www.samajalive.in
Monday, December 8, 2025
27.1 C
Bhubaneswar

ବର୍ଷାଦିନେ ଆପଣାନ୍ତୁ ଏହି ଉପାୟ ; ମିଳିବ ଅନେକ ଲାଭ

ବର୍ଷାଦିନେ ରୋଗ ସଂକ୍ରମଣ ହେବାର ସମ୍ଭାବନା ଅଧିକ ରହିଥାଏ। ତେଣୁ ବର୍ଷାଦିନରେ ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବା ନିହାତି ଆବଶ୍ୟକ। ବର୍ଷାଦିନରେ ଜଣେ ବ୍ୟକ୍ତି ଠାରୁ ଅନ୍ୟ ଜଣଙ୍କ ନିକଟକୁ ରୋଗ ଖୁବ୍‍ ଶୀଘ୍ର ବ୍ୟାପିଥାଏ। ବର୍ଷାରେ ଓଦା ହେବା ଦ୍ୱାରା ମଧ୍ୟ ଅନେକ ସମସ୍ୟା ଦେଖା ଦେଇଥାଏ। ଜ୍ୱର, ଥଣ୍ଡା, ମୁଣ୍ଡ ବିନ୍ଧା ଇତ୍ୟାଦି ସମସ୍ୟା ହୋଇଥାଏ। ତେଣୁ ବର୍ଷା ଦିନରେ ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନେବା ଅତ୍ୟନ୍ତ ଆବଶ୍ୟକ ଅଟେ।
ବର୍ଷାଦିନରେ ପାଣି ଅତ୍ୟନ୍ତ ଦୂଷିତ ହୋଇଯାଏ। ପାଣି ଦୂଷିତ ହେବା ଦ୍ୱାରା ସେଥିରେ ବ୍ୟାକ୍ଟରିଆ ରହିଯାନ୍ତି। ସେହି ପାଣି ପିଇବା ଦ୍ୱାରା ପେଟ ସମସ୍ୟା ହୋଇଥାଏ। ପାଣି ଫୁଟାଇ ପିଇବା ଉଚିତ। ଖାଦ୍ୟ ତିଆରି କରି ଗରମ ଗରମ ଖାଇବା ଉଚିତ। ନଚେତ ଖାଦ୍ୟ ଥଣ୍ଡା ହୋଇଗଲେ ସେଥିରେ ଜୀବାଣୁ ସୃଷ୍ଟି ହୋଇଯାଆନ୍ତି। ଖାଦ୍ୟକୁ ସର୍ବଦା ଘୋଡାଇ ରଖନ୍ତୁ। ମାଛି ବସା ଖାଦ୍ୟକୁ ଖାଆନ୍ତୁ ନାହିଁ। ଦୂଷିତ ପାଣି ଓ ଖାଦ୍ୟ ଖାଇବା ଦ୍ୱାରା ଦେହ ଖରାପ ହେବା ସହ ବାନ୍ତି ହୋଇଥାଏ।
ବର୍ଷାରେ ବାହାର ଖାଦ୍ୟ ଖାଆନ୍ତୁ ନାହିଁ। ଯେତେ ସମ୍ଭବ ଘରୁ ଖାଇବା ପ୍ରସ୍ତୁତ କରି ସାଙ୍ଗରେ ନେଇଯାଆନ୍ତୁ। ପାଣି ବୋତଲ ମଧ୍ୟ ସାଙ୍ଗରେ ନେଇ ଯାଆନ୍ତୁ।
ବର୍ଷାରେ ଫଳ ଓ ପନିପରିବା କାଟି କରି ଠିକ ଭାବରେ ଦେଖି ଖାଆନ୍ତୁ। କାରଣ ବର୍ଷାଦିନେ ଫଳ ଓ ପନିବରିବାରେ ପୋକ ରହିଯିବାର ସମ୍ଭାବନା ରହିଥାଏ। ତେଣୁ ଖାଇବା ବେଳେ ଦେଖି କି ଖାଇବା ଉଚିତ।
ସ୍ୱାସ୍ଥ୍ୟ ଖରାପ ହେଲେ ସଙ୍ଗେ ସଙ୍ଗେ ଡାକ୍ତରଖାନା ଯାଆନ୍ତୁ। ଡାକ୍ତର ପରାର୍ମଶରେ ଔଷଧ ଖାଆନ୍ତୁ।
ଘର ପାଖ ପରିବେଶକୁ ସର୍ବଦା ସଫା ରଖନ୍ତୁ। ଅଳିଆ ଆବର୍ଜନା ଜମି ରହୁଥିଲେ ତାକୁ ଭଲ ଭାବରେ ସଫା କରନ୍ତୁ।
ବାହାରକୁ ଯିବା ସମୟରେ ସର୍ବଦା ଛତା ନେଇ ଯାଆନ୍ତୁ। ଓଦା ହୋଇ ଯାଇଥିଲେ ଭଲ ଭାବରେ ପୋଛି ହୋଇ ପୋଷାକକୁ ଭଲ ଭାବରେ ଧୋଇ ଦିଅନ୍ତୁ। କାରଣ ପୋଷାକରେ ମଧ୍ୟ ଜୀବାଣୁ ରହି ଦେହ ମଧ୍ୟକୁ ପ୍ରବେଶ କରିବାର ସମ୍ଭାବନା ଅଧିକ ରହିଥାଏ।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories