www.samajalive.in
Monday, December 8, 2025
27.1 C
Bhubaneswar

ପତ୍ନୀର ଶବ ସ୍ୱାମୀ ବୋହିବା ଘଟଣା : ସେବିକାଙ୍କ ସମେତ ୨ ନିଲମ୍ବିତ

କନ୍ଧମାଳ : ଫୁଲବାଣୀ ଚିକିତ୍ସାଳୟରେ ପତ୍ନୀର ଶବ ସ୍ୱାମୀ ବୋହିବା ଘଟଣାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ରାଜଶ୍ରୀ ପଟ୍ଟନାୟକ, ଷ୍ଟାଫ୍‍ ନର୍ସ ମାମିନା ପାତ୍ର ଓ ଆଟେଣ୍ଡାଣ୍ଟ ପ୍ରିୟଙ୍କା ମୁଖୀଙ୍କୁ ନିଲମ୍ବନ କରିଛନ୍ତି। ଏଥି ସହିତ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଥିବା ହେଲ୍ପ ଡେସ୍କ କର୍ମଚାରୀ ଅଜିତ କୁମାର କହଁରଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯାଇଛି।
ସୂଚନାଯୋଗ୍ୟ, ଗତ ୨୯ ତାରିଖରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍‍ ଅନ୍ତର୍ଗତ ମୋତିଙ୍ଗିଆ ଗ୍ରାମର ବାଳକୃଷ୍ଣ କହଁରଙ୍କ ପତ୍ନୀ ଋତୁମତି କହଁର (୪୦) ରକ୍ତହୀନତା ଓ କିଡ଼ନୀଜନିତ ରୋଗରେ ଆକ୍ରାନ୍ତ ହୋଇ ମେଡ଼ିକାଲରେ ଭର୍ତି ହୋଇଥିଲେ।ତେବେ ୩୦ ତାରିଖ ଅପରାହ୍ନରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ପତ୍ନୀଙ୍କ ମୃତ୍ୟୁ ପରେ ବାଳକୃଷ୍ଣ ତାଙ୍କ ଶବକୁ ନିଜ ଗ୍ରାମକୁ ନେବା ପାଇଁ ଅସହାୟ ଭାବେ ବିଭିନ୍ନ ଲୋକଙ୍କୁ ଅନୁରୋଧ କରିବା ପରେ ଯେକୌଣସି ପ୍ରକାରେ ଫୁଲବାଣୀ ପୌରାଚଂଳ ଦ୍ୱାରା ପରିଚାଳିତ ମହାପ୍ରୟାଣ ଗାଡି ଯୋଗାଡ଼ କରିଥିଲେ। ତେବେ ମେଡିକାଲର ଉପର ମହଲାରୁ ସେ ପତ୍ନୀ ଋତୁମତିଙ୍କ ମୃତଦେହକୁ ବୋହି ଅତ୍ୟନ୍ତ କଷ୍ଟରେ ଶିଡ଼ିରେ ତଳକୁ ଓହ୍ଲାଇଥିଲେ। ତଳେ ଥିବା ଷ୍ଟ୍ରେଚରରେ ପତ୍ନୀଙ୍କ ଶବକୁ ରଖି ଷ୍ଟ୍ରେଚରକୁ ଘୋଷାଡ଼ି ଘୋଷାଡ଼ି ଏକାକୀ ମହାପ୍ରୟାଣ ଗାଡି ନିକଟକୁ ନେଇଥିଲେ। ଏଥିରେ ଡ଼ାକ୍ତରଖାନାର କର୍ମଚାରୀ କିମ୍ବା କୌଣସି ବ୍ୟକ୍ତି ତାଙ୍କୁ ସହାୟତା କରିନଥିଲେ।ଏ ସମ୍ପର୍କିତ ଭିଡ଼ିଓ ଭାଇରାଲ୍‍ ହେବା ସହ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଜିଲ୍ଲାପାଳ ଡି. ବୃନ୍ଦାଙ୍କ ନିର୍ଦ୍ଦେଶ କ୍ରମେ ସିଡ଼ିଏମଓ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories