www.samajalive.in
Monday, December 8, 2025
27.1 C
Bhubaneswar

କରୋନା ଆକ୍ରାନ୍ତଙ୍କ ଫୁସ୍‌ଫୁସ୍‌ ସଂକ୍ରମଣ ଚିକିତ୍ସା, ଏସ୍‌ସିବିରେ ଖୋଲିବ ‘ଏକ୍‍ମୋ’ ୟୁନିଟ୍‍

କଟକ: ଗୁରୁତର କରୋନା ରୋଗୀଙ୍କ ଏକମୋ (ଏକ୍ସଟ୍ରାକର୍ପୋରିଏଲ ମେମ୍ବ୍ରେନ ଅକ୍ସିଜିନେସନ) ଚିକିତ୍ସା ଗୁରୁତ୍ୱପୂର୍ଣ୍ଣ। ବିଶେଷକରି ଗୁରୁତର ଭାବେ ସଂକ୍ରମିତ ଫୁସଫୁସ୍‌କୁ କୃତ୍ରିମ ଭାବେ ଅମ୍ଳଜାନ ପହଞ୍ଚାଇବାରେ ଏକ୍‌ମୋ ମେସିନ ବିଶେଷ ସାହାଯ୍ୟ କରିଥାଏ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କଟକ ବଡ଼ ଡାକ୍ତରଖାନାରେ ସ୍ୱତନ୍ତ୍ର ଏକ୍‌ମୋ ୟୁନିଟ୍‍ ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ୟୁନିଟ୍‍ରେ ୬ଟି ମେସିନ ରହିବ। କରୋନା ଯୋଗୁଁ ଫୁସ୍‍ଫୁସ୍‍ ସଂକ୍ରମଣରେ ଗୁରୁତର ରୋଗୀଙ୍କୁ ତତ୍କାଳ ଚିକିତ୍ସା ଯୋଗାଇ ଦିଆଯାଇପାରିବ। ଡାକ୍ତରଖାନାର ବରିଷ୍ଠ ଡାକ୍ତରଙ୍କୁ ନେଇ ୬ ଜଣିଆ କମିଟି ଗଠନ କରାଯାଇଛି। ଖୁବଶୀଘ୍ର ମେସିନ କ୍ରୟ କରାଯାଇ ୟୁନିଟ୍‍ କାର୍ଯ୍ୟକ୍ଷମ ହେବ ବୋଲି ସୂଚନା ମିଳିଛି।

ଜଣେ ବ୍ୟକ୍ତି କରୋନା ସଂକ୍ରମିତ ହେବା ପରେ ତାଙ୍କର ଫୁସ୍‍ଫୁସ୍‍ ଜନିତ ସମସ୍ୟା ଦେଖାଦିଏ। ଯାହାଫଳରେ ସେ ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟକର ହୋଇପଡ଼ିଥାଏ। ଫୁସ୍‍ଫୁସ୍‍ରେ ସଂକ୍ରମଣର ମାତ୍ରା ଅଧିକ ଥିଲେ ଜଣେ ରୋଗୀ ମୃତ୍ୟୁ ମୁଖରେ ପଡ଼ିପାରେ। ଏହି ବର୍ଗର ସଂକ୍ରମିତ ରୋଗୀଙ୍କ ଚିକିତ୍ସାରେ ଏକ୍‌ମୋ ମେସିନ ବେଶ ସହାୟକ ହୋଇଥାଏ। ଏକ୍‍ମୋ ମେସିନ୍‍ ଦ୍ୱାରା ଫୁସ୍‍ଫୁସ୍‍ ସଂକ୍ରମଣକୁ ହ୍ରାସ କରାଯାଇଥାଏ। ରାଜ୍ୟର କୌଣସି ସରକାରୀ ମେଡିକାଲ କଲେଜରେ ଏକ୍‌ମୋ ମେସିନ ନାହିଁ। କେବଳ କିମ୍ସ ଓ ସମ୍‍ ଭଳି ଘରୋଇ ଚିକିତ୍ସାଳୟରେ ଏହି ସୁବିଧା ରହିଛି। ସରକାରୀ ଚିକିତ୍ସାଳୟରେ ଏକମୋ ମେସିନ ନ ଥିବାରୁ ବହୁ ଗୁରୁତର ସଂକ୍ରମିତଙ୍କ ମୃତ୍ୟୁ ଘଟୁଛି। ନିକଟରେ ଜଣେ ପୂର୍ବତନ ବିଧାୟକଙ୍କ ପୁଅର ମଧ୍ୟ ଏକ୍‌ମୋ ମେସିନ ନ ଥିବାରୁ କରୋନାରେ ମୃତ୍ୟୁ ଘଟିଥିଲା। ଏଣୁ ପୂର୍ବତନ ବିଧାୟକ ସରକାରୀ ଡାକ୍ତରଖାନାରେ ଏକ୍‌ମୋ ମେସିନ ସୁବିଧା କରିବାକୁ ରାଜ୍ୟ ସରକାରଙ୍କୁ ନିବେଦନ କରିଥିଲେ। ଏହାକୁ ହୃଦ୍‌ବକ୍ଷ ଶଲ୍ୟ ଚିକିତ୍ସା (କାର୍ଡ଼ିଓଥୋରାସିସ୍‍ ଆଣ୍ଡ ଭସ୍କୁଲାର ସର୍ଜରୀ) ବିଭାଗରେ ଆରମ୍ଭ କରାଯିବ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories