www.samajalive.in
Monday, December 8, 2025
27.1 C
Bhubaneswar

କାମରେ ଲାଗୁନି ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପ. ଗୋଡିଝରିଆ ଗ୍ରାମରେ ପାନୀୟ ଜଳ ସଙ୍କଟ

ଆଠଗଡ: ୩ବର୍ଷ ପୂର୍ବରୁ ପ୍ରାୟ ଏକକୋଟିରୁ ଉର୍ଦ୍ଧ ଟଙ୍କା ବ୍ୟୟରେ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଲୋକଙ୍କ କାମରେ ଲାଗୁ ନାହିଁ। ତିଗିରିଆ ବ୍ଲକ ଅନ୍ତର୍ଗତ ଭିରୁଡା ପଞ୍ଚାୟତ ଅଧିନ ଗୋଡିଝରିଆ ଗ୍ରାମରେ ପାନୀୟ ଜଳ ସଙ୍କଟ ଯୋଗୁଁ ଲୋକେ ସାପୁଆନଦୀର ଦୂଷିତ ଜଳ ବ୍ୟବହାର କରି ବିଭିନ୍ନ ରୋଗରେ ପୀଡିତ ହେଉଥିବା ନେଇ କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି। ଶନିବାର ସ୍ଥାନୀୟ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଉମାବଲ୍ଲଭ ରଥ ଗୋଡିଝରିଆ ଗ୍ରାମ ସମେତ ନିକଟବର୍ତ୍ତୀ ଅନ୍ୟ ୩-୪ଟି ଗ୍ରାମରେ ପାନୀୟ ଜଳ ସଙ୍କଟ ନେଇ ଉଦବେଗ ପ୍ରକାଶ କରି କହିଥିଲେ ଯେ ଗୋଡିଝରିଆ ଗ୍ରାମରେ ଗତ ୩ବର୍ଷ ପୂର୍ବରୁ ପ୍ରାୟ ଏକକୋଟିରୁ ଉର୍ଦ୍ଧ ଟଙ୍କା ବ୍ୟୟରେ ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପ ଯୋଗାଣ ଓ ପରିମଳ ବିଭାଗ ଦ୍ୱାରା ନିର୍ମାଣ ଶେଷ ହୋଇଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରିନାହିଁ। ଗୋଡିଝରିଆ ଗ୍ରାମର ୧୨୦୦ରୁ ଅଧିକ ଲୋକ ଶୁଦ୍ଧ ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଛନ୍ତି। ସେମାନେ ଗ୍ରାମରେ ଥିବା ୩-୪ଟି ନଳକୂପ ଏବଂ ସାପୁଆନଦୀ ଉପରେ ପାନୀୟ ଜଳ ପାଇଁ ନିର୍ଭରଶୀଳ।

- Advertisement -

ଭିରୁଡା ଅଞ୍ଚଳରେ କୁଟୀରଶିଳ୍ପ ପରି ଗଢ଼ିଉଠିଥିବା ବେଆଇନ ମଦଭାଟିର ମଦରନ୍ଧା ପରେ ବର୍ଜବସ୍ତୁ, ପୋଚ ଓ ଆବର୍ଜନା ସାପୁଆନଦୀରେ ଛାଡିଦିଆଯାଉଥିବାରୁ ନଦୀର ଜଳ ଉତ୍କଟ ଗନ୍ଧ ହେବା ସହ ପ୍ରଦୂଷିତ ହେଉଛି। ସେହି ପାଣି ବ୍ୟବହାର କରି ଗ୍ରାମର ବହୁ ଲୋକ ପେଟ ଓ ଚର୍ମ ରୋଗରେ ଆକ୍ରାନ୍ତ ହେଉଛନ୍ତି। ସରକାର ପ୍ରତ୍ୟେକ ଗ୍ରାମକୁ ଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବେ ବୋଲି ୨୦ବର୍ଷ ହେଲା ଡିଣ୍ଡିମ ପିଟୁଥିବା ବେଳେ ବାସ୍ତବ କ୍ଷେତ୍ରରେ ତାହା ପ୍ରତିଫଳିତ ହେଉନଥିବା ଗୋଡିଝରିଆ ଗ୍ରାମର ପାନୀୟ ଜଳ ସଂକଟରୁ ସହଜରେ ଅନୁମେୟ ବୋଲି ପୂର୍ବତନ ବିଧାୟକ ଶ୍ରୀ ରଥ କହିଥିଲେ। ବିଭାଗୀୟ ଅଧିକାରୀଙ୍କ ଉଦାସୀନତା ଏବଂ ସ୍ଥାନୀୟ ଜନପ୍ରତିନିଧିଙ୍କ ଆନ୍ତରିକତା ଅଭାବରୁ କୋଟିଏ ଟଙ୍କା ବ୍ୟୟରେ ନିର୍ମିତ ପାନୀୟ ଜଳ ପ୍ରକଳ୍ପ ଜନସାଧାରଣଙ୍କ ଉପକାରରେ ନଆସି ନଷ୍ଟ ହେବାକୁ ବସିଲାଣି। ଏ ଦିଗରେ ମୁଖ୍ୟମନ୍ତ୍ରୀ ଧ୍ୟାନ ଦେବା ସହ ତୁରନ୍ତ ଗୋଡିଝରିଆ ଓ ଆଖପାଖ ଗ୍ରାମକୁ ପାଇପ ଯୋଗେ ଶୁଦ୍ଧ ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ଲାଗି ଶ୍ରୀ ରଥ ଦାବି ସମ୍ବଳିତ ଏକ ପତ୍ର ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇଥିବା ସୂଚନା ଦେଇଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ତିଗିରିଆ ବ୍ଲକ କଂଗ୍ରେସ ସଭାପତି ସୋମନାଥ ଦାସ, ଗୋଡିଝରିଆର ଯୋଗେଶ୍ୱରୀ କ୍ଲବ୍ର ସଭାପତି ମନୋରଞ୍ଜନ ସାହୁ, ତିଗିରିଆର ବରିଷ୍ଠ କଂଗ୍ରେସ ନେତା ମନୋରଞ୍ଜନ ଦାଶ ଓ ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ସୁଦର୍ଶନ ସାହୁଙ୍କ ସମେତ ବହୁ କଂଗ୍ରେସ ନେତା ଉପସ୍ଥିତ ଥିଲେ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories