www.samajalive.in
Monday, December 8, 2025
17.1 C
Bhubaneswar

୨ରୁ ୧୭ ବର୍ଷ ପିଲାଙ୍କ ଉପରେ କୋଭୋଭାକ୍ସ ଟିକା ପରୀକ୍ଷଣକୁ ମନା କଲେ ସରକାର

ନୂଆଦିଲ୍ଲୀ: ଦେଶରେ ୨ରୁ ୧୭ ବର୍ଷ ବୟସର ପିଲାଙ୍କ ଠାରେ କୋଭିଡ-୧୯ ଟିକା କୋଭୋଭାକ୍ସର ୨ୟ ଏବଂ ୩ୟ ପର୍ଯ୍ୟାୟ ପରୀକ୍ଷଣ କରିବାକୁ କରାଯାଇଥିବା ଆବେଦନକୁ କେନ୍ଦ୍ର ସରକାର ଅଗ୍ରାହ୍ୟ କରିଦେଇଛନ୍ତି । ସେରମ୍‍ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ପକ୍ଷରୁ ଏଥିପାଇଁ ଭାରତର ଭେଷଜ ମହାନିର୍ଦ୍ଦେଶକ (ଡିସିଜିଆଇ)ଙ୍କ ନିକଟରେ ଆବେଦନ କରାଯାଇଥିଲା । କମ୍ପାନୀ ପକ୍ଷରୁ ୯୨୦ ଜଣ ପିଲାଙ୍କ ଠାରେ ଏହି ପରୀକ୍ଷା କରାଯିବ ବୋଲି କୁହାଯାଇଥିଲା । ସେମାନଙ୍କ ମଧ୍ୟରୁ ୪୬୦ ଜଣ ୧୨ରୁ ୧୭ ବର୍ଷ ବୟସ ବର୍ଗର ଏବଂ ଅନ୍ୟ ୪୬୦ ଜଣ ୨ରୁ ୧୧ ବର୍ଷ ବୟସ ବର୍ଗର ନିଆଯିବ ବୋଲି ଦର୍ଶାଯାଇଥିଲା । ଦେଶର ୧୦ଟି ସ୍ଥାନରେ ଏହି ପରୀକ୍ଷଣ ପାଇଁ ଅନୁମତି ଲୋଡିଥିଲା ସେରମ୍‍ ଇନଷ୍ଟିଚ୍ୟୁଟ ।
ତେବେ କେନ୍ଦ୍ରୀୟ ଔଷଧ ମାନ ନିୟନ୍ତ୍ରଣ ସଂଗଠନ (ସିଡିଏସସିଓ)ର କୋଭିଡ-୧୯ ବିଷୟରେ ରହିଥିବା ବିଶେଷଜ୍ଞ କହିଥିଲେ ଯେ ଏହି ଟିକାକୁ ବିଶ୍ୱର ଅନ୍ୟ କୌଣସି ରାଷ୍ଟ୍ର ଏପର୍ଯ୍ୟନ୍ତ ଅନୁମୋଦନ କରିନାହାନ୍ତି । ସେ ଆଉ ମଧ୍ୟ ସୁପାରିଶ କରିଛନ୍ତି ଯେ ପୁଣେସ୍ଥିତ ସେରମ୍‍ ଇନଷ୍ଟିଚ୍ୟୁଟ ସଂପ୍ରତି ବୟସ୍କଙ୍କ ଠାରେ କରୁଥିବା ପରୀକ୍ଷଣରୁ କୋଭୋଭାକ୍ସର ନିରାପତ୍ତା ଏବଂ ରୋଗ ପ୍ରତିରୋଧ କ୍ଷମତା ସମ୍ପର୍କରେ ରିପୋର୍ଟ ଦାଖଲ କରିବା ଆବଶ୍ୟକ । ଏହାପରେ ତାହାକୁ ପିଲାଙ୍କ ଠାରେ ପରୀକ୍ଷଣ ପାଇଁ ଅନୁମତି ଦେବା ବିଷୟ ବିଚାର କରାଯିବ । ସୂଚନାଯୋଗ୍ୟ ଯେ ଆମେରିକାସ୍ଥିତ ଟିକା ପ୍ରସ୍ତୁତକାରୀ କମ୍ପାନୀ ନୋଭୋଭାକ୍ସ କୋଭିଡ-୧୯ ଟିକା ଏନଭିଏକ୍ସ-ସିଓଭି୨୩୭୩ର ବିକାଶ ଏବଂ ବ୍ୟବସାୟିକ ସ୍ତରରେ ବ୍ୟବହାର ପାଇଁ ଭାରତ ଏବଂ ବିଶ୍ୱର ଅନ୍ୟ ମଧ୍ୟମ ଆୟକାରୀ ରାଷ୍ଟ୍ରଗୁଡିକ ସହିତ ୨୦୨୦ ଅଗଷ୍ଟରେ ଏକ ଲାଇସେନ୍ସ ରାଜିନାମା ସ୍ୱାକ୍ଷର କରିଥିବା ଘୋଷଣା କରିଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories