www.samajalive.in
Monday, December 8, 2025
27.1 C
Bhubaneswar

ମାଲେଶ୍ବରୀ ଦିଲ୍ଲୀ କ୍ରୀଡ଼ା ବିଶ୍ବବିଦ୍ୟାଳୟର ପ୍ରଥମ କୁଳପତି

ନୂଆଦିଲ୍ଲୀ:  ଦେଶ ପାଇଁ ଅଲିମ୍ପିକ୍‌ସ ପଦକ ଜିତିଥିବା ଭାରୋତ୍ତୋଳନକାରିଣୀ କର୍ଣ୍ଣମ୍ ମାଲେଶ୍ବରୀ ଦିଲ୍ଲୀ କ୍ରୀଡ଼ା ବିଶ୍ବବିଦ୍ୟାଳୟର ପ୍ରଥମ କୁଳପତି ନିଯୁକ୍ତ ହୋଇଛନ୍ତି। ଦିଲ୍ଲୀର ଉପରାଜ୍ୟପାଳ ଅନୀଲ ବୈଜଲ ବୁଧବାର ମାଲେଶ୍ବରୀଙ୍କୁ ଏହି ନିଯୁକ୍ତି ଦେଇଛନ୍ତି। ଉପରାଜ୍ୟପାଳ ହେଉଛନ୍ତି ଦିଲ୍ଲୀ କ୍ରୀଡ଼ା ବିଶ୍ବବିଦ୍ୟାଳୟର କୁଳାଧିପତି। ଭାରତକୁ ଭାରୋତ୍ତୋଳନରେ ଅଲିମ୍ପିକ୍‌ସ ପଦକ ଜିତାଇବାରେ ମାଲେଶ୍ବରୀ ହେଉଛନ୍ତି ପ୍ରଥମ ମହିଳା। ୨୦୦୦ ସିଡ୍‌ନୀ ଅଲିମ୍ପିକ୍‌ସରେ କର୍ଣ୍ଣମ୍ ମାଲେଶ୍ବରୀ ସ୍ନାଚ୍‌ରେ ୧୦୦ କିଗ୍ରା ଓ କ୍ଲିନ୍ ଏଣ୍ଡ୍‌ ଜର୍କରେ ୧୩୦ କିଗ୍ରା ଭାର ଉଠାଇ ୩ୟ ସ୍ଥାନରେ ରହିବା ସହ ବ୍ରୋଞ୍ଜ୍ ପଦକ ଜିତିଥିଲେ। ଅରବିନ୍ଦ କେଜରିୱାଲଙ୍କ ସରକାର ଦିଲ୍ଲୀରେ କ୍ରୀଡ଼ା ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଥିଲେ। ୨୦୧୯ରେ ଦିଲ୍ଲୀ ବିଧାନସଭା ଏଥିପାଇଁ ଏକ ବିଧେୟକ ପାରିତ କରିଥିଲା। ଦିଲ୍ଲୀ କ୍ରୀଡ଼ା ବିଶ୍ବବିଦ୍ୟାଳୟରେ କ୍ରିକେଟ୍‌, ହକି, ଫୁଟ୍‌ବଲ ଓ ଅନ୍ୟ କିଛି କ୍ରୀଡ଼ାରେ ସ୍ନାତକ, ସ୍ନାତକୋତ୍ତର ଓ ଡକ୍ଟରେଟ୍‌ ଡିଗ୍ରୀ ପ୍ରଦାନ କରିବ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories