www.samajalive.in
Monday, December 8, 2025
27.1 C
Bhubaneswar

ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମମାନଙ୍କ ପାଇଁ ଘର ପାଖରେ ଟିକାଦାନକୁ ସରକାରଙ୍କ ଅନୁମତି

ନୂଆଦିଲ୍ଲୀ : ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମମାନଙ୍କ ପାଇଁ ଘର ପାଖରେ କୋଭିଡ୍‍ ଟିକାଦାନ କେନ୍ଦ୍ର ସ୍ଥାପନ କରିବାକୁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି। ସାମାଜିକ ନ୍ୟାୟ ଓ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ରତନଲାଲ କଟାରିଆ କହିଛନ୍ତି, ଟିକାକରଣ ପ୍ରକ୍ରିୟାକୁ ସରଳ କରିବା ଲାଗି ଏହି ପଦକ୍ଷେପ ନିଆଯାଇଛି।
ଶ୍ରୀ କଟାରିଆ କହିଛନ୍ତି, କୋଭିଡ୍‍ ମହାମାରୀ ସମୟରେ ବରିଷ୍ଠ ନାଗରିକମାନଙ୍କୁ ସହାୟତା ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି। ପ୍ରଥମେ ବରିଷ୍ଠ ନାଗରିକମାନଙ୍କୁ କୋଭିଡ୍‍ ଟିକା ଦିଆଯାଇଛି ଏବଂ ଅଧିକ ସଂଖ୍ୟକ ବରିଷ୍ଠ ନାଗରିକ ପ୍ରଥମ ଡୋଜ୍‍ ଟିକା ନେଇସାରିଲେଣି। ଦେଶରେ ଏଯାବତ ୮ କୋଟି ୪୩ ଲକ୍ଷ ୪୯ ହଜାର ୬୭୧ ଜଣ ୬୦ ବର୍ଷ ରୁ ଅଧିକ ବୟସର ନାଗରିକଙ୍କୁ ଟିକାଦାନ କରାଯାଇଛି।

 

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories