www.samajalive.in
Sunday, December 7, 2025
15.1 C
Bhubaneswar

ବରିଷ୍ଠ ବିଜେପି ନେତା ସ୍ୱର୍ଗତଃ ସୁବାଷ ଚନ୍ଦ୍ର ଗନ୍ତାୟତଙ୍କ ସ୍ମୃତିରେ ରାଜ୍ୟସ୍ତରୀୟ ଶ୍ରଦ୍ଧାଞ୍ଜଳୀ ସଭା

ଭୁବନେଶ୍ୱର : ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା  ବରିଷ୍ଠ ବିଜେପି ନେତା ସ୍ୱର୍ଗତଃ ସୁବାଷ ଚନ୍ଦ୍ର ଗନ୍ତାୟତଙ୍କ ସ୍ମୃତିରେ ରାଜ୍ୟସ୍ତରୀୟ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି। ଗତ ଜୁନ୍ ମାସ ୨୦ ତାରିଖରେ ସ୍ୱର୍ଗତଃ ଗନ୍ତାୟତଙ୍କ ଦୂରାରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଅବସ୍ଥାରେ ମୁମ୍ବାଇଠାରେ ନିଧନ ଘଟିଥିଲା। ତାଙ୍କ ପାର୍ଥୀବ ଶରୀରକୁ ଓଡିଶାକୁ ଅଣାଯାଇ ରାଜ୍ୟ କାର୍ଯ୍ୟାଳୟରେ ଅନ୍ତିମ ଦର୍ଶନ କରାଯିବା ସହ ଦଳୀୟ ପତାକା ଘୋଡାଇ ଶେଷ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା।
ସ୍ୱର୍ଗତଃ ଗନ୍ତାୟତ ବାଲ୍ୟ ଜୀବନରୁ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ବିଚାରଧାରାରେ ଅନୁପ୍ରାଣିତ ହୋଇ ପରବର୍ତ୍ତୀ ସମୟରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦରେ ଯୋଗ ଦେଇ ରାଜ୍ୟ ସଂପାଦକ ଭଳି ବହୁ ଗୁରୁଦାୟୀତ୍ୱ ବହନ କରିଥିଲେ। ଜରୁରୀକାଳିନ ସମୟରେ ସେ ମିସା ଆଇନ ବଳରେ ଗିରଫ ହୋଇ ୧୯ ମାସ ଜେଲରେ ଥିଲେ। ରିଲାୟଂସ ଭଳି ପ୍ରତିଷ୍ଠିତ ଶିଳ୍ପ ପ୍ରତିଷ୍ଠାନରେ ଉଚ୍ଚ ପଦବୀରେ ଥିବା ସ୍ୱର୍ଗତଃ ବହୁ ଓଡିଆ ଯୁବକମାନଙ୍କ ପାଇଁ ରୋଜଗାର ସୃଷ୍ଟି କରାଇଥିଲେ। ଗୁଜୁରାଟରେ ଥିବା ଓଡିଆ ପ୍ରବାସିଙ୍କୁ ଏକାଠି କରି ବହୁ ସମାଜ ସେବା କାର୍ଯ୍ୟରେ ଅଂଶଗ୍ରହଣ କରିଥିଲେ। ମିଷ୍ଟଭାଷୀ, ମେଳାପୀ ଓ ସୁସଂଗଠକ ସ୍ୱର୍ଗତଃ ଗନ୍ତାୟତଙ୍କ ସେବାକାର୍ଯ୍ୟ ପାଇଁ ଗୁଜୁରାଟ ରାଜ୍ୟରେ ସୁଖ୍ୟାତି ଅର୍ଜନ କରିଥିଲେ। ତତ୍କାଳୀନ ମୁଖ୍ୟମନ୍ତ୍ରୀ ତଥା ବର୍ତମାନ ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସ୍ୱର୍ଗତଃ ଗନ୍ତାୟତଙ୍କୁ ବ୍ୟକ୍ତିଗତ ଭାବେ ଜାଣିବା ସହ ତାଙ୍କସେବା କାର୍ଯ୍ୟକୁ ଭୁୟସୀ ପ୍ରଶଂସା କରିଥିଲେ। ଚାକିରୀରୁ ଅବସର ଗ୍ରହଣ କରିବା ପରେ ସ୍ୱର୍ଗତଃ ଗନ୍ତାୟତ ଓଡିଶା ଫେରି ଆସି ଭାରତୀୟ ଜନତା ପାର୍ଟୀରେ ଯୋଗ ଦେବା ସହ ବିଭିନ୍ନ ସମାଜ ସେବା କାର୍ଯ୍ୟରେ ଲିପ୍ତ ଥିଲେ।

ସ୍ୱର୍ଗତଃ ସୁବାଷ ଭାଇ ଜଣେ ସ୍ନେହୀ ଓ ସୁସଂଗଠକ ଥିଲେ। ଛାତ୍ର ଜୀବନରୁ ମୋର ତାଙ୍କ ସହ ଘନିଷ୍ଠ ଓ ନିବିଡ ସଂପର୍କ ଥିଲା। ମୁଁ ଜଣେ ଭଲ ବନ୍ଧୁ ହରାଇଲି ଏବଂ ସ୍ୱର୍ଗତଃ ଗନ୍ତାୟତଙ୍କ ବିୟୋଗ ଆମ ସମସ୍ତଙ୍କ ପାଇଁ ଅପୁରଣୀୟ କ୍ଷତି। ସୁବାଷ ଭାଇଙ୍କ ସମାଜ ପ୍ରତି ସେବା ମନୋଭାବ ସର୍ବଦା ସ୍ମରଣୀୟ ହୋଇ ରହିବ ଏବଂ ସେ ସର୍ବଦା ଆମ ସମସ୍ତଙ୍କ ପ୍ରେରଣା ହୋଇ ରହିବେ ବୋଲି ଶ୍ରଦ୍ଧାଞ୍ଜଳୀ ସଭାର ଅଧ୍ୟକ୍ଷତା କରୁଥିବା ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଶୋକବ୍ୟକ୍ତ କରି କହିଛନ୍ତି।
ଭିଡିଓ କନଫରେନ୍ସିଂ (ଭର୍ଚୁଆଲ) ଜରିଆରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ, ସୁରତ୍ (ଗୁଜୁରାଟ) ସାଂସଦ ଶ୍ରୀମତୀ ଦର୍ଶନା ବେନ୍ , ଚୌରୟାସୀ-ସୁରତ୍ (ଗୁଜୁରାଟ୍) ବିଧାୟିକା ଝଙ୍ଖନା ବେନ୍ , ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ସାଂସଦ ସୁରେଶ ପୁଜାରୀ, ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ ମହାନ୍ତି, ଏବିଭିପି କ୍ଷେତ୍ରୀୟ ସଂଗଠନ ସଂପାଦକ ଗୋବିନ୍ଦ ନାଏକ, ଓମ୍ ପ୍ରକାଶ ରାୟ, ଶିଶିର ସାହୁ, ବିଶିଷ୍ଟ ସ୍ତମ୍ବକାର ପ୍ରହ୍ଲାଦ ସିହ୍ନାପ୍ରମୁଖ ସ୍ୱର୍ଗତଃ ଗନ୍ତାୟତଙ୍କ ସାଂଗଠନିକ ଦକ୍ଷତା ଏବଂ ଅତୀତ ଅନୁଭୁତି ସ୍ମତିଚାରଣ କରିଥିଲେ। ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ପାର୍ଟୀର ବହୁ ପଦାଧିକାରୀ, ସାଂସଦ, ବିଧାୟକ, ନେତୃବୃନ୍ଦ, କାର୍ଯ୍ୟକର୍ତା ଏବଂ ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କ ସମେତ ସ୍ୱର୍ଗତଃ ଗନ୍ତାୟତଙ୍କ ପୁଅ ଚନ୍ଦନ, ଝିଅ ସ୍ନିଗ୍ଧା, ବୋହୁ ମୋନାଲିସା ଏବଂ ଜ୍ୱାଇଁ ସ୍ମୃତିରଂଜନ ପ୍ରମୁଖ ଉପସ୍ଥିତ ଥିଲେ।
ଶ୍ରଦ୍ଧାଞ୍ଜଳୀ ସଭା ପ୍ରାରମ୍ଭରେ ନୀରବ ପ୍ରାର୍ଥନା କରାଯାଇ ଅମର ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରାଯାଇଥିଲା। ଏହି ଶ୍ରଦ୍ଧାଞ୍ଜଳୀ ସଭାକୁ ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାଏ ସଂଚାଳନା କରିଥିବାବେଳେ ଅନ୍ୟତମ ମୁଖପାତ୍ର ଠାକୁର ରଣଜିତ୍ ଦାସ୍ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories