www.samajalive.in
Monday, December 8, 2025
20.1 C
Bhubaneswar

ରାଜଧାନୀ ଓ ଏସସିବିରେ ଶୀଘ୍ର ମିଳିବ ଏକମୋ ଚିକିତ୍ସା

କଟକ: ରାଜ୍ୟରେ କରୋନା ମହାମାରୀର ଜଟିଳ ଚିକିତ୍ସା(ଏକମୋ) ଉପଲବ୍ଧ ନଥିବାରୁ ରାଜ୍ୟବାସୀ ବହୁ ଗୁରୁତର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏମିତିକି ବହୁ ଦୁର୍ଲଭ ଜୀବନ ମଧ୍ୟ ଯାଉଛି। ଏହାର ଗୁରୁତ୍ବକୁ ଉପଲବ୍ଧି କରି ରାଜ୍ୟ ସରକାରଙ୍କ ପକ୍ଷରୁ ରାଜଧାନୀ ଚିକିତ୍ସାଳୟ ଓ କଟକ ଏସ୍‌ସିବି ଡାକ୍ତରଖାନାରେ ଏକମୋ ଭଳି ଜଟିଳ ଚିକିତ୍ସା ସେବା ଯୋଗାଇ ଦିଆଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ସୂଚନା ଦେଇଛନ୍ତି ।

ଶ୍ରୀ ଦାସ କହିଛନ୍ତି ଯେ ଏଣିକି ଓଡ଼ିଶାରେ ଉପଲବ୍ଧ ହେବ ଏକମୋ ଚିକିତ୍ସା ସେବା । ଜୀବନ ରକ୍ଷାକାରୀ ଏହି ଚିକିତ୍ସା ଦ୍ୱାରା ସାଧାରଣ ଗରିବ ରୋଗୀ ଉପକୃତ ହେବେ। ଏକମୋ ଯନ୍ତ୍ର କିଣିବା ନେଇ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ସେ କହିଥିଲେ ଯେ କରୋନାର ଦ୍ୱିତୀୟ ଲହର ଲୋକଙ୍କ ମନରେ ନାହିଁ ନଥିବା ଭୟ ସୃଷ୍ଟି କରିଛି। ବିଶେଷକରି ଦ୍ୱିତୀୟ ଲହରରେ ବହୁ ଲୋକଙ୍କ ଜୀବନ ଚାଲି ଯାଉଛି। ଏହା ସିଧାସଳଖ ରୋଗୀଙ୍କ ଫୁସଫୁସକୁ ଆକ୍ରମଣ କରୁଛି। କିଛି ଦିନ ଭିତରେ ଜୀବନ ଚାଲି ଯାଉଛି। ଏଭଳି ରୋଗୀଙ୍କ ପ୍ରାଣ ରକ୍ଷା ପାଇଁ ଓଡ଼ିଶାରେ ଏକମୋ ଚିକିତ୍ସା ସୁବିଧା ନଥିବାରୁ ବହୁ ସଙ୍କଟାପନ୍ନ ରୋଗୀଙ୍କୁ ରାଜ୍ୟ ବାହାରକୁ ଏୟାରଲିଫ୍ଟିଙ୍ଗ୍ କରିବାକୁ ପଡୁଛି। ଏଥିଯୋଗୁଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି । ଇତିମଧ୍ୟରେ ରାଜ୍ୟର ୩ ଗୁରୁତର ଆକ୍ରାନ୍ତ ରାଜ୍ୟ ବାହାର ତଥା ଚେନ୍ନଇ ଓ କଲକାତା ଯାଇଛନ୍ତି। ତେବେ ଏସବୁ ସମସ୍ୟା ଦୂର ହେବ ଏବଂ ଓଡ଼ିଶାରେ ଏକମୋ ଚିକିତ୍ସା ମିଳିବ।

- Advertisement -

ଖୁବ୍‌ଶୀଘ୍ର ରାଜଧାନୀ ଚିକିତ୍ସାଳୟ ସମେତ ଏସ୍‌ସିବିକୁ ଏକମୋ ମେସିନ ଆସିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସ ସୂଚନା ଦେଇଛନ୍ତି। କରୋନା ଦ୍ୱିତୀୟ ଲହରରେ ଏକମୋ ପାଇଁ ଅନେକ ରାଜ୍ୟ ବାହାରକୁ ଯାଇ ବହୁ ଖର୍ଚ୍ଚାନ୍ତରେ ଚିକିତ୍ସିତ ହେଉଛନ୍ତି। ଓଡ଼ିଶାରେ ଏହି ସୁବିଧା ମିଳୁ ନଥିବାରୁ ସ୍ୱାସ୍ଥ୍ୟମନ୍ତ୍ରୀ ଗୁରୁତ୍ୱ ଦେଇ ଏକମୋ ମେସିନ ଆସିବ ବୋଲି ସୂଚନା ଦେଇଛନ୍ତି। ସିଏସଆର ପାଣ୍ଠି ଜରିଆରେ ଏହି ଯନ୍ତ୍ର ଆସିବ ଏବଂ ସଂଗ୍ରହ ନେଇ ରାଜ୍ୟ ଔଷଧ ନିଗମ ପକ୍ଷରୁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories