www.samajalive.in
Monday, December 8, 2025
27.1 C
Bhubaneswar

କ୍ବାର୍ଟରରେ ଆର୍ଜେଣ୍ଟିନା

ବ୍ରାସିଲିଆ : କୋପା ଆମେରିକା ଫୁଟବଲର କ୍ବାର୍ଟରଫାଇନାଲରେ ଆର୍ଜେଣ୍ଟିନା ପ୍ରବେଶ କରିଛି। ମଙ୍ଗଳବାର ଗ୍ରୁପ୍‌‘ ଏ’ର ମ୍ୟାଚରେ ଆର୍ଜେଣ୍ଟିନା ୧-୦ ଗୋଲରେ ପାରାଗୁଏକୁ ପରାସ୍ତକରି ନକ୍‌ଆଉଟ୍‌କୁ ଉନ୍ନୀତ ହୋଇଛି। ଆର୍ଜେଣ୍ଟିନା ୩ଟି ମ୍ୟାଚରୁ ୨ଟି ବିଜୟ ଓ ଗୋଟିଏ ଡ୍ର ସହ ୭ ପଏଣ୍ଟ ପାଇ ଶୀର୍ଷରେ ରହିଛି। ୫ ପଏଣ୍ଟ ପାଇଥିବା ଚିଲି ମଧ୍ୟ ଏହି ଗ୍ରୁପ୍‌ରୁ କ୍ବାର୍ଟରଫାଇନାଲ ଖେଳିବାର ନିକଟତର ହୋଇଛି।
୨ ଥର ୟୁରୋ ଚମ୍ପିଆନ ପାରାଗୁଏ ଉପରେ ୧୪ ଥର ଚମ୍ପିଆନ ଆର୍ଜେଣ୍ଟିନା ଭାରି ପଡ଼ିଥିଲା। ଆର୍ଜେଣ୍ଟିନା ବିଜୟରେ ଅଧିନାୟକ ଲିଓନେଲ ମେସି ଓ ଆଲେଜା‌େଣ୍ଡ୍ରା ଗୋମେଜ୍‌ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ୧୦ ମିନିଟ୍‌ରେ ଆର୍ଜେଣ୍ଟିନାର ଆଲେଜା‌େଣ୍ଡ୍ରା ଗୋମେଜ୍‌ ଗୋଲ୍‌ଦେଇ ଦଳକୁ ୧-୦ରେ ଆଗୁଆ କରିଥିଲେ। ପ୍ରଥମାର୍ଦ୍ଧରେ ଆର୍ଜେଣ୍ଟିନା ୧-୦ ଗୋଲରେ ଆଗୁଆ ରହିଥିଲା। ଦ୍ବିତୀୟାର୍ଦ୍ଧରେ ପାରାଗୁଏ ଗୋଲ ସୁଝାଇବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ଆର୍ଜେଣ୍ଟିନାର ରକ୍ଷଣାପନ୍ଥୀକୁ ଭେଦ କରିବା​‌େ​‌ର ବିଫଳ ହୋଇଥିଲା। ନିଜର ୧୪୭ତମ ଆନ୍ତର୍ଜାତିକ ମ୍ୟାଚ ଖେଳିଥିବା ମେସି ଗୋଲ୍‌ଦେବାରେ ବିଫଳ ହୋଇଥିଲେ ମଧ୍ୟ ଚମକପ୍ରଦ ପ୍ରଦର୍ଶନ କରିଥିଲେ। ଆର୍ଜେଣ୍ଟିନା ପ୍ରଥମ ମ୍ୟାଚ ଚିଲି ସହ ୧-୧ ଗୋଲ୍‌ରେ ଡ୍ର ରଖିଥିବା ବେଳେ ୨ୟ ମ୍ୟାଚରେ ଉରୁଗୁଏକୁ ୧-୦ ଗୋଲରେ ପରାସ୍ତ କରିଥିଲା। ଆର୍ଜେଣ୍ଟିନା ଅନ୍ତିମ ଲିଗ୍‌ ମ୍ୟାଚ ୨୮ରେ ବଲିଭିଆ ସହ ଖେଳିବ। ଅନ୍ୟପକ୍ଷରେ ପାରାଗୁଏ ୨ଟି ମ୍ୟାଚରୁ ଗୋଟିଏ ବିଜୟ, ଗୋଟିଏ ପରାଜୟ ସହ ୩ ପଏଣ୍ଟ ପାଇ ୩ୟ ସ୍ଥାନରେ ରହିଛି। ଏହା ୩ୟ ଲିଗ୍‌ ମ୍ୟାଚ ୨୪ରେ ଚିଲି ସହ ଖେଳିବ।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories