www.samajalive.in
Sunday, December 7, 2025
13.1 C
Bhubaneswar

ରାତି ୮ଟା – ମୁଖ୍ୟ ଖବର

–ଆଜି ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା। ବିବାହ କରିବେ ଦେବ ଦମ୍ପତ୍ତି ଶିବ-ପାର୍ବତୀ। କୋଭିଡ ପାଇଁ ହେବନି ଯୁଗଳ ଦର୍ଶନ ଶୋଭାଯାତ୍ରା।

–ମଇ ମାସରେ ଭାରତର ରପ୍ତାନି ୩୨.୨୭ ବିଲିଅନ ଡଲାରକୁ ବୃଦ୍ଧି; ବାଣିଜ୍ୟ ନିଅଣ୍ଟ ୬.୨୮ ବିଲିଅନ ଡଲାର

- Advertisement -

–ଭୁବନେଶ୍ବରରେ ଗୋଧି ମାଂସ ଓ ଚମଡ଼ା ବିକ୍ରି ଅଭିଯୋଗ। ଗୋଧି ମାଂସକୁ ଚିକେନ କାଉଣ୍ଟରରେ ରଖି ବିକ୍ରି କରାଯାଉଥିଲା। ସିଟି ଫରେଷ୍ଟ ଡିଭିଜନ ପକ୍ଷରୁ ଗୋଧି ମାଂସ ବିକ୍ରି ଅଭିଯୋଗରେ ୨ଜଣଙ୍କୁ ଗିରଫ କରିଛି।

–ଭୁବନେଶ୍ବର ଲକ୍ଷ୍ମୀ ସାଗର ଅଞ୍ଚଳରୁ ୭ ଗୋଧି ଜବତ। ୫ ଜୀବନ୍ତ ଓ ୨ ମୃତ ଗୋଧି ଜବତ କଲା ବନ ବିଭାଗ। ଗୋଧି ଚମଡ଼ା ବିକ୍ରିକୁ ନେଇ ଖୋଳତାଡ଼ କରୁଛି ବନ ବିଭାଗ।

–ଉଦଳା: ବଡ଼ ବାପାକୁ ଅତି ନୃଶଂସ ଭାବେ କଚାଡ଼ି ମାରିଲା ପୁତୁରା। କପ୍ତିପଦା ଥାନା ବଡ଼ଝାଡ଼ ଗାଁରେ ଅଭାବନୀୟ ଘଟଣା।

–ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍‌ସ) ପିଜି ପାଇଁ କମନ ଏଣ୍ଟ୍ରାନ୍ସ ପରୀକ୍ଷା ଘୁଞ୍ଚିଲା। ଆସନ୍ତାକାଲି ହେବାକୁ ଥିବା ଏମ୍‌ସ ପିଜି ଏଣ୍ଟ୍ରାନ୍ସ ପରୀକ୍ଷା ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତ ଘୁଞ୍ଚିଲା।

–କୋଭିଡ ଟିକା ନେଇ ପାର୍ଶ୍ବପ୍ରତିକ୍ରିୟାରୁ ଦେଶରେ ପ୍ରଥମ ମୃତ୍ୟୁ। ପାର୍ଶ୍ବ ପ୍ରତିକ୍ରିୟା ମୃତ୍ୟୁ ନେଇ ସ୍ପଷ୍ଟ କଲା ଏଇଏଫ୍‌ଆଇ ପ୍ୟାନେଲ।

–ରାୟଗଡ଼ା ଷ୍ଟେସନ ନିକଟରେ ମାଲବାହୀ ଟ୍ରେନରେ ଅଗ୍ନିକାଣ୍ଡ। ଇଞ୍ଜିନରେ ଲାଗିଲା ନିଆଁ, ଅଗ୍ନିଶମବାହିନୀ ଦ୍ବାରା ଆୟତ୍ତ। ବିଶାଖାପାଟଣାରୁ ବକ୍ସସାଇଟ ବୋଝେଇ ଟ୍ରେନ ଆସୁଥିବାବେଳେ ଅଘଟଣ।

–୨୦୨୧ ପାଇଁ ସମସ୍ତ ହଜ୍‍ ଆବେଦନପତ୍ର ବାତିଲ; ଭାରତର ହଜ୍‍ କମିଟି ପକ୍ଷରୁ ଘୋଷଣା

–ଖୁବ ଶୀଘ୍ର କରୋନା ଯୁଦ୍ଧରେ ଯୋଡ଼ିହେବ ନୋଭାଭାକ୍ସ, ସେରମ ଇନ୍‌ଷ୍ଟିଚ୍ୟୁଟ ଅତିଶୀଘ୍ର କରୋନା ଟିକା ନୋଭାଭାକ୍ସ ଉତ୍ପାଦନ କରିବ-ଡାକ୍ତର ଭି.କେ.ପଲ

–କରୋନା ସ୍ଥିତିକୁ ଆଖି ଆଗରେ ରଖି ରାଜ୍ୟ ସରକାର ଅନଲକ ପ୍ରକ୍ରିୟା ନେଇ ଖୁବ ଶୀଘ୍ର ନିଷ୍ପତି ଗ୍ରହଣ କରିବେ : ସ୍ୱାସ୍ଥ୍ୟ ସେବା ନିର୍ଦେଶକ ବିଜୟ ମହାପାତ୍ର

–ଦିନେ-ଦୁଇ ଦିନ ମଧ୍ୟରେ ଏସଆରସି ଜାରୀ କରିବେ ବିସ୍ତୃତ ଗାଇଡଲାଇନ୍‍

–ଦେଶରେ କୋଭିଡ ପ୍ରତିଷେଧକ ଟିକାଦାନ କାର୍ୟ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି

–ଏପର୍ୟ୍ୟନ୍ତ ମୋଟ ୨୫ କୋଟି ୯୦ ଲକ୍ଷ ୪୪ ହଜାରରୁ ଅଧିକ ଲୋକଙ୍କୁ ଟିକା ପ୍ରଦାନ କରାଯାଇଛି

–କରୋନା ଭୂତାଣୁକୁ ନଷ୍ଟ କରିଦେବ ଏହି ତୁଣ୍ଡି

–ଦେଶରେ ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଛି କରୋନା ସଂକ୍ରମଣ

–ଆଉ ୬୦ ହଜାର ୪୭୧ ନୂଆ କରୋନା ସଂକ୍ରମିତ ଚିହ୍ନଟ,ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୯୫,୭୦,୮୮୧

–ଆଉ ୨ ହଜାର ୭୨୬ ଆକ୍ରାନ୍ତଙ୍କ ମୃତ୍ୟୁ,ମୋଟ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୭୭ ହଜାର ୦୩୧

–ଦିନକରେ ଆଉ ୧ ଲକ୍ଷ ୧୭ ହଜାର ୫୨୫ ସୁସ୍ଥ, ମୋଟ ୨,୮୨,୮୦,୪୭୨ ସୁସ୍ଥ

–ଦେଶରେ ଆରୋଗ୍ୟ ହାର ୯୫.୬୪%ରେ ପହଞ୍ଚିଛି

–ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟର ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲାଗୁଡ଼ିକୁୁ ପ୍ରବଳ ବର୍ଷା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି

–ରଜ ଦୋଳି କଟକଟ : ଆଜି ପବିତ୍ର ରଜ ସଂକ୍ରାନ୍ତି

–ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୩୪୦୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

–ସେମାନଙ୍କ ମଧ୍ୟରେ ସଂଗରୋଧରୁ ୧୯୪୨ ଏବଂ ସ୍ଥାନୀୟ ସଂକ୍ରମିତ ୧୪୬୩ ଜଣ

–ରାଜ୍ୟରେ ୨୪ ଘଣ୍ଟାରେ ଚିକିତ୍ସାଧୀନ ଅବସ୍ଥାରେ ୪୨ ଆକ୍ରାନ୍ତ ମୃତ

–ଆଜି ପବିତ୍ର ଶୀତଳଷଷ୍ଠୀ : କରୋନା କଟକଣା ମଧ୍ୟରେ ଦେବ ଦମ୍ପତିଙ୍କ ବିବାହ

–କେନ୍ଦ୍ରଙ୍କୁ ଅନୁରୋଧ, ରାଜ୍ୟକୁ ମିଳୁ ଘରୋଇ ଡାକ୍ତରଖାନାର ୨୦ ଭାଗ ଟିକା

–ରାଜ୍ୟରେ ସ୍ୱାଭାବିକରୁ ୩୪% ଅଧିକ ବର୍ଷା

–ଏଲଜେପିରେ ବିଭାଜନ, ପୁତୁରା ଚିରାଗ ପାଶୱାନଙ୍କୁ ଅଲଗା କରି ଦାଦା ପଶୁପତି କୁମାର ପାରସ ଲୋକସଭାରେ ଲୋକ ଜନଶକ୍ତି ପାର୍ଟିର ସଂସଦୀୟ ଦଳ ନେତା

–ସଂକ୍ରାନ୍ତି ପୁରୁଷ କଥା ସମ୍ରାଟ ଫକିର ମୋହନଙ୍କ ୧୦୩ତମ ଶ୍ରାଦ୍ଧ ଦିବସ

–ଶ୍ରଦ୍ଧାଳୁଙ୍କୁ ଦିଆଯାଇଥିଲା ୧ ଲକ୍ଷ ଜାଲ କୋଭିଡ ନମୁନା ପରୀକ୍ଷା ରିପୋର୍ଟ ; ହରିଦ୍ୱାର କୁମ୍ଭକୁ ନେଇ ସାମନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ

–୨୦ ବର୍ଷ ହେଲା ଦରମା ଦେଉନାହାନ୍ତି ପାକିସ୍ତାନ ସରକାର ; ଫିଲିପାଇନ୍ସ କର୍ମଚାରୀଙ୍କ ଅଭିଯୋଗ

–୧୨ ଟଙ୍କାରେ କିଣିବାକୁ ମିଳୁଛି ଘର

–ଶଶିକଳାଙ୍କ ସହିତ କଥାହେଲେ ଦଳରୁ ବିଦା

–ବେସରକାରୀ ଗୋଦାମରୁ ଜବତ ହେଲା ଲକ୍ଷେ ବସ୍ତା ସରକାରୀ ଚାଉଳ

–ଜିଆନ୍‍ ଏଚ-୨୦ ବୋମାବର୍ଷୀ ବିମାନର ଚୂଡାନ୍ତ ପରୀକ୍ଷା ଚାଲିଛି ଲଦାଖ ସୀମାନ୍ତରେ ; ପୂର୍ବ ଲଦାଖ ଆରପଟେ ଚୀନ ସୀମାନ୍ତରେ ହେଉଛି ସମରାଭ୍ୟାସ

–ଟିକା ନେଇ ୪୮୮ ଜଣଙ୍କ ମୃତ୍ୟୁ

–ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ୍ ଫାଇନାଲ, ବିଜେତାଙ୍କୁ ୧୧.୭ କୋଟି ଟଙ୍କା

–ୟୁରୋ କପ୍: ନେଦରଲାଣ୍ଡ୍‌ସ, ଚେକ୍ ଗଣତନ୍ତ୍ର ଓ ସ୍ଲୋଭାକିଆ ବିଜୟୀ

–କୋପା ଆମେରିକା ଫୁଟ୍‌ବଲ ଆରମ୍ଭ, ବ୍ରାଜିଲ ଓ କଲମ୍ବିଆର ବିଜୟ

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories