www.samajalive.in
Monday, December 8, 2025
27.1 C
Bhubaneswar

ଓଡ଼ିଶା ଏକ କଳାର ପ୍ରଦେଶ; ଏହା ଲୋକକଳାର ବିଶାଳ ବୈଭବକୁ ତା’କୋଳରେ ମଣ୍ଡନ କରିଛି

ଭୁବନେଶ୍ୱର: ଆଜି ରାଜ୍ୟସ୍ତରରେ ତୃତୀୟ ଲୋକକଳା ଦିବସ ପାଳିତ ହୋଇଯାଇଛି । ଭର୍ଚୁଆଲ ମାଧ୍ୟମରେ ପାଳିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଏହା ଦେଶର ଏକ ଅନନ୍ୟ କାର୍ଯ୍ୟକ୍ରମ ବୋଲି ଦର୍ଶାଇ ଲୋକକଳା ସହ ଜଡ଼ିତ ସମସ୍ତ କଳାକାରଙ୍କ ପ୍ରତି ସରକାର ସମ୍ବେଦନଶୀଳ ଅଛନ୍ତି ବୋଲି କହିଥିଲେ । ରାଜ୍ୟରୁ କୌଣସି କଳାଶୈଳୀ ଯେପରି ବିଲୁପ୍ତିର ଶିକାର ନହୁଏ ସେ ଦିଗରେ ଏହି କାର୍ଯ୍ରକ୍ରମ ଅଭିପ୍ରେତ ବୋଲି ସେ ତାଙ୍କ ବକ୍ତବ୍ୟରେ କହିଥିଲେ । ଏଥି ସହିତ ସେ ରାଜ୍ୟର ସମସ୍ତ କଳାକାରଙ୍କୁ ରଜ ଉତ୍ସବର ଶୁଭେଚ୍ଛା ଜଣାଇ ସମସ୍ତଙ୍କ ନିରାମୟ ଜୀବନ କାମନା କରିଥିଲେ ।
ଅନ୍ୟତମ ଅତିଥି ଭାବେ ଯୋଗଦେଇ ବିଭାଗୀୟ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ କହିଥିଲେ ଯେ ଓଡ଼ିଶା ଏକ କଳାର ପ୍ରଦେଶ । ଏହା ଲୋକକଳାର ବିଶାଳ ବୈଭବକୁ ତା’କୋଳରେ ମଣ୍ଡନ କରିଛି। ଆଜିର ଏହି କାର୍ଯ୍ୟକ୍ରମ ଭାରତ ବର୍ଷରେ ଅନନ୍ୟ କାର୍ଯ୍ୟକ୍ରମ ବୋଲି ସେ ଅଭିହିତ କରିଥିଲେ। ପରେ ରାଜ୍ୟର କଳାକାରମାନଙ୍କ ଉଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଡ଼ିଓ ବାର୍ତ୍ତା ଭର୍ଚୁଆଲ ମାଧ୍ୟମରେ ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପୂର୍ବ ନିର୍ଦ୍ଧାରଣ ପ୍ରକାରେ କଳାହାଣ୍ଡିର ଘୁମୁରା, କୋରାପୁଟର ଢେମ୍‌ସା, ବରଗଡ଼ର ଡାଲଖାଇ, ଖୋର୍ଦ୍ଧାର ଘୋଡ଼ାନାଚ, ପଦ୍ମିନୀ ଦୋରାଙ୍କ ସମ୍ବଲପୁରୀ ଗୀତ ଓ ଗଞ୍ଜାମର ବାଘନାଚ ପରିବେଷଣ କରାଯାଇଥିଲା।

ସଂସ୍କୃତି ନିର୍ଦେଶକ ରଞ୍ଜନ କୁମାର ଦାସ ଓ ରାଜ୍ୟ ପ୍ରକଳ୍ପ ସଂଯୋଜକ ବାସୁଦେବ ମାଳବିଶୋଇଙ୍କ ରଚିତ ଗୀତ ‘ଆମେ ମାନିବା ଲକ୍‌ଡାଉନ୍‌’ ଓ କରୋନା ଯୁଦ୍ଧ ପରିବେଷଣ କରାଯାଇଥିଲା। ପରିଶେଷରେ ସଂସ୍କୃତି ନିର୍ଦେଶକ ଶ୍ରୀ ଦାସ ୟୁନିସେଫ୍‌ ଏହି ଉପକ୍ରମ ନିମନ୍ତେ ବିଗତ ୧୦ ବର୍ଷ ଧରି ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେଉଥିବାରୁ କୃତଜ୍ଞତା ଜଣାଇଥିଲେ । ଏହି ଭର୍ଚୁଆଲ ଉତ୍ସବରେ ରାଜ୍ୟର ପ୍ରାୟ ୩୦୦ ଜଣ କଳାକାର ସାମିଲ ହୋଇଥିଲେ । ଅନୁରୂପ କାର୍ଯ୍ୟକ୍ରମ ରାଜ୍ୟର ସମସ୍ତ ଜିଲ୍ଲାରେ ଜିଲ୍ଲାସ୍ତରରେ ଆୟୋଜନ ହୋଇଥିବା ଜଣାପଡ଼ିଛି। ୨୦୧୯ ମସିହାରେ ପ୍ରଥମ ଥର ପାଇଁ ଆୟୋଜିତ ଏହି ଉତ୍ସବ ଗତବର୍ଷ ଏବଂ ଚଳିତ ବର୍ଷ କୋଭିଡ୍‌ କଟକଣା ଯୋଗୁଁ ଭର୍ଚୁଆଲ ଭାବେ ଜୁନ୍‌ ୧୪ ତାରିଖରେ ପାଳନ କରାଯାଉଛି। ଏହି ସମସ୍ତ କାର୍ଯ୍ୟକ୍ରମକୁ ବାସୁଦେବ ମାଳବିଶୋଇ ଓ ରାଜ୍ୟ କଳାକାର ମହାସଂଘର ଉପସଭାପତି ଅବନୀ ମିଶ୍ର ପରିଚାଳନା କରିଥିଲେ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories