www.samajalive.in
Monday, December 8, 2025
20.1 C
Bhubaneswar

ଜୁଆ ଆଡ୍ଡା ଉପରେ ଚଢଉ: ୭ ଜୁଆଡି ଗିରଫ, ୮ ବାଇକ ଜବତ

ରେଙ୍ଗାଲିକେମ୍ପ : ବରଗଡ ଜିଲ୍ଲା ଅତାବିରା ବ୍ଳକ ଅନ୍ତର୍ଗତ ସିଂହପାଲି ସ୍ଥିତ ଝାଉଁନଦୀଠାରେ ବହୁ ଦିନ ଧରି କୁକୁଡା ଲଢେଇର ଆଢୁଆଳରେ ଏକ ପ୍ରକାର ଜୁଆ ଓ ଘୁଡୁଘୁଡୁ ପଟି ଖେଳ ଚାଲିଥିଲା । ଏଥିରେ ବିଭିନ୍ନ କୋଣରୁ ଜୁଆ ଖେଳାଳିମାନେ ଏଠାରେ ପହଞ୍ଚି ଖେଳରେ ଲିପ୍ତ ରହୁଥିଲେ। ଏହି ଖବର ପାଇ ଅତାବିରା ଥାନା ଅଧିକାରୀ ଦିଲିପ୍ ବେହେରା ଓ ଏସଆଇ ଯାଦବ ବାଗ ସଦଳବଳେ ପହଞ୍ଚି ଛଦ୍ମ ବେଶରେ ରହି ଖେଳାଳି ସାଜି ସେମାନଙ୍କୁ କାବୁ କରି ଧରିବା ସହ ନଗଦ୧୦୩୪୦ ଟଙ୍କା ସହ ୮ବାଇକ ଜବତ କରିଥିଲେ। ଦୁର୍ବୃତ୍ତମାନେ ହେଲେ ସର୍କଣ୍ଡାର ଶ୍ୟାମ ମେହେର, ତାଳମେଣ୍ଡାର ଅରୁଣ ମେହେର, ଗଉର ଟିକ୍ରାର ଅଡପକ ଆପା ରାଓ, କୁରୁଆଁର ମଗଶୀର ମାଝି, ଚକୁଳି ଫାରମର ପି ଏଙ୍କଟେଶ୍ବର ରାଓ, ପାହାଡ ଶ୍ରୀଗିଡା ହସ୍ପିଟାଲ ରୋଡର ପର୍ବଳ ଡୁଙ୍ଗଡୁଙ୍ଗ, ବାବେବିରା କେନାଲର କେ ଭେଙ୍କଟ । କେସ ନଂ ୧୫୬, ସେକସନ ୩ ଅଧିନରେ ଥିବା ଓ ପି ଜି ଧାରା ୧୧(ଏନ) ପଶୁ ସୁରକ୍ଷା ଆଇନ ଅନୁଯାୟୀ ଏମାନଙ୍କ ଉପରେ ଏକ କେସ ରୁଜୁ କରିଛନ୍ତି। ଜବତ ହୋଇଥିବା ଗାଡିଗୁଡିକ ଏମ/ ସି ଓଡି୧୭କ୍ୟୁ୦୯୮୧, ଓଡି୧୭ଏସ୍୬୩୪୭, ଓଡି୧୭ଜେ୭୯୧୦, ଓଡି୧୭ଏନ୍ସି୩୮୬୩ ଜି୧୫ସିସି୭୨୯୦, ଓଡି୧୫ଆର୯୮୪୧, ଓଆର୧୭ଡି୨୮୩୮ ଓ ଓଆର ୧୫ ଏଲ୧୬୧୮।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories