www.samajalive.in
Monday, December 8, 2025
27.1 C
Bhubaneswar

‘ସମାଜ’ ପ୍ରଭାବ : ହିତାଧିକାରୀଙ୍କୁ ମିଳିଲା ହରିଶ୍ଚନ୍ଦ୍ର ସହାୟତା

ଆରଡି : ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧିନସ୍ଥ ଆରଡି ପଞ୍ଚାୟତରେ ବର୍ଷବର୍ଷ ଧରି ହିତାଧିକାରୀଙ୍କୁ ହରିଶ୍ଚନ୍ଦ୍ର ଯୋଜନାରେ ଆସିଥିବା ସହାୟତା ରାଶି ନମିଳିବା ଖବର ଗତ ରବିବାର ଦୈନିକ ‘ସମାଜ’ରେ ପ୍ରକାଶ ପାଇବା ପରେ ତତ୍ପର ହୋଇଥିଲା ବ୍ଲକ ପ୍ରଶାସନ। ଏପରିକି ତୁରନ୍ତ ହିତାଧିକାରୀଙ୍କୁ ସହାୟତା ରାଶି ପ୍ରଦାନ କରିବାକୁ ଚାନ୍ଦବାଲି ବିଡିଓ ପଞ୍ଚାୟତ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ। ସୋମବାର ପଞ୍ଚାୟତ ନିର୍ବାହୀ ଅଧିକାରୀ ହିତାଧିକାରୀଙ୍କୁ ଭେଟି ହରିଶ୍ଚନ୍ଦ୍ର ଯୋଜନାରେ ଆସିଥିବା ୧୯ ଜଣଙ୍କୁ ୨୦୦୦ ଟଙ୍କା ଲେଖାଏଁ ୩୮୦୦୦ଟଙ୍କା ପ୍ରଦାନ କରିଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରକାଶ କରିଛନ୍ତି। ହିତାଧିକାରୀ ଦେବାଷିଶ ପାଢୀଙ୍କ କହିବା ଅନୁଯାୟୀ ତାଙ୍କ ବାପାଙ୍କର ଗତ ଦେଢବର୍ଷ ତଲେ ମୃତ୍ୟୁ  ହୋଇଥିଲା, ହେଲେ ହରିଶ୍ଚନ୍ଦ୍ର ଯୋଜନାରେ ଅନ୍ତିମ ସଂସ୍କାର ପାଇଁ ଏକମାସ ଭିତରେ ସହାୟତା ରାଶି ମିଳିବ ବୋଲି ସରପଞ୍ଚ କହିଥିଲେ। କିନ୍ତୁ ‘ସମାଜ’ରେ ଏ ନେଇ ଖବର ପ୍ରକାଶ ପାଇବା ପରେ, ଦୀର୍ଘ ଦେଢବର୍ଷ ପରେ ସହାୟତା ରାଶି ପାଇଲି। ସେହିପରି ଶଶ୍ମିତା ପାଢୀଙ୍କ ମାଆ ଦୀର୍ଘ ୨ ବର୍ଷ ତଳେ,ଅଇଁଠୀ ଦାସଙ୍କ ବାପାଙ୍କର ୧ବର୍ଷ ହେବ ମୃତ୍ୟୁ  ଘଟିଥିଲା। ହରିଶ୍ଚନ୍ଦ୍ର ଯୋଜନାରେ ସହାୟତା ରାଶି ପାଇଁ ପଞ୍ଚାୟତ ଅଫିସକୁ ବାରମ୍ବାର ଯାଉଥିଲେ ମଧ୍ୟ ସହାୟତା  ମିଳୁନଥିଲା, ହେଲେ ଏପରି ସଂପର୍କୀତ ଖବର ‘ସମାଜ’ରେ ପ୍ରକାଶ ପାଇବା ପରେ ଆମେ ସହାୟତା ରାଶି ପାଇଲୁ ବୋଲି କହିଛନ୍ତି ଅଇଁଠୀ ଦାସଙ୍କ ସହ ଅନ୍ୟମାନେ। ଦୀର୍ଘ ଦେଢରୁ ଦୁଇ ବର୍ଷ ପରେ ସହାୟତା ରାଶି ପାଇଥିବାରୁ ସମସ୍ତେ ‘ସମାଜ’କୁ ଧନ୍ୟବାଦ ସହ କୃତଜ୍ଞତା ଜଣାଇଛନ୍ତି।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories