www.samajalive.in
Monday, December 8, 2025
20.1 C
Bhubaneswar

ସଡ଼କ ଦୁର୍ଘଟଣାରେ ଜଣେ ମୃତ୍ୟୁ, ଦୁଇ ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ କୋଲନରା ବ୍ଲକ ଭେଜା ଓ ଲକ୍ଷ୍ମୀପୁର ମଝି ବୁଲାଣିରେ ଭାରସାମ୍ୟ ହରାଇ ବାଇକରୁ ପଡି ମାଣି କାଡ୍ରାକା (୪୦)ଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଟି ଶିବା ହିକକା (୨୪) ଚାଳକ, ଗୋବି ପ୍ରାସ୍କା (୧୧)ଗୁରୁତର ଆହତ ହୋଇଥିବା ଦେଖିବାକୁ ମିଳିଛି। ଆଜି ଅପରାହ୍ନ ସମୟରେ ଶିକରପାଇ ପଞ୍ଚାୟତର ଚିଚିମି ଗାଁରୁ ଗୋଟିଏ ବାଇକ ଓଡ଼ି୧୮ସି ୦୭୫୫ ନମ୍ବର ଗାଡ଼ିରେ ୩ଜଣ ବିରିବାଡି ଗାଁକୁ ଯାଉଥିଲେ। ସେମାନେ ଯିବା ସମୟରେ କୋଲନରା ବ୍ଲକ ଭେଜା ଓ ଲକ୍ଷ୍ମୀପୁର ମଝି ବୁଲାଣିରେ କାଟିନପାରି ରାସ୍ତା କଡରେ ଥିବା ସୁରକ୍ଷା ଖମ୍ବରେ ଧକ୍କା ଦେଇଥିଲେ ।ଯାହାଫଳରେ ଘଟଣା ସ୍ଥଳରେ ମାଣି କାଡ୍ରାକା ୪୦ଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଦୁଇ ଜଣ ଚାଳକ ଶିବା ହିକକା (୨୪)ଓ ୧୧ବର୍ଷର ବାଳକ ଗୋବି ପ୍ରାସ୍କା ଗୁରୁତର ଅବସ୍ଥାରେ ପଡିରହିଥିଲେ। ରାୟଗଡା ଠାରୁ କଲ୍ୟାଣସିଂହପୁର ଅଭିମୁଖେ ଆସୁଥିବା ଲୋକମାନେ ଦେଖି ସଙ୍ଗେ ସଙ୍ଗେ୧୦୮କୁ ଯୋଗାଯୋଗ କରି ଗୁରୁତର ମାନଙ୍କୁ ରାୟଗଡା ଚିକିତ୍ସାଳୟ କୁ ପଠାଇଥିଲେ। ଉକ୍ତ ଖବରପାଇ ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରୀରଖିଛି।ଆସନ୍ତା କାଲି ଶବ ବ୍ୟବଚ୍ଛେଦ କରାଯିବ ବୋଲି ସୂଚନା ମିଳିଛି।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories