www.samajalive.in
Monday, December 8, 2025
20.1 C
Bhubaneswar

ବାଇକ ଡିକି ଭାଙ୍ଗି ୭୦ ହଜାର ଲୁଟ

ବୌଦ୍ଧ : ଜାତୀୟ ରାଜପଥ ନମ୍ବର୍ ୫୭ର ବୌଦ୍ଧ ଥାନା ମୂର୍ଷୁଣ୍ଢି ଛକ ନିକଟରୁ ଗୋଟିଏ ବାଇକ ଡିକି ଭାଙ୍ଗି ଦୁର୍ବୃତ୍ତମାନେ ୭୦ ହଜାର ଟଙ୍କା ଲୁଟି ନେଇଥିବା ଥାନାରେ ଅଭିଯୋଗ ହୋଇଛି।

ଅଭିଯୋଗ ଅନୁସାରେ, ବୌଦ୍ଧ ବ୍ଲକ୍ ମୁଣ୍ଡିପଦର ପଞ୍ଚାୟତ ପଲସପାଟ୍ ଗ୍ରାମର ହିମାଂଶୁ ପ୍ରଧାନ ଓ ରଂଜନ ପ୍ରଧାନ ନାମକ ଦୁଇ ଜଣ ଚାଷୀ ଋଣ ଟଙ୍କା ଉଠାଇବା ପାଇଁ ବୌଦ୍ଧ ସମବାୟ କେନ୍ଦ୍ର ବ୍ୟାଙ୍କ ଶାଖାକୁ ଆସିଥିଲେ। ବ୍ୟାଙ୍କରୁ ହିମାଂଶୁ ୪୦ ହଜାର ଓ ରଂଜନ ୩୦ ହଜାର ଟଙ୍କା ଉଠାଇ ଟଙ୍କାକୁ ବାଇକ ଡିକିରେ ଭର୍ତ୍ତି କରି ଘରକୁ ଫେରୁଥିଲେ । ମୂର୍ଷୁଣ୍ଢି ଛକ ନିକଟରେ ଏକ ବିହନ ଦୋକାନରୁ କିଛି ମଞ୍ଜି ଓ ବିହନ କିଣୁଥିବା ବେଳେ ପୁର୍ବରୁ ତାଙ୍କୁ ପିଛା କରୁଥିବା ଦୁଇଜଣ ଦୁର୍ବୃତ୍ତ ପଲସର୍ ବାଇକରେ ଆସି ବାଇକ ଡିକି ଭାଙ୍ଗି ୭୦ ହଜାର ଟଙ୍କା ଧରି ଫେରାର ହୋଇଯାଇଥିଲେ। ଏ ସମ୍ପର୍କରେ ଉଭୟେ ବୌଦ୍ଧ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories