www.samajalive.in
Sunday, December 7, 2025
15.1 C
Bhubaneswar

କନ୍ଧ ଆଦିବାସୀଙ୍କ ନିଆରା ପର୍ବ “ସଡ୍ରା”

ମୋହନା: ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ କରଚବାଡି ପଞ୍ଚାୟତର ପରମଙ୍ଗା ଗ୍ରାମରେ ବସବାସ କରନ୍ତି କନ୍ଧ ଆଦିବାସୀ ସଂପ୍ରଦାୟର ଲୋକେ । ଏଠାକାର ପରିବେଶ ନିଆରା। ପ୍ରକୃତିର ମନୋଲୋଭା ପରିବେଶ ସାଙ୍ଗକୁ ପାହାଡ଼ ପର୍ବତ ଘେରା ସବୁଜ ବନାନୀ ମଧ୍ୟରେ ଅବସ୍ଥିତ ଏହି ଗ୍ରାମ। କେଉଁ ଆବାହମାନ କାଳରୁ ଏମାନଙ୍କ ବଂଶଧରମାନେ ଏହି ଅଞ୍ଚଳରେ ବସବାସ କରି ଆସୁଛନ୍ତି। ଜଙ୍ଗଲ, ଜମି, ମାଟି, ପାଣି ଏମାନଙ୍କର ସର୍ବସ୍ଵ । ଏମାନଙ୍କର ବିଶ୍ୱାସ ପ୍ରକୃତିର ପରିବେଶ ସ୍ୱଚ୍ଛ ଏବଂ ନିର୍ମଳ ରହିଲେ ଭଗବାନ ଆମର ମଙ୍ଗଳ କରିବେ।ଏହି ବିଶ୍ୱାସର ବଶବର୍ତ୍ତୀ ହୋଇ ଏମାନେ କେଉଁ କାଳରୁ ଗ୍ରାମରେ ପାଳିଆସୁଛନ୍ତି ମା’ ଗୁଙ୍ଗି ଠାକୁରାଣୀଙ୍କ ପୂଜା “ସଡ୍ରା” ଓ ବର୍ଷର ଜୁନ ମାସର ରଜପର୍ବ ଆରମ୍ଭରେ ଏହି ପୂଜା କରାଯାଇଥାଏ । ଗ୍ରାମବାସୀ ମିଳିତଭାବେ ଗ୍ରାମ ଶେଷଭାଗରେ ରହିଥିବା ମା’ ଗୁଙ୍ଗିଙ୍କ ମନ୍ଦିରକୁ ଯାଇ ବାଜା ବଜାଇ ପୂଜକ ଡ଼ଡ୍ର ମଳିକ ମାଙ୍କ ପୂଜା ଅର୍ଚ୍ଚନା କରି ଅନ୍ନଭୋଗ ସହିତ ବିଭିନ୍ନ ପ୍ରକାର ସ୍ଵାଦିଷ୍ଟ ଫଳ ଭୋଗ ଲଗାଇଥାନ୍ତି। ତିନିଦିନ ଧରି ଏହି ପର୍ବ ମହାସମାରୋହରେ ପାଳିତ ହୋଇଥାଏ। ପ୍ରଥମ ଦିନରେ ଗ୍ରାମବାସୀ ଭୋରରୁ ଉଠି ନିତ୍ୟକର୍ମ ସାରି ଶୁଭ୍ରବସ୍ତ୍ର ପରିଧାନ କରି ବାଜା ବାଜଣା ସହ ନଡ଼ିଆ, କଦଳୀ, ଆମ୍ବ,ଚାଉଳ, ଡାଲି ଏବଂ ବିଭିନ୍ନ ପନିପରିବା ନେଇ ମା’ଙ୍କ ନିକଟକୁ ଯାଇ ପୂଜକ ପୂଜାଅର୍ଚ୍ଚନା କରି ଗ୍ରାମର ଶୁଭକାମନା ମନାସି ଆଶିଷ ଭିକ୍ଷା କରିଥାଏ ।

ପର୍ବର ଦ୍ଵିତୀୟ ଦିନରେ ଗ୍ରାମର ଯୁବକ, ଯୁବତୀ , ବୁଦ୍ଧ, ବୁଦ୍ଧା ମାନେ ପାରମ୍ପରିକ ଅସ୍ତ ଶସ୍ତ୍ର ଓ ପୋଷାକ ପରିଧାନ କରି ଗ୍ରାମରେ ନାଚନୃତ୍ୟରେ ମସଗୁଲ ଥାଆନ୍ତି। ତୃତୀୟ ଦିନରେ ଗ୍ରାମବାସୀ ପାରମ୍ପରିକ ବାଜା,ପୋଷାକ ସହ ସାହି ମଧ୍ୟରେ ନୃତ୍ୟ ପରିବେଷଣ କରିଥାନ୍ତି। ଶେଷପର୍ୟ୍ୟାୟରେ ଗ୍ରାମବାସୀ ମିଳିତଭାବେ ମା’ଙ୍କୁ ବିଦାୟ ଦେଇଥାନ୍ତି। ଚ଼ତୁର୍ଥ ଦିନରେ ବିଭିନ୍ନ ଗ୍ରାମରୁ ଡକାଯାଇଥିବା ବନ୍ଧୁବାନ୍ଧବ (କୁଣିଆ)ଙ୍କ ସହିତ ଗ୍ରାମବାସୀ ଗ୍ରାମରେ ଭୋଜିଭାତ କରି ମିଳିତଭାବେ ଭୋଜନ କରିଥାନ୍ତି। ଗୁଙ୍ଗି ମା’ଙ୍କ ଉପରେ ଏମାନଙ୍କର ଅତୁଟ ବିଶ୍ୱାସ ରହିଥିବାରୁ ଏମାନଙ୍କର ବିଶ୍ୱାସ ରହିଛି ମା’ଙ୍କୁ ପୂଜାକଲେ ଗ୍ରାମରୁ ରୋଗ ବ୍ୟାଧି ଦୂର ହେବ,ଜମିରେ ଭଲ ଫସଲ ହେବ, ପଶୁପକ୍ଷୀମାନେ ନିରୋଗ ରହିବେ,ଗ୍ରାମକୁ ଆପଦ ବିପଦରୁ ମା ରକ୍ଷା କରିବେ । ଏହି ପର୍ବକୁ ଗ୍ରାମ୍ୟ କମିଟିର ସଦସ୍ୟ ସରପଞ୍ଚ କାମ୍ବି ମଳିକ, ଚାନ୍ଦ ମାଳିକ, ଜିତେନ୍ଦ୍ର ମଳିକ, ତାଲେନ୍ତିନ ମଳିକ, ଲକ୍ଷ୍ମଣ ମଳିକ,ନିଳକଣ୍ଠ ମଳିକଙ୍କ ତତ୍ତ୍ଵଵଧାନରେ ପରିଚାଳିତ ହୋଇଥାଏ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories