www.samajalive.in
Tuesday, December 9, 2025
16.1 C
Bhubaneswar

ପଞ୍ଚଭୂତରେ ଲୀନ ହେଲେ କଣ୍ଠଶିଳ୍ପୀ ତପୁ ମିଶ୍ର

ଭୁବନେଶ୍ୱର : ଆଉ ନାହାଁନ୍ତି ଲୋକପ୍ରିୟ କଣ୍ଠଶିଳ୍ପୀ ତପୁ ମିଶ୍ର। ପଞ୍ଚଭୂତରେ ବିଲୀନ ହେଲେ ତପୁ ମିଶ୍ର। ଆଜି ଭୁବନେଶ୍ୱର ସ୍ଥିତ ସତ୍ୟନଗର ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ତାଙ୍କ ସ୍ୱାମୀ ମୁଖ୍ୟଗ୍ନି ଦେଇଛନ୍ତି।
ଅଭିନେତ୍ରୀ ଏଲିନା ଦାସ, ଉଷାସୀ ମିଶ୍ର,ରାଖି,ସୋଫିଆ ଆଲାମ, ଅଭିନେତା ବୁଲୁ ପ୍ରମୁଖ ତପୁଙ୍କ ଶେଷ ଦର୍ଶନ କରିଥିଲେ।
ଆଜି ତପୁଙ୍କ ବାସଭବନରେ ପ୍ରଥମେ ତାଙ୍କ ବନ୍ଧୁ ପରିଜନମାନେ ତାଙ୍କର ଶେଷ ଦର୍ଶନ କରିଥିଲେ। ଏହାପରେ ତାଙ୍କ ପାର୍ଥିବ ଶରୀରକୁ ସତ୍ୟନଗର ଶ୍ମଶ।ନକୁ ନିଆଯାଇଥିଲା। ସେଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। କୋଭିଡ ପରେ ଫୁସଫୁସ ସଂକ୍ରମଣରେ ପୀଡ଼ିତ ହୋଇ ଭୁବନେଶ୍ୱର ସ୍ଥିତ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ମାତ୍ର ୩୬ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଜଣେ ଲୋକପ୍ରିୟ ଓ ସଫଳ କଣ୍ଠଶିଳ୍ପୀ ଭାବେ ସେ ସ୍ୱନାମ ଅର୍ଜନ କରିଥିଲେ। ତାଙ୍କ ମୃତ୍ୟୁରେ ଓଲିଉଡ, ବରିଷ୍ଠ ଅଭିନେତାଙ୍କ ସହ ଅନେକ କଳାକାର,କଣ୍ଠଶିଳ୍ପୀ ଓ ପ୍ରଶଂସକଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି।

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories