www.samajalive.in
Monday, December 8, 2025
27.1 C
Bhubaneswar

ରାଜ୍ୟ କ୍ୟାବିନେଟ ବୈଠକ; ୧୧ଟି ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ, ୧୧ଟି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି।, ଅର୍ଥ, ମତ୍ସ୍ୟ ଓ ପଶୁସମ୍ପଦ ବିକାଶ, ସାଧାରଣ ପ୍ରଶାସନ ବିଭାଗ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି।

କ୍ୟାବିନେଟ ବୈଠକର ନିଷ୍ପତି ଅନୁସାରେ ବିଜୁ ଏକ୍ସପ୍ରେସ୍ ୱେ ୪ ଲେନ୍ ବିଶିଷ୍ଟ ହେବ। ନୂଆପଡ଼ା-କଳାହାଣ୍ଡି ବିଜୁ ଏକ୍ସପ୍ରେସ୍ ୱେ ୨ରୁ ୪ ଲେନ୍ ବିଶିଷ୍ଟ ହେବ। ନୂଆପଡ଼ାରୁ କଳାହାଣ୍ଡିକୁ ୧୭୪ କିମି ବିଜୁ ଏକ୍ସପ୍ରେସ୍ ୱେ ପାଇଁ ୪୪୮ କୋଟି ଟଙ୍କା ଖର୍ଚ୍ଚ ହେବ। ସେହିପରି କଟକରେ ପଟ୍ଟାପୋଲୋଠାରୁ ମାତୃଭବନ ଯାଏ ବକ୍ସ ଡ୍ରେନ ହେବ । ୩.୪ କିମି କେନାଲ ଉପରେ ବକ୍ସ ଡ୍ରେନ ହେବ। ବକ୍ସ ଡ୍ରେନ ଉପରେ ଓସାରିଆ ରାସ୍ତା ନିର୍ମାଣ ହେବ। ଟ୍ରାଫିକ ଓ ବର୍ଷା ସମୟରେ ଜଳବନ୍ଦୀ ସମସ୍ୟା ଦୂର ହେବ। ଦେଢ଼ ବର୍ଷ ମଧ୍ୟରେ ଏହି କାମ ଶେଷ ହେବା ପାଇଁ ସ୍ଥିର କରାଯାଇଛି ବୋଲି ବୈଠକ ପରେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories