www.samajalive.in
Sunday, December 7, 2025
15.1 C
Bhubaneswar

ସନ୍ଧ୍ୟା ୫ଟା – ମୁଖ୍ୟ ଖବର

–ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ସୂଚନା- ଜୁନ ଶେଷ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷାଫଳ, ନିର୍ଦ୍ଧାରିତ ସମୟରେ ପରୀକ୍ଷାଫଳ ପ୍ରକାଶ ପାଇଁ ଚେଷ୍ଟା କରାଯାଉଛି।

–ଆସନ୍ତା ୧୭ରୁ ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ୟୁଟ୍ୟୁବରେ ହେବ ପାଠପଢ଼ା। ପୂର୍ବାହ୍ନ ୧୦ଟା.୩୦ରୁ ଦିନ ଗୋଟାଏ ପର୍ଯ୍ୟନ୍ତ ହେବ ପାଠପଢ଼ା

- Advertisement -

–ଯୁକ୍ତ ଦୁଇ ପରୀକ୍ଷାଫଳ ପ୍ରକାଶ ପାଇଁ ବିଶେଷଜ୍ଞ କମିଟି ରିପୋର୍ଟକୁ ଅପେକ୍ଷା କରାଯାଇଛି। ରିପୋର୍ଟ ଆସିବା ପରେ ପଦକ୍ଷେପ ନିଆଯିବ

–ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା, ୮ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ୨୧ ଜିଲାକୁ ୱେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

–ଆସନ୍ତାକାଲି ଠାରୁ ଦିଲ୍ଲୀରେ ଖୋଲିବ ଦୋକାନ ବଜାର-ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ

–ଆସନ୍ତାକାଲି ସକାଳ ୫ଟା ପର ଠାରୁ କିଛି କ୍ଷେତ୍ରରେ କଟକଣା ରଖାଯିବା ସହ ଅନ୍ୟ ସବୁ କିଛି କଟକଣା ମୁକ୍ତ କରାଯିବ। କାଲି ଠାରୁ ସମସ୍ତ ଦୋକାନ ବଜାର,ରେସ୍ତୋରାଁ, ହୋଟେଲ ଆଦି ଖୋଲାଯିବ କହିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ

–ଏକ ପୃଥିବୀ ଏକ ସ୍ୱାସ୍ଥ୍ୟର ବାର୍ତା ସମଗ୍ର ବିଶ୍ୱରେ ପହଞ୍ଚିବା ଆବଶ୍ୟକ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ; ଜି-୭ ଶିଖର ବୈଠକର ପ୍ରଥମ ଆଉଟରିଚ୍‍ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

–ରଜ ପର୍ବ ପାଇଁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, ଓଟିଡିସି ଆରମ୍ଭ କଲା ‘ପିଠା ଅନ୍ ହ୍ୱିଲ୍‌’

–ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ୪୪୬୯ ଜଣ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ, ସେମାନଙ୍କ ମଧ୍ୟରେ ସଂଗରୋଧରୁ ୨୫୪୬ ଏବଂ ସ୍ଥାନୀୟ ସଂକ୍ରମିତ ୧୯୨୩। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୬୧୨

–ରାଜ୍ୟରେ ପୁଣି ୪୫ ଜଣ କରୋନା ସଂକ୍ରମିତଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ; କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୩ ହଜାର ୩୦୨କୁ ବୃଦ୍ଧି

–ଅନ୍ଧବିଶ୍ୱାସରୁ ପୁଣି ହତ୍ୟାକାଣ୍ଡ ; ଗୋଟିଏ ପରିବାରର ୨ ଜଣଙ୍କୁ ଅତି ନିର୍ମମ ହତ୍ୟା

–ଭୁବନେଶ୍ୱର ଯିବା ବାଟରେ ଗାଡିରୁ ଚମ୍ପଟ ମାରିଲେ କରୋନା ରୋଗୀ ; ବୁଝାସୁଝା ପରେ ଗଲେ ହସ୍ପିଟାଲ

–ଦେଶରେ କରୋନା ସଂକ୍ରମଣ ସଂଖ୍ୟା କ୍ରମାଗତ ଭାବେ ହ୍ରାସଗୋଟିଏ ଦିନରେ ଆଉ ୮୦ ହଜାର ୮୩୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨କୋଟି ୯୪ ଲକ୍ଷ ୩୯ ହଜାର ୯୮୯କୁ ବୃଦ୍ଧି

–୨୪ ଘଣ୍ଟା ମଧ୍ୟରେ ଦେଶରେ ଆଉ ୧ ଲକ୍ଷ ୩୨ ହଜାର ୬୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ; ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨ କୋଟି ୮୦ ଲକ୍ଷ ୪୩ ହଜାର ୪୪୬ରେ ପହଞ୍ଚିଛି
–ଆଉ ୩୩୦୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ; କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୭୦ ହଜାର ୩୮୪କୁ ବୃଦ୍ଧି
କୋଭିଡ ଟିକାକରଣ : ଟିକା ନେଲେଣି ୨୫ କୋଟିରୁ ଅଧିକ

–୨୫ କୋଟିରୁ ଅଧିକ ଟିକାଦାନ କରି ଉଲ୍ଲେଖନୀୟ ସଫଳତା ହାସଲ କରିଛି ଭାରତ

–ଡେଲଟା ଭାରିଆଣ୍ଟ ଦୁଇମାସରେ ରୂପ ବଦଳାଇବ ; ସେରୋସର୍ଭେ ଉପରେ ଗୁରୁତ୍ୱ

–କୋଭିଡ ବର୍ଜ୍ୟ ଦୁଇମାସରେ ୪୬% ବଢିଛି ; ଦକ୍ଷିଣ ଭାରତ, ବିହାର, କର୍ଣ୍ଣାଟକରୁ ବାହାରୁଛି ସର୍ବାଧିକ ପରିମାଣର ବାୟୋମେଡିକାଲ ବର୍ଜ୍ୟ

–ମୁହଁ ଖୋଲିଲେ ରାଜ କୁନ୍ଦ୍ରା; ପ୍ରଥମ ପତ୍ନୀଙ୍କ ବିରୋଧରେ କହିଲେ ସାଂଘାତିକ କଥା

–ପାକିସ୍ତାନର ଉପହାର କେହି ନେଲେନାହିଁ ; ୩୨ଟି ରାଷ୍ଟ୍ରର ମୁଖ୍ୟଙ୍କ ନିକଟକୁ ଆମ୍ବ ପଠାଇଥିଲା ପାକିସ୍ତାନ

–ଚୀନର ନୂଆ ଆଇନ; ଦେଶର ଯବାନଙ୍କୁ ସମାଲୋଚନା କରାଯାଇପାରିବ ନାହିଁ

–ବୈଷ୍ଣୋଦେବୀ ପୀଠ ନିକଟରେ ତିଆରି ହେବ ଡିଜନିଲ୍ୟାଣ୍ଡ ; ପ୍ରଦର୍ଶିତ ହେବ ଭାରତୀୟ ପୁରାଣ କଥା

–ଟୋକିଓ ଅଲିମ୍ପିକ୍‌ସ ଯୋଗ୍ୟତା ଅର୍ଜନ କଲେ ମୀରାବାଈ ଚାନୁ

–ଫ୍ରେଞ୍ଚ ଓପନ – ପ୍ରଥମ ଗ୍ରାଣ୍ଡସ୍ଲାମ ଜିତିଲେ କ୍ରେସିକୋଭା

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories