www.samajalive.in
Monday, December 8, 2025
20.1 C
Bhubaneswar

ଜୁଲାଇ ୧୬ ଯାଏଁ ଆଂଶିକ ତାଲାବନ୍ଦ ; କାଟେଗୋରୀ ଏ ଓ ବି ଅନୁଯାୟୀ ଗାଇଡଲାଇନ ଜାରୀ

ଭୁବନେଶ୍ୱର : ଆଜି ଜୁଲାଇ ମାସର ଗାଇଡଲାଇନ ନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ସାମ୍ବାଦିକ ସମ୍ମିଳନୀ । ଜୁଲାଇ ୧୬ ସକାଳ ୫ଟା ଯାଏଁ ଆଂଶିକ ତାଲାବନ୍ଦ ଘୋଷଣା କରାଯାଇଛି। କାଟେଗୋରୀ ଏ ରେ ଥିବା ୨୦ ଜିଲାରେ ଦୋକାନ ବଜାର ଖେଲାଯିବ। ଏହି ଜିଲାରେ ସକାଳ ୬ଟା ରୁ ସନ୍ଧ୍ୟା ୬ଟା ଯାଏ ଦୋକାନ ବଜାର ଖୋଲା ରହିବ। ସଫିଙ୍ଗ ମଲ୍‍ ,ପାର୍ଲର, ଆଦି ଛଡା ଅନ୍ୟ ସମସ୍ତ ଦୋକାନ ଖୋଲାଯିବ। ୨୦ ଜିଲାରେ ଧାର୍ଯ୍ୟ ସିଟରେ ବସ ଓ ଟ୍ୟାକ୍ସି ଚଳାଚଳ କରିବ। ଏଠାରେ ଇନଡ଼ୋର ଓ ଆଉଟଡୋର ସୁଟିଂ ପାଇଁ ଅନୁମତି ମିଳିବ। ଏଠାରେ ସପ୍ତାହନ୍ତ ସଟଡାଉନ ହେବ ନାହିଁ। ସପ୍ତାହର ୭ ଦିନ ଯାଏଁ ଏଠାରେ ଦୋକାନ ବଜାର ଖୋଲାରହିବ। ସାପ୍ତାହିକ ହାଟ ମଧ୍ୟ ଖୋଲାଯିବ। ସାରା ରାଜ୍ୟରେ ସଧ୍ୟା ୬ ଟାରୁ ସକାଳ ୬ଟା ଯାଏଁ ନାଇଟ କର୍ଫ୍ୟୁ ଜାରି ରହିବ।
ସେହିଭଳି କାଟେଗୋରୀ ବିରେ ସକାଳ ୬ ରୁ ଦିନ ୨ଟା ଯାଏଁ ଦୋକାନ ଖୋଲିବ। ଏହି ୧୦ ଜିଲାରେ ମଲ, ପାର୍ଲର, ସ୍ପା, ଛଡା ସମସ୍ତ ଦୋକାନ ଖୋଲାଯିବ। କୋଭିଡ ଗାଇଡଲାଇନ ପାଳନ ଦାୟିତ୍ୱ ଦୋକାନ ମାଲିକ ନେବେ। ଯେଉଁଠାରେ ଗାଇଡ଼ ଲାଇନ ଉଲ୍ଲଙ୍ଘନ ହେବ ସେଠାରେ ଦୃଢ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯିବ। ସାରା ରାଜ୍ୟରେ ଛୋଟ ଛୋଟ ସେଲୁନକୁ ଖୋଲିବାକୁ ଅନୁମତି ମିଳିବ। ୧୦ ଜିଲାରେ ଆଉଟଡୋର ସୁଟିଂ ପାଇଁ ଅନୁମତି ମିଳିଛି। ଉଠା ଦୋକାନୀ ଦୋକାନ ଖୋଲିବେ ମାତ୍ର ପାର୍ସଲ ଦେବେ।ମାତ୍ର ବସ ଚଳାଚଳ ପାଇଁ ଅନୁମତି ନାହିଁ। ଏହାସହ ସମସ୍ତ ପ୍ରକାର କୋଭିଡ ଗାଇଡଲାଇନ ସହ ତୁଣ୍ଡି ପିନ୍ଧିବା, ସାମଜିକ ଦୂରତା ବଜାୟ ରଖିବେ। ବାହାଘର ଓ ଶୁଦ୍ଧିକ୍ରିୟା ପାଇଁ କଟକଣା ବଳବତ୍ତର ରହିବ।

 

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories