www.samajalive.in
Tuesday, December 9, 2025
17.1 C
Bhubaneswar

ଗର୍ଭବତୀ ମହିଳା ନିଜ ଶରୀର ପ୍ରତି ଅଧିକ ସଚେତନ ହେବା ଆବଶ୍ୟକ

ଭୁବନେଶ୍ବର: ସଂପ୍ରତି କରୋନାର ଦ୍ୱିତୀୟ ଲହର। ଭୟ କରିବାର କିଛ କାରଣ ନାହିଁ। କରୋନା ଆସିଛି ସେ ନିଶ୍ଚୟ ଯିବ। ଆମକୁ କେବଳ ସମୟକୁ ଅପେକ୍ଷା କରିବାକୁ ପଡ଼ିବ। ପ୍ରଥମ ଲହରରୁ ଆମେ ଅନେକ ଶିକ୍ଷା ପାଇଛୁ। ଅସୀମ ଧୈର୍ଯ୍ୟ ଓ ସାହସର ସହ ଆମେ ଏହାର ମୁକାବିଲା ଜାରିରଖିଛୁ। କେବଳ ସାବଧାନତାକୁ ଆଉ ଟିକିଏ କଡ଼ାକଡ଼ିଭାବେ ପାଳନ କଲେ ସୁଫଳ ଅଧିକ ମିଳିବ। ବର୍ତ୍ତମାନ କରୋନା ଯେପରି ତା’ର କାୟା ବିସ୍ତାର କରି ଚାଲିଛି ଏପରି ପରିସ୍ଥିତରେ ଗର୍ଭବତୀ ମହିଳା ନିଜ ଶରୀର ପ୍ରତି ଅଧିକ ସଚେତନ ହେବା ଆବଶ୍ୟକ। କାରଣ ଏହି ସମୟରେ ସେମାନଙ୍କର ରୋଗ ପ୍ରତିରୋଧକଶକ୍ତି କମ ଥାଏ। ଯଦି କରୋନାରେ ସେମାନେ ଆକ୍ରାନ୍ତ ହୁଅନ୍ତି ତେବେ ଜଟିଳତା ଆହୁରି ବଢ଼ିଯାଏ। ନିୟମିତ ଯାଞ୍ଚ କରାଇବାକୁ ଯାଉଥିବା ଗର୍ଭବତୀ ମହିଳା ଏହି ସମୟରେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ କାର୍ଯ୍ୟକରିବା ଆବଶ୍ୟକ।

- Advertisement -

ଅତି ଆବଶ୍ୟକ ନ ପଡ଼ିଲେ ଅଲଟ୍ରାସାଉଣ୍ଡ କରିବା ଦରକାର ନାହିଁ। ଭିଡ଼ରୁ ସର୍ବଦା ଦୂରରେ ରହିବା ଉଚିତ। ଏପରିକି ଜରୁରୀ କାମ ନ ଥିଲେ ବାହାରକୁ ବାହାରିବା ଅନୁଚିତ। ଗର୍ଭାବସ୍ଥା ସମୟରେ ଯଦି ସାମାନ୍ୟ ଜ୍ୱର,ଥଣ୍ଡା,କାଶ ଓ ଝାଡ଼ା ହୁଏ ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ତାଙ୍କ କହିବା ଅନୁଯାୟୀ ନିଜର ପରୀକ୍ଷା କରାଇ ନିଅନ୍ତୁ ଓ ର‍୍ୟାପିଡ୍‍ ଆରଟିପିସିଆର କରାନ୍ତୁ। ଯଦି ପଜିଟିଭ ବାହାରେ ବ୍ୟସ୍ତ ହୁଅନ୍ତୁ ନାହିଁ। ସଂଗରୋଧ ଅବସ୍ଥାରେ ରହି ଚିକିତ୍ସିତ ହୁଅନ୍ତୁ। ଆବଶ୍ୟକ ପଡ଼ିଲେ ସ୍ୱତନ୍ତ୍ର କୋଭିଡ୍‍ ଚିକିତ୍ସାଳୟରେ ରୁହନ୍ତୁ। ଏହି ଚିକିତ୍ସା ସାଧାରଣ ରୋଗୀଙ୍କ ଚିକିତ୍ସା ସହ ସମାନ। କିନ୍ତୁ ଗର୍ଭାବସ୍ଥାକୁ ଦେଖି ଆଣ୍ଟିବାୟୋଟିକ୍‍ ଷ୍ଟେରଏଡ କିମ୍ବା ବ୍ଲଡ ଥିନର ଦେବାକୁ ହୋଇଥାଏ। ଗୁରୁତର ଅବସ୍ଥାରେ ଭେଣ୍ଟିଲେଟର କିମ୍ବା ଏନ୍‍ଆଇଭି କର୍ଭ ଦିଆଯାଏ ଯାହା ସାଧାରଣ ରୋଗୀଙ୍କଠାରେ ମଧ୍ୟ ଉପଯୋଗ ହୋଇଥାଏ।

-ଡାକ୍ତର ସମିତା ମହାନ୍ତି, ସ୍ତ୍ରୀରୋଗ ବିଶେଷଜ୍ଞ
ସଦ୍‍ଗୁରୁ କୋଭିଡ୍‍ ଡେଡିକେଟେଡ ହସ୍‍ପିଟାଲ, କଟକ

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories