www.samajalive.in
Monday, December 8, 2025
17.1 C
Bhubaneswar

ସିର୍କୀଘାଇରେ ୭୨ ତମ ବନ ମହୋତ୍ସବ ପାଳିତ

ଜି ଉଦୟଗିରି: ଜି ଉଦୟଗିରି ବନାଞ୍ଚଳ ଅନ୍ତର୍ଗତ ସୀର୍କିଠାରେ ବନାଞ୍ଚଳ ଅଧୀକାରୀଣି ମିନାକ୍ଷୀ କୁମୁରାଙ୍କ ଅଧ୍ୟକ୍ଷତାରେ ୭୨ ତମ ବନ ମହୋସ୍ଚବରେ ମୁଖ୍ଯ ଅତିଥି ଭାବେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ସୁଶ୍ରୀ ସଙ୍ଗୀତା ଦାସ ଯୋଗ ଦେଇ କନ୍ଧମାଳ ଜିଲ୍ଲା ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଆଦିବାସୀମାନେ ମିଃଖ୍ୟାତଃ ଜଙ୍ଗଲରୁ ଜଙ୍ଗଲ ଜାତ ଦ୍ରବ୍ୟରୁ ୬/୮ ମାସ ଜୀବିକା ନିର୍ବାହ କରିଥାନ୍ତି। ଏଣୁ ବନ ମହୋସ୍ଚବ ମାଧ୍ୟମରେ ଏହାର ରକ୍ଷଣାବେକ୍ଷଣ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।

ଅନ୍ୟତମ ଅତିଥି ଭାବେ ତହସିଲଦାର ଡ. ଜନ୍ମେଜୟ ସାହୁ, ଅବସର ପ୍ରାପ୍ତ ଉପବନ ସଂରକ୍ଷକ ପୂର୍ଣ୍ଣ ଚନ୍ଦ୍ର ଗୁରୁ ପ୍ରାଣୀ ଚିକିତ୍ସା ଅଧିକାରୀ ଡ.ଶ୍ରିପତି ସେଠୀ, ମାଲିକାପଡି ସରପଞ୍ଚ ସଚିଦାନନ୍ଦ ପ୍ରଧାନ, ରାଇକଲା ସରପଞ୍ଚ ସୁରେନ୍ଦ୍ର କୁମାର ପ୍ରଧାନ, ପ୍ରମୁଖ ଉପସ୍ଥିତ ଥିବା ବେଳେ ପୂର୍ବରୁ ବନାଞ୍ଚଳ ତରଫରୁ ଟିଆମୁକୁଲିଙ୍ଗିଆ ଓ ଡାକପଲ୍ଲା ଠାରେ ୭୨ ତମ ବନ ମହୋସ୍ଚବରେ ତହସିଲଦାର ଡ ଜନ୍ମେଜୟ ସାହୁ, ଅତିରିକ୍ତ ତହସିଲଦାର ଅବିନାଶ ମାହାର ଉପସ୍ଥିତରେ ପାଳିତ ହୋଇ ଯାଇଛି। ଆୟୋଜିତ କାର୍ଯ୍ୟକ୍ରମକୁ ବନପାଳ ପ୍ରବିଣ ଦାସ, ରଶ୍ମିତା ବକ୍ସି, ବନରକ୍ଷୀ ସି. ଏଚ୍. ଅନିତା ପାତ୍ର, ପ୍ରତାପ କୁମାର ବେହେରା, ସିନ୍ଧୁ ପତି, ବିଭୁ ରଞ୍ଜନ ସାମନ୍ତ ରାୟ ସମେତ ପାହାଡ ସଂସ୍ଥା ଟିମ୍ ଲିଡର୍ ସଞ୍ଜୟ କୁମାର ନାୟକ, ସୁଧା ରଞ୍ଜନ ଦିଗାଲ ପ୍ରମୁଖ ସହଯୋଗ କରିଥିଲେ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories