୁଟି ଏମ୍‌ସିଏ ଏବଂ ବି.ଟେକ ପରୀକ୍ଷାଫଳ ପ୍ରକାଶ। ଏମ୍‌ସିଏର ଷଷ୍ଠ ଏବଂ ବି.ଟେକ୍‌ର ଅଷ୍ଟମ ସେମିଷ୍ଟର ପରୀକ୍ଷାଫଳ ପ୍ରକାଶ। ବିପିୟୁଟି ୱେବସାଇଟରୁ ପରୀକ୍ଷାଫଳ ଦେଖିପାରିବେ ଛାତ୍ରଛାତ୍ରୀ

–ରଥଯାତ୍ରାରେ ଛେରାପହଁରା କରିବେ ଗଜପତି ମହାରାଜା ଦିବ୍ୟସିଂହ ଦେବ। ଛେରାପହଁରା ନେଇ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ସୂଚନା।

–ପୁରୀ: ସୁସ୍ଥ ହେଲେ ମହାବାହୁ। ଦଇତାପତି ସେବାୟତଙ୍କ ଶ୍ରୀନଅର ବିଜେ। ଗଜପତିଙ୍କୁ ଶ୍ରୀଜୀଉଙ୍କ ସୁସ୍ଥତା ସମ୍ପର୍କରେ ଜଣାଇଲେ ଦଇତାପତି।

–ଉତ୍କଳ ବିଶ୍ବବିଦ୍ୟାଳୟ ସଂସ୍କୃତ କୋଠାରେ ଅଗ୍ନିକାଣ୍ଡ। ନିଆଁ ଲାଗିବା କାରଣ ଅସ୍ପଷ୍ଟ। ଅଗ୍ନିଶମ ବାହିନୀ ପକ୍ଷରୁ ନିଆଁ ଲିଭାଇବା ଲାଗି ପ୍ରୟାସ ଜାରି। ରହିଛି।

–ଉତ୍କଳ ବିଶ୍ବବିଦ୍ୟାଳୟ ସଂସ୍କୃତ କୋଠାରେ ଅଗ୍ନିକାଣ୍ଡ, ଅଗ୍ନିଶମବାହିନୀ ପକ୍ଷରୁ ଜାରି ରହିଛି ନିଆଁ ଲିଭା ପ୍ରୟାସ

–ଭୁବନେଶ୍ବର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍‌ସ) ପରିସରରେ ଏକ ଅଗ୍ନିଶମ ସେବା କେନ୍ଦ୍ର ଖୋଲାଯିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଞ୍ଜୁର।

–ଭୁବନେଶ୍ବର ଏମ୍‌ସ ପରିସର ଅଗ୍ନିଶମ କେନ୍ଦ୍ରରେ ଜଣେ ଷ୍ଟେସନ ଅଫିସରଙ୍କ ସମେତ ଦଶ ଜଣ କର୍ମଚାରୀ ରହିବେ। ଏଥିପାଇଁ ରାଜ୍ୟ ସରକାର ଦଶଟି ନୂତନ ପଦବୀ ସୃଷ୍ଟି କରିଛନ୍ତି।

–ଭୁବନେଶ୍ବର ଏମ୍‌ସ ପରି ଏକ ସର୍ଵଭାରତୀୟ ଚିକିତ୍ସା ପ୍ରତିଷ୍ଠାନର ଅଗ୍ନି ନିରାପତ୍ତାକୁ ସୁଦୃଢ କରିବାରେ ଏହା  ବିଶେଷ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।

–ସ୍ମାର୍ଟ ସିଟି ଭୁବନେଶ୍ବରରେ ସ୍ମାର୍ଟ ଯୁବତୀଙ୍କ ସ୍ମାର୍ଟ ଚୋରି। ଦାମି ମୋବାଇଲ କିଣିଲେ, ପଇସା ନ ଦେଇ ଫେରାର ହୋଇଗଲେ।

–ଏକ ଲକ୍ଷ ୪୦ହଜାର ଟଙ୍କାର ମୋବାଇଲ ନେଇ ଫେରାର ହୋଇଗଲେ। ସିସିଟିଭି ଫୁଟେଜ ଆଧାରରେ ଯୁବତୀଙ୍କୁ ଧରି ଧାନାକୁ ଆଣିଲା ପୁଲିସ

–କେବଳ ପୁରୀରେ ହେବ ରଥଯାତ୍ରା; ପୁରୀ ବ୍ୟତୀତ ଓଡ଼ିଶାର ଅନ୍ୟତ୍ର ରଥଯାତ୍ରାକୁ ମନାକଲେ ସୁପ୍ରିମକୋର୍ଟ ; କେନ୍ଦ୍ରାପଡା, ଭଟଲି, ନୀଳଗିରି ଓ ବାରିପଦାରେ ରଥଯାତ୍ରା ପାଇଁ କରାଯାଇଥିଲା ଏକାଧିକ ଆବେଦନ

–ଦେଶର ୮ଟି ରାଜ୍ୟ ପାଇଁ ନୂତନ ରାଜ୍ୟପାଳଙ୍କୁ ନିଯୁକ୍ତି ; ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ନୂତନ ରାଜ୍ୟପାଳମାନଙ୍କୁ ନିଯୁକ୍ତି

–୨୮ ଯାତ୍ରୀଙ୍କୁ ନେଇ ଯାଉଥିବା ରୁଷିଆ ବିମାନ ନିଖୋଜ

–ଭାରତୀୟ ଏଣିକି ଯାଇପାରିବେ ଜର୍ମାନୀ

–ଗୁଜରାଟ ହାଇୱେରେ ଏକା ସହ ବୁଲୁଛନ୍ତି ୫ଟି ସିଂହ

–ଗୁରୁଦ୍ୱାରା ଉଦଘାଟନ ପାଇଁ ପଗଡି ପିନ୍ଧିଲେ ସିଙ୍ଗାପୁର ପ୍ରଧାନମନ୍ତ୍ରୀ

–ଦେଶରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ; ୨୪ ଘଣ୍ଟା ମଧ୍ୟରେ ୩୪,୭୦୩ ଜଣ ନୂଆ ସଂକ୍ରମିତ ଚିହ୍ନଟ।

–ଦିନକରେ ୫୧,୮୬୪ ଜଣ କରୋନାରୁ ସୁସ୍ଥ ; ମୋଟ ୨,୯୭,୫୨,୨୯୪ ଜଣ ସୁସ୍ଥ,  ସୁସ୍ଥହାର ୯୭.୧୭%। ସମୁଦାୟ ଦେଶରେ ୪୨.୧୪ କୋଟି ନମୁନା ପରୀକ୍ଷା

–ଓଡ଼ିଶାରେ ଦିନକ ମଧ୍ୟରେ ଆଉ ୨୪୮୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ; ସଂଗରୋଧରୁ ୧୪୨୮ ଓ ସ୍ଥାନୀୟ ସଂକ୍ରମିତ ୧୦୫୯। ରାଜ୍ୟରେ ମୋଟ ୧୪୧୮୮୬୯୫ ନମୁନା ପରୀକ୍ଷା

–୨୮୭୩୦ ଜଣ ସକ୍ରିୟ ସଂକ୍ରମିତ। ରାଜ୍ୟରେ ଦିନକରେ ୫୧ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ; କରୋନା ଜନିତ ମୃତ୍ୟୁସଂଖ୍ୟା ୪୯୯୯

–ଆଜିଠୁ ୪୩ ମାର୍ଗରେ ଗଡ଼ିବ ସରକାରୀ ବସ୍‌ ।

–ସମ୍ପୂର୍ଣ୍ଣ ସୁସ୍ଥ ହେଲେ ମହାପ୍ରଭୁ ରଥରେ ଲାଗିଲା କଳସ

–ସୀମା ନିର୍ଦ୍ଧାରଣ ଆୟୋଗଙ୍କ ଆଜିଠାରୁ ଚାରି ଦିନିଆ ଜାମ୍ମୁ କାଶ୍ମୀର ଗସ୍ତ; ବୈଠକରେ ଯୋଗଦେବେ ନାହିଁ ମେହବୁବା ମୁଫ୍‍ତି

–ଭାରତ ସୀମାରେ ଚୀନ ସୈନ୍ୟଙ୍କ ନେତୃତ୍ୱ ନେଉଥିବା ସେନା ଅଧିକାରୀଙ୍କୁ ପଦୋନ୍ନତି ଦେଲା

–ଚୀନଟୋକିଓ ଅଲିମ୍ପିକ୍‌ସର ଉଦ୍‌ଘାଟନୀ ଉତ୍ସବ : ପତକା ବହନ କରିବେ ମ୍ୟାରୀ କମ୍ ଓ ମନପ୍ରୀତ

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories