www.samajalive.in
Monday, December 8, 2025
27.1 C
Bhubaneswar

ଅଟଳ ବଦଳାଇଥିଲେ ରାଜନୈତିକ ସଂସ୍କୃତି: “ମନ କି ବାତ୍‍’ରେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଲ ଇଣ୍ଡିଆ ରେଡିଓ ମାଧ୍ୟମରେ ପ୍ରସାରିତ “ମନ କି ବାତ୍‍’ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ମାସିକ କାର୍ଯ୍ୟକ୍ରମର ୪୭ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ସର୍ବପ୍ରଥମେ ସମଗ୍ର ଦେଶରେ ପାଳିତ ହେଉଥିବା ରାଖୀ ପୂର୍ଣ୍ଣିମା ପାଇଁ ଦେଶବାସୀଙ୍କୁ ସୁଭେଚ୍ଛା ପ୍ରଦାନ କରିଥିଲେ।
କେରଳ ବନ୍ୟା ସମ୍ପର୍କରେ ପ୍ରଧାନମନ୍ତ୍ରୀ ଉଦବେଗ ପ୍ରକାଶ କରି ପ୍ରଳୟଙ୍କାରୀ ବନ୍ୟା କେରଳର ଜନଜୀବନକୁ ବ୍ୟାପକ ଭାବେ ପ୍ରଭାବିତ କରିଦେଇଛି। ଏଭଳି କଠିନ ପରିସ୍ଥିତିରେ ସମଗ୍ର ଦେଶ କେରଳ ସହ ଛିଡ଼ା ହୋଇଛି। ଯେଉଁ ବ୍ୟକ୍ତିମାନେ ନିଜ ସମ୍ପର୍କିୟଙ୍କୁ ହରାଇଛନ୍ତି ସେମାନଙ୍କୁ ପ୍ରଧାନମନ୍ତ୍ରୀ ସମବେଦନା ଜ୍ଞାପନ କରିଥିଲେ। ସେହିପରି କେରଳ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ସେନାର କାର୍ଯ୍ୟଦକ୍ଷତାକୁ ପ୍ରଧାନମନ୍ତ୍ରୀ ଭୁୟସୀ ପ୍ରଶଂସା କରିଥିଲେ।
କାର୍ଯ୍ୟକ୍ରମ ଅବସରରେ ପ୍ରାକ୍ତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଜ୍ଞଳୀ ଅର୍ପଣ କରି ଦେଶର ବିକାଶରେ ତାଙ୍କ ଅବଦାନ ଚୀରଦିନ ଅମର ହୋଇ ରହିବ ବୋଲି ପ୍ରକାଶ କରିଥିଲେ। ଏଭଳି ଜଣେ ଦିବଂଗତ ନେତାଙ୍କ ମୃତ୍ୟୁରେ ଦେଶବାସୀଙ୍କ ଶୋକ,ତାଙ୍କ ବ୍ୟକ୍ତିତ୍ୱର ବିଶାଳତାକୁ ପ୍ରମାଣିତ କରେ ବୋଲି ମୋଦୀ ଦୃଢୋକ୍ତି କରିଥିଲେ। ସେହିପରି ଦେଶର ମୁସଲିମ ମହିଳାଙ୍କୁ ନ୍ୟାୟ ଦେବା ପାଇଁ ସମଗ୍ର ଦେଶର ସମର୍ଥନ ରହିଛି ବୋଲି ମୋଦୀ ତାଙ୍କ ଭାଷଣରେ ମତବ୍ୟକ୍ତ କରିଥିଲେ। ସେହିପରି ଦଳିତ ପରିବାର ଉପରେ ହେଉଥିବା ଅତ୍ୟାଚାର ପାଇଁ ଏସ୍‍ସି ଏସ୍‍ଟି ବିଲ ସେମାନଙ୍କୁ ସୁରକ୍ଷା ପ୍ରଦାନ କରିବ ବୋଲି ସେ ଆଶା ପ୍ରକାଶ କରିଥିଲେ।
ତାମିଲ ଭାଷା ବିଶ୍ୱର ସବୁଠାରୁ ପୁରାତନ ଭାଷା ପାଇଁ ଆମକୁ ଗର୍ବିତ ହେବାକୁ ପଡ଼ିବ। ସେହିପରି ସଂସ୍କୃତ ଏକ ଭାଷା ଅସଂଖ୍ୟ ଶବ୍ଦର ସମାହାର ଭାରତୀୟ ସଂସ୍କୃତିର ବ୍ୟାପକତାକୁ ପ୍ରମାଣିତ କରିଥାଏ। ଯେଉଁମାନେ ସଂସ୍କୃତ ନୀତିବାଣୀ ଅଳ୍ପ ଶବ୍ଦରେ ବିଶାଳ ଭାବାର୍ଥକୁ ବୁଝାଇ ହୋଇଥାଏ।ଏହି ଭାଷା କେବଳ ସାହିତ୍ୟ କାହିଁକି ଅର୍ଥଶାସ୍ତ୍ର, ଗଣିତ, ବିଜ୍ଞାନ କ୍ଷେତ୍ରରେ ମଧ୍ୟ ସଂସ୍କୃତର ଏକାଧିକ ପଣ୍ଡୁଲିପି ଦେଶର ଐତିହ୍ୟକୁ ପ୍ରମାଣିତ କରୁଛି ବୋଲି ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଥିଲେ।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories