www.samajalive.in
Monday, December 8, 2025
17.1 C
Bhubaneswar

ନାବାଳିକାକୁ ଅପହରଣ କରି ଯୁବକ ଗିରଫ

ଗୁଣପୁର : ଜଣେ ୧୩ବର୍ଷର ନାବାଳିକା ଝିଅକୁ ବିଭିନ୍ନ ପ୍ରଲୋଭନ ଦେଖାଇ କୌଶଳକ୍ରମେ ଅପହରଣ କରିଥିବା ଯୁବକକୁ ରାମନାଗୁଡା ପୁଲିସ ଗିରଫ କରିଛି।
ଖବର ନେବାରୁ ଜଣାପଡ଼ିିଛି ଯେ ଗଞ୍ଜାମ ଜିଲାର ଛତ୍ରପୁର ସହରର ଅଙ୍ଗଦ ଦାଶ(୪୩) କାମଧନ୍ଦା ଅନ୍ୱେଷଣରେ ରାମନାଗୁଡା ବ୍ଲକ ଅନ୍ତଝଲି ଗ୍ରାମକୁ ଆସିଥିଲେ। ସେଠାରେ ଏକ ଚିକେନ ଦୋକାନରେ କାମ କରୁଥିଲେ। କିଛିଦିନ ହେବ ସେଠାରେ ଜଣେ ୧୩ବର୍ଷର ନାବାଳିକାକୁ ବିଭିନ୍ନ ପ୍ରଲୋଭନ ଦେଖାଇ ଅନୈତିକ ସମ୍ପର୍କ ରଖି ଆସୁଥିଲା। ନାବାଳିକାକୁ ଗତ ୨୦ ତାରିଖଦିନ ଅଙ୍ଗଦ ଅପହରଣ କରି ନେଇଥିଲେ। ଏନେଇ ପୁଲିସ ଖୋଜାଖୋଜି କରିବା ପରେ ନାବାଳିକା ଓ ଅଙ୍ଗଦକୁ ପୁଲିସ ବ୍ରହ୍ମପୁରରୁ ଧରିବାରେ ବାରେ ସକ୍ଷମ ହୋଇଛି।
ସେମବାର ଉଭୟଙ୍କୁ ଗୁଣପୁର ଥାନାକୁ ଆଣି ପଚରାଉଚରା କରିବା ସହ ଡାକ୍ତରୀ ମାଇନା କରାଯାଇଥିଲା। ଅଭିଯୁକ୍ତ ଅଙ୍ଗଦଙ୍କୁ ଗିରଫ କରି କୋର୍ଟଚାଲଣ କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହୋଇଛି। ଗୁଣପୁର ଏସଡିପିଓ ଅଜୟ ବାରିକଙ୍କ ନିର୍ଦ୍ଦେଶକ୍ରମେ ଏହି ମାମଲା ରାମନାଗୁଡା ଥାନା ଅଧିକାରୀ ହୃଷିକେଶ ହରିଚନ୍ଦନ ପରିଚାଳନା କରିଥିଲେ। ଏହି ଘଟଣା ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories