www.samajalive.in
Monday, December 8, 2025
27.1 C
Bhubaneswar

ଏତଲା ବିରୋଧରେ ସର୍ବୋଚ୍ଚ ନ୍ୟାୟାଳୟ ଗଲେ ରାମଦେବ

ନୂଆଦିଲ୍ଲୀ : ଏଲୋପାଥି ଚିକିତ୍ସା ଓ ଏଲୋପାଥି ଡାକ୍ତରଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବା ଯୋଗଗୁରୁ ବାବା ରାମଦେବଙ୍କ ଅଡ଼ୁଆ ବଢ଼ିଛି। ଦେଶବ୍ୟାପୀ ତାଙ୍କ ବିରୋଧରେ ଏତଲା ଦିଆଯିବା ପରେ ବିବ୍ରତ ରାମଦେବ ସର୍ବୋଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇଛନ୍ତି। ବୁଧବାର ଏକ ଯାଚିକା ମାଧ୍ୟମରେ ତାଙ୍କ ବିରୋଧରେ ରୁଜୁ ହେଉଥିବା ସମସ୍ତ ଏତଲା ଉପରେ କାର୍ଯ୍ୟାନୁଷ୍ଠାନକୁ ବନ୍ଦ କରିବା ପାଇଁ ନିର୍ଦେଶ ଦେବାକୁ ନିବେଦନ କରିଛନ୍ତି। ପାଟନା ଓ ରାୟପୁରଠାରେ ଆଇଏମ୍‌ଏ (ଭାରତୀୟ ଚିକିତ୍ସକ ସଂଘ) ପକ୍ଷରୁ ଦାୟର ଏତଲା ଆଧାରରେ କାର୍ଯ୍ୟାନୁଷ୍ଠାନ ଉପରେ ରହିତାଦେଶ ଜାରି ସହ ସମସ୍ତ ଏତଲାକୁ ଦିଲ୍ଲୀ ସ୍ଥାନାନ୍ତର କରିବା ପାଇଁ ଯାଚିକାରେ ସେ ନିବେଦନ କରିଛନ୍ତି। ଜୟପୁର ପୁଲିସ ମଧ୍ୟ ଗତ ସପ୍ତାହରେ ରାମଦେବଙ୍କ ବିରୋଧରେ ଦାୟର ହୋଇଥିବା ଏତଲା ପଞ୍ଜିକୃତ କରିଛି। ରାୟପୁରରେ ରାମକୃଷ୍ଣ ଯାଦବ ଓରଫ ରାମଦେବଙ୍କ ନାମରେ ଏତଲା ଦାୟର ହୋଇଥିବା ସ୍ଥାନୀୟ ପୁଲିସ ସୂତ୍ରରୁ ପ୍ରକାଶ।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories