www.samajalive.in
Monday, December 8, 2025
20.1 C
Bhubaneswar

ଚୌଦ୍ୱାରରେ ଆନ୍ତର୍ଜାତୀୟ ଯୋଗ ଦିବସ

ଚୌଦ୍ୱାର : ଚୌଦ୍ୱାରର ବିଭିନ୍ନ ସ୍ଥାନରେ ଆନ୍ତର୍ଜାତୀୟ ଯୋଗ ଦିବସ ଓ ଯୋଗ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ କଳା ପ୍ରକାଶିନୀ କ୍ଲବରେ ଚୌଦ୍ୱାର ନଗର ବିଜେଡ଼ି ସଭାପତି ବିଷ୍ଣୁ ଚରଣ ପରିଡ଼ାଙ୍କ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗଗୁରୁ ଜୟକୃଷ୍ଣ ପରିଡ଼ା ଯୋଗଶିକ୍ଷା ପ୍ରଦାନ କରିବା ସହିତ ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବଢ଼଼ାଇବାରେ ଯୋଗର ବିଶେଷ ଭୂମିକା ରହିଥିବା ପ୍ରକାଶ କରି ଯୋଗର ଉପଯୋଗିତା ଉପରେ ଲୋକ ମାନଙ୍କୁ ବୁଝାଇଥିଲେ। ଡଗରା ସାହିସ୍ଥିତ ଉଦୟନାଥ ଚେରିଟେବୁଲ ଟ୍ରଷ୍ଟ ପରିସରରେ ଆୟୋଜିତ ଯୋଗ ଶିବିରକୁ ଟ୍ରଷ୍ଟର ମୁଖ୍ୟ ଉପଦେଷ୍ଟା କୈଳାସ ଚନ୍ଦ୍ର ବରାଳ ଉଦ୍‍ଘାଟନ କରିଥିଲେ। ଯୋଗଗୁରୁ ଭୋଳାନାଥ ନାୟକ ଯୋଗ ଶିକ୍ଷା ପ୍ରଦାନ କରିଥିଲେ। ଟ୍ରଷ୍ଟର ଚନ୍ଦ୍ରମୋହନ ସାହୁ, ପବିତ୍ର ମୋହନ ସାହୁ, ଭୁବନାନନ୍ଦ ସାହୁଙ୍କ ସମେତ ସଦସ୍ୟମାନେ ଶିବିର ପରିଚାଳନା କରିଥିଲେ। ସେହିପରି କପାଳେଶ୍ୱର ଠାର ଜ୍ଞାନେନ୍ଦ୍ର କୁମାର ସ୍ୱାଇଁଙ୍କ ତତ୍ୱାବଧାନରେ ଯୋଗ ଶିବିର ଅନୁଷ୍ଠିତ ହୋଇଥିଲା।ସ୍ଥାନୀୟ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ମଧ୍ୟ ଯୋଗ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories