www.samajalive.in
Monday, December 8, 2025
27.1 C
Bhubaneswar

ପଶୁପକ୍ଷୀ ପ୍ରେମରେ ବନ୍ଧା ବିଧାନ, ଗଛ ଉପରେ ପକ୍ଷୀଙ୍କ ନୀଡ଼

ଭୁବନେଶ୍ବର: ଗଛରେ ଦୋଳି ଭଳି ଝୁଲୁଛି ଏକ ପଟା। ସେହି ପଟା ଉପରେ ରଖାଯାଇଛି ଭାତ ଓ ବିସ୍କୁଟ। ଏହି ଖାଦ୍ୟକୁ ଖାଇବାକୁ ଆସୁଛନ୍ତି ପକ୍ଷୀ ଓ ଗୁଣ୍ଡୁଚି ମୂଷା। ମନଭରି ଖାଇବା ପରେ ସେମାନେ ଗଛ ଡାଳରେ ଖେଳୁଛନ୍ତି। ବରକୋଳି ଗଛରେ ଛନ୍ଦି ରହିଥିବା ବିଭିନ୍ନ ଡାଳରେ ପକ୍ଷୀଙ୍କ ଆସର ଜମିଛି। କିଚିରିମିଚିରି ଶବ୍ଦରେ ନିଆରା ପରିବେଶ ସୃଷ୍ଟି ହୋଇଛି। ବିଧାନ ସାହୁଙ୍କ ସହୃଦୟତା ଓ ସହଯୋଗିତା ଯୋଗୁଁ ଏକ ଭିନ୍ନ ପରିବେଶ ଦେଖିବାକୁ ମିଳିଛି।
ଦୀର୍ଘ ୨୦ବର୍ଷରୁ ଉର୍ଦ୍ଧ୍ବ ହେବ ବିଧାନ ଖାରବେଳନଗର କେଶରୀ ହଲ୍‌ ସମ୍ମୁଖରେ ଏକ ପାନ ଦୋକାନ ଦେଇଛନ୍ତି। ସକାଳୁ ସନ୍ଧ୍ୟା ଯାଏଁ ତାଙ୍କ ଦୋକାନ ଖୋଲା ରହୁଛି। ପୂରା ପରିବାର ଏଠାରେ ରହୁଥିଲେ ସୁଦ୍ଧା ଖରାବେଳେ ଏହି ପକ୍ଷୀଙ୍କ କୋଳାହଳରେ ସମୟ ବିତାଉଛନ୍ତି। ଖରାବେଳେ ଗଛ ମୂଳରେ ବସିଥିବା ସମୟରେ ପକ୍ଷୀଙ୍କ ସମସ୍ୟା ବିଧାନ ଅନୁଭବ କରିଥିଲେ। ବର୍ଷା ଓ ଖରାଦିନେ ପକ୍ଷୀମାନେ ଖାଦ୍ୟ ଓ ପାଣି ପାଇଁ ଡହଳବିକଳ ହେଉଥିଲେ। ଏହି ସମସ୍ୟା ଦୂର ପାଇଁ ଗଛ ଉପରେ ପକ୍ଷୀଙ୍କ ଲାଗି ଆଶ୍ରୟ, ପାଣି ଓ ଖାଦ୍ୟର ବ୍ୟବସ୍ଥା କରିଛନ୍ତି। ପକ୍ଷୀ ପ୍ରେମରେ ବନ୍ଧା ବିଧାନ ପକ୍ଷୀଙ୍କ ଅକୁହା କଥାକୁ ବୁଝିଥିବାରୁ ବର୍ଜ୍ୟବସ୍ତୁରୁ ବରକୋଳି ଗଛ ଉପରେ ତିଆରି କରିଛନ୍ତି ଦୁଇଟି ସୁନ୍ଦର ଘର। କାଠ, ସୋଲ ଓ ଛତା ଭଳି ଅଦରକାରୀ ସାମଗ୍ରୀରେ ସେମାନେ ରହିବା ପାଇଁ ସୁବିଧା କରିଛନ୍ତି।

 

- Advertisement -

ସକାଳ ହେଲେ ଗଛରେ ଝୁଲୁଥିବା ପଟାରେ ପକ୍ଷୀ, ଗୁଣ୍ଡୁଚି ମୂଷାଙ୍କ ପାଇଁ ଭାତ, ଷ୍ଟିଲ୍‌ ଗିନାରେ ପାଣି ଆଉ ବରକୋଳି ଗଛରେ ନୀଡ଼ କରିଛନ୍ତି ବିଧାନ। ଯେଉଁଠିକୁ ପ୍ରତିଦିନ ସକାଳ ହେଲେ ପକ୍ଷୀ ଓ ଗୁଣ୍ଡୁଚି ମୂଷା ମନଭରି ଖାଇବାକୁ ଆସୁଛନ୍ତି। ଖରାବେଳେ ଖାଇବା ପାଇଁ ଭାତ ରୋଷେଇ କରି ଏମାନଙ୍କୁ ଦେଇଥାଆନ୍ତି। ସେହିପରି ତଳେ ଗୋଟିଏ ଭଙ୍ଗା ମାଟି ହାଣ୍ଡିରେ ବୁଲା କୁକୁରଙ୍କ ପାଣି ପିଇବାର ସୁବିଧା କରିଛନ୍ତି। ବିଧାନ କୁହନ୍ତି, ସେମାନେ ସିନା କଥା କହିପାରନ୍ତିନି କିନ୍ତୁ ତାଙ୍କ ଅାଚରଣରୁ ବାରି ହୋଇପଡ଼େ ସେମାନେ ଭୋକରେ ଅଛନ୍ତି। ତେଣୁ ନିଜ ଖାଇବାରୁ ଭାତ ଓ ବିସ୍କୁଟ ସେମାନଙ୍କୁ ଦିଏ। ଆଉ ଖୁସିରେ ସେମାନେ ଖାଇବା ସହ କିଚିରି ମିଚିରି ଶବ୍ଦ କରି ଡାଳକୁ ଡାଳ ଡେଇଁ ଖେଳି ପରିବେଶକୁ କୋଳାହଳ କରନ୍ତି। ଯାହାକୁ ଦେଖି ପକ୍ଷୀଙ୍କ ସହ ଭାବ ବାନ୍ଧିଥିବା ବିଧାନଙ୍କୁ ଆତ୍ମତୃପ୍ତି ମିଳିଥାଏ ବୋଲି ସେ କହନ୍ତି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories