www.samajalive.in
Tuesday, December 9, 2025
16.1 C
Bhubaneswar

ଧାନକିଣାରେ ଅନିୟମିତତାକୁ ନେଇ ବିଜେପି ପକ୍ଷରୁ ରାସ୍ତା ଅବରୋଧ

ପିପିଲି :ସରକାରୀ ମଣ୍ଡିରେ ଧାନକିଣାରେ ବ୍ୟାପକ ଅନିୟମିତତା ର ପ୍ରତିବାଦରେ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ଡାକରା କ୍ରମେ ପୁରୀ ଜିଲା ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଗୁରୁବାର ଦିନ ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥକୁ ପିପିଲି ଟୋଲଗେଟ୍‍ ନିକଟରେ ଏକ ଘଣ୍ଟା କାଳ ଅବରୋଧ କରାଯାଇଥିଲା। ପଞ୍ଜୀକୃତ ଚାଷୀଙ୍କ ଠାରୁ ଧାନ ନକିଣି ସେମାନଙ୍କ ଟୋକନକୁ ଲାପ୍ସ କରିବା, ମଣ୍ଡିରେ ଚାଷିଙ୍କ ଧାନ ପଡିରହିବା, କୁଇଣ୍ଟାଲ ପିଛା ୮ରୁ ୧୦ କିଲୋ ଧାନ କାଟ୍‍ କରିବା, ବସ୍ତା, ସୁତୁଲି ଓ ପରିବହନ ଖର୍ଚ୍ଚ ସମେତ ଅନ୍ୟାନ୍ୟ ଖର୍ଚ୍ଚ କେନ୍ଦ୍ର ସରକାର ଦେଉଥିବା ବେଳେ ଉକ୍ତ ଅର୍ଥକୁ ଚାଷୀଙ୍କ ଦିଆନଯାଇ ହଡପ କରାଯିବା ପ୍ରତିବାଦରେ ପୁରୀ ଜିଲା ବିଜେପି କୃଷକ ମୋର୍ଚ୍ଚା ସଭାପତି ଅଜୟ ପ୍ରଧାନଙ୍କ ନେତୃତ୍ୱରେ ବହୁ ସଂଖ୍ୟାରେ ଚାଷୀମାନେ ପିପିଲି ଟୋଲ୍‍ଗେଟ୍‍ ଠାରେ ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ସେଠାରେ ସେମାନେ ରାଜ୍ୟ ସରକାରଙ୍କ ଧାନକିଣା ଦୁର୍ନିତୀ ବିରୋଧରେ ନାରାବାଜି କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

 

- Advertisement -

ସମସ୍ତ ଚାଷୀଙ୍କ ଠାରୁ ତୁରନ୍ତ ଧାନକିଣା ଯିବାକୁ ଦାବି କରାଯାଇଥିଲା। ଏଥିରେ ରାଜ୍ୟ ବିଜେପି ଉପସଭାପତି ତଥା ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ପୁରୀ ଜିଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ, ଜିଲା ସାଧାରଣ ସଂପାଦକ ଜନ୍ମେଜୟ ଜେନା, ମଣ୍ଡଳ ସଭାପତି ପର୍ଶୁରାମ ମହାପାତ୍ର, ସୁଧିର ବିଶ୍ୱାଳ, ପ୍ରଦୀପ ପାତ୍ର, ଶ୍ୱେତ କୁମାର ନାୟକ, ଲଡୁକିଶୋର ରାୟଙ୍କ ସମେତ ଚାଷୀନେତା ଓ ଚାଷୀମାନେ ଯୋଗଦେଇ ରାଜ୍ୟ ସରକାରଙ୍କ ଚାଷୀକୂଳ ପ୍ରତି ବାରମ୍ବାର ପ୍ରତାରଣା ବିରୋଧରେ ପ୍ରତିବାଦ କରିଥିଲେ। ପିପିଲି ଆଇଆଇସି ଅଭିମନ୍ୟୁ ନାୟକ ସେଠାରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିବା ପରେ ରାସ୍ତାରୋକ ହଟିଥିଲା। ଚାଷୀଙ୍କ ଏହି ସମସ୍ୟା ପ୍ରତି ସରକାର ତୁରନ୍ତ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ ନକଲେ ଆଗାମୀ ଦିନରେ ଜୋରଦାର ଚାଷୀ ଆନ୍ଦୋଳନ କରାଯିବ ବୋଲି ଶ୍ରୀ ପ୍ରଧାନ ଚେତାବନୀ ଦେଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories