www.samajalive.in
Saturday, December 13, 2025
26.1 C
Bhubaneswar

ସୁପ୍ରିମକୋର୍ଟ ପ୍ୟାନେଲର ରିପୋର୍ଟ- ଦିଲ୍ଲୀ ସରକାର ଅମ୍ଳଜାନ ଆବଶ୍ୟକତାର ୪ ଗୁଣ ଦାବି କରିଥିଲେ; ଆପ୍‍ କହିଲା ଏଭଳି କିଛି ରିପୋର୍ଟ ନାହିଁ

ନୂଆଦିଲ୍ଲୀ: ଦେଶରେ କୋଭିଡ-୧୯ର ଦ୍ୱିତୀୟ ଲହର ଭୟଙ୍କର ପରିସ୍ଥିତି ସୃଷ୍ଟି କରିଥିବାବେଳେ ବିଭିନ୍ନ ରାଜ୍ୟରେ ଅମ୍ଳଜାନର ଘୋର ଅଭାବ ପରିଲକ୍ଷିତ ହୋଇଥିଲା। ସେଥିପାଇଁ କିଛି ରାଜ୍ୟ ଅମ୍ଳଜାନ ଉତ୍ପାଦନକରି ଏହି ସବୁ ରାଜ୍ୟକୁ ଯୋଗାଇଥିବାବେଳେ ବିଦେଶରୁ ମଧ୍ୟ ଅମ୍ଳଜାନ ଆମଦାନୀ କରିବାକୁ ପଡିଥିଲା। ବିଶେଷକରି ରାଜଧାନୀ ଦିଲ୍ଲୀରେ ଅମ୍ଳଜାନ ନିଅଣ୍ଟକୁ ନେଇ ଅରବିନ୍ଦ କେଜରିୱାଲଙ୍କ ସରକାର ବହୁ ତୁମ୍ବି ତୋଫାନ କରିଥିଲେ। ଏପରିକି ଅମ୍ଳଜାନ ଅଭାବରୁ ଦିଲ୍ଲୀରେ ବହୁ ରୋଗୀଙ୍କ ମୃତ୍ୟୁ ଘଟିଥିବା ଖବର ମଧ୍ୟ ପ୍ରସାରିତ ହେଲା। ତେବେ ସୁପ୍ରିମକୋର୍ଟଙ୍କ ପକ୍ଷରୁ ମଇ ୮ ତାରିଖ ଦିନ ଦିଲ୍ଲୀରେ ଅମ୍ଳଜାନ ଆବଶ୍ୟକତା ଅନୁଧ୍ୟାନ କରିବାକୁ ନିଯୁକ୍ତ ଏକ ପ୍ୟାନେଲ ଯେଉଁ ରିପୋର୍ଟ ଦେଇଛନ୍ତି, ତାହା ଚିନ୍ତାଜନକ ହୋଇଛି। ଉକ୍ତ ରିପୋର୍ଟରେ କୁହାଯାଇଛି ଯେ, ଦିଲ୍ଲୀରେ ଯେତିକି ପରିମାଣରେ ତରଳ ଅମ୍ଳଜାନ ଆବଶ୍ୟକତା ଥିଲା, ଆପ୍‍ ସରକାର ତାହାକୁ ୪ଗୁଣ ବଢାଇ ଦର୍ଶାଇଥିଲେ।
ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ପ୍ୟାନେଲ କହିଛନ୍ତି ଯେ ଦିଲ୍ଲୀରେ ୩୦୦ ଟନ୍‍ ଅମ୍ଳଜାନ ଆବଶ୍ୟକ ହେଉଥିବାବେଳେ ଆପ୍‍ ସରକାର ୧୨୦୦ ଟନ୍‍ ଅମ୍ଳଜାନ ଚାହିଦା ରହିଥିବା କହିଥିଲେ। ଏହି କାରଣରୁ ଦେଶରେ କୋଭିଡ ସଂକ୍ରମଣ ଅଧିକ ରହିଥିବା ଅନ୍ୟ ୧୨ଟି ରାଜ୍ୟକୁ ଅମ୍ଳଜାନ ଯୋଗାଣକୁ ବାଧାପ୍ରାପ୍ତ କରିଥିଲା। ଏହା ଉପରେ ପ୍ରତିକ୍ରିୟା ରଖି କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋୟଲ କହିଛନ୍ତି, ଭାରତରେ ଅମ୍ଳଜାନ ଯୋଗାଣରେ ବାଧା ସୃଷ୍ଟି କରିଥିବା ଘଟଣାରେ କିଏ ଦାୟୀ ତାହା ନିର୍ଦ୍ଧାରଣ କରାଯିବା ଆବଶ୍ୟକ। କାରଣ ଦିଲ୍ଲୀରେ ଅମ୍ଳଜାନ ବଳକା ରହୁଥିବାବେଳେ ଅନ୍ୟ କେତେକ ସ୍ଥାନରେ ଅମ୍ଳଜାନର ନିଅଣ୍ଟ ପରିସ୍ଥିତି ଲାଗି ରହିଥିଲା। ଜଣାଯାଇଛି ଯେ ଦିଲ୍ଲୀରେ ଅମ୍ଳଜାନ ନିଅଣ୍ଟ ନେଇ ବାରମ୍ବାର ଅଭିଯୋଗ କରାଯିବା ପରେ ଦିଲ୍ଲୀ ହାଇକୋର୍ଟ ଏଥିରେ ହସ୍ତକ୍ଷେପ କରି ଦିଲ୍ଲୀକୁ ଅଧିକ ଅମ୍ଳଜାନ ଯୋଗାଇଦେବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଫଳରେ ପ୍ରତିଦିନ ଦିଲ୍ଲୀକୁ ଅଧିକ ଟ୍ୟାଙ୍କରରେ ଅମ୍ଳଜାନ ଯୋଗାଇ ଦିଆଯାଇଥିଲା।

ତେବେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଏଭଳି ଏକ ରିପୋର୍ଟ ନଥିବା ପ୍ରକାଶ କରିଛନ୍ତି। ଦିଲ୍ଲୀର ଆପ୍‍ ସରକାର ବିରୁଦ୍ଧରେ ଅଣାଯାଉଥିବା ଅଭିଯୋଗକୁ ସେ ଖଣ୍ଡନ କରିବା ସହିତ ଭାଜପା ଦିଲ୍ଲୀ ସରକାରଙ୍କୁ ବଦନାମ କରିବା ପାଇଁ ଏଭଳି ଏକ ମନଗଢା ରିପୋର୍ଟ ପ୍ରସ୍ତୁତ କରିଥିବା କହିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories