www.samajalive.in
Tuesday, December 9, 2025
16.1 C
Bhubaneswar

ଗୋଟିଏ ଗଛରେ ୧୨୧ ପ୍ରକାର ଆମ୍ବ

ସହାରନପୁର : ଉତ୍ତରପ୍ରଦେଶର ସହାରନପୁରରେ ଆମ୍ବର ଏପରି ଏକ ଗଛ ଅଛି, ଯେଉଁଥିରେ ପ୍ରାୟ ୧୨୧ ପ୍ରକାରର ଆମ୍ବ ରହିଛି। ଏହି ଆମ୍ବ ଗଛକୁ ଦେଖିବା ପାଇଁ ବହୁ ଦୂରଦୂରାନ୍ତରରୁ ଲୋକେ ଆସୁଛନ୍ତି। ମନରେ ପ୍ରଶ୍ନ ମଧ୍ୟ ସୃଷ୍ଟି ହେଉଛି ଏହା କିଭଳି ସମ୍ଭବ।
ସାରା ଦୁନିଆରେ ଆମ୍ବର ପ୍ରାୟ ୧୫୦୦ରୁ ଅଧିକ ପ୍ରଜାତି ରହିଛି। ୧୦୦୦ରୁ ଅଧିକ ପ୍ରକାରର ଆମ୍ବ ଭାରତରେ ହିଁ ହୋଇଥାଏ। ପ୍ରତ୍ୟେକ ପ୍ରଜାତି ଆମ୍ବର ଭିନ୍ନ ସ୍ୱାଦ, ମହକ ଓ ପ୍ରସିଦ୍ଧତା ରହିଛି। କିଛି ଲୋକଙ୍କୁ ଲଙ୍ଗଡା ତ କିଛି ଲୋକଙ୍କୁ ଦଶହରୀ ଆମ୍ବ ପସନ୍ଦ। ଭିନ୍ନ ଆମ୍ବ ପାଇଁ ବିଭିନ୍ନ ସହର ଖୁବ ପ୍ରସିଦ୍ଧ। ମାତ୍ର ଗୋଟିଏ ଗଛରେ ୧୨୧ ପ୍ରକାର ଆମ୍ବ ନିଜର ହିଁ ବିଶେଷତ୍ୱ ମଧ୍ୟରେ ଖୁବ ପ୍ରସିଦ୍ଧ। ସହାରନପୁର ସହରରେ ହୋଇଥିବା ଏହି ଆମ୍ବ ଏବେ ଖୁବ ଚର୍ଚ୍ଚାରେ ରହିଛି। ଏହି ଗଛକୁ ସଠିକ ଯତ୍ନ ସହ ରଖିବାକୁ ପ୍ରାୟ ୫ ବର୍ଷ ସମୟ ଲାଗି ଥିଲା।
ସହାନପୁରର କମ୍ପାନୀ ବଗିଚା ଅଞ୍ଚଳରେ ଏକ ବିଶେଷ ପ୍ରକାର ଗଛ ଲଗାଯାଇଥିଲା। ଏହି ଗଛ ପ୍ରାୟ ୧୫ ବର୍ଷ ଯାଏଁ ସମୟ ଲାଗିଛି। ମାତ୍ର ୫ ବର୍ଷ ପୂର୍ବରୁ ଏକ ଗବେଷଣା କରାଯାଇଥିଲା , ଯାହା ବିଭିନ୍ନ ପ୍ରକାର ପ୍ରଜାତିର ଆମ୍ବ ପାଇଁ ଗବେଷା କରାଯାଇଥିଲା।
ଏହି ଗଛରେ ଦଶହରୀ, ଲଙ୍ଗଡା, ରାମକେଲା, ଚୋସା, ଆମ୍ରପାଲୀ, ସହାରନପୁର ବରୁଣ, ସହାରନପୁର ସୌରଭ ଭଳି ୧୨୧ ପ୍ରକାର ଆମ୍ବ ହୋଇଛି। ଅନ୍ୟ ପ୍ରଜାତି ଆମ୍ବ ଉପରେ ମଧ୍ୟ କାର୍ଯ୍ୟ ଜାରି ରହିଛି। ଅଧିକ ରୁ ଅଧିକ ଉତ୍ପାଦନ ପାଇଁ ଗବେଷଣା କରାଯାଉଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories