www.samajalive.in
Tuesday, December 9, 2025
16.1 C
Bhubaneswar

ଜଙ୍ଗଲ ଓ ପରିବେଶ ବିଭାଗ ଜମିକୁ ଜବରଦଖଲ କରି ଚାଲିଛି କୋଠା ନିର୍ମାଣ

ରେଙ୍ଗାଲି: ସରକାରୀ ଜମିରୁ ଜବର ଦଖଲ ହଟାଇବାକୁ ରାଜ୍ୟ ସରକାର ପ୍ରଶାସନିକ ଅଧିକାରୀମାନଙ୍କୁ କଡା ନିର୍ଦେଶନାମା ଜାରି କରିଛନ୍ତି। ତେବେ ପ୍ରଶାସନିକ ନିଷ୍କ୍ରିୟତାର ସୁଯୋଗ ନେଇ ଏହି ନିର୍ଦେଶନାମାକୁ ବେଖାତିର କରି ରେଙ୍ଗାଲିରେ ଜବର ଦଖଲ କାରବାର ବେଧଡକରେ ଚାଲିଛି। ରେଙ୍ଗାଲି ପୁରୁଣାବସ୍ତି ରାମାପଡାରେ ଥିବା ବନ ବିଭାଗର ଜମି ଉପରେ ପ୍ରତିଯୋଗିତା ଭିତ୍ତିରେ କୋଠାବାଡି ନିର୍ମାଣ ଚାଲିଥିବା ଦେଖିବାକୁ ମିଳିଛି। ଏକ କିଲୋ ମିଟର ଦୂରତାରେ ଜଙ୍ଗଲ ଓ ପରିବେଶ ବିଭାଗ କାର୍ଯ୍ୟାଳୟ ଥିବା ସତ୍ତ୍ବେ ଜମି ଜବର ଦଖଲ କରି ଗୃହ ନିର୍ମାଣ କାର୍ଯ୍ୟ ଚାଲିବା ପ୍ରଶାସନିକ ନିଷ୍କ୍ରିୟତା ସ୍ପଷ୍ଟ ଭାବରେ ବାରି ହୋଇ ପଡୁଛି। ରେଙ୍ଗାଲି ପୁରୁଣାବସ୍ତି ବାସିନ୍ଦା ଏସଂକ୍ରାନ୍ତରେ ରେଙ୍ଗାଲି ବନାଞ୍ଚଳ ଅଧିକାରୀ ହରିହର ପାତ୍ରଙ୍କୁ ସାକ୍ଷାତ କରି ଲିଖିତ ଅଭିଯୋଗ କରି ଜବର ଦଖଲ ଉଚ୍ଛେଦ ପାଇଁ ଦାବି କରିଥିଲେ।

ଗତକାଲି ସନ୍ଧ୍ୟାରେ ଜଙ୍ଗଲ ଓ ପରିବେଶ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳ ପରିଦର୍ଶନ କରିଥିଲେ ଏବଂ ନିର୍ମିତ କୋଠାରେ ଲଗାଇବାକୁ ଥିବା ୨୭ ଖଣ୍ଡ ଆଜବେଷ୍ଟସ୍‌ ଜବତ କରିଥିବା ଜଣାପଡିଛି। ବନ ବିଭାଗ କର୍ମଚାରୀ ଜବରଦଖଲ ସ୍ଥଳକୁ ପହଞ୍ଚିବାର ଦେଖି ସେଠାରେ ଥିବା ଜବରଦଖଲକାରୀ ଫେରାର୍ ହୋଇ ଯାଇଥିଲେ ବୋଲି ବନାଞ୍ଚଳ ଅଧିକାରୀ ହରିହର ପାତ୍ର କହିଛନ୍ତି। ଅପରପକ୍ଷରେ କେବଳ ଆଜବେଷ୍ଟେସ ଜବତ କରିଦେଇ ବନ ବିଭାଗ ନିଜ ଦାୟିତ୍ୱ ସରିଗଲା ବୋଲି ଭାବିବା ଠିକ ନୁହେଁ। ବନ ବିଭାଗ ଜମିରେ ନିର୍ମାଣ ହୋଇଥିବା ଘର ଭାଙ୍ଗି ଜବର ଦଖଲକୁ ଉଚ୍ଛେଦ କରିବାକୁ ଜନସାଧାରଣରେ ଦାବି ହେଉଛି। ସୂଚନା ଯୋଗ୍ୟ ଯେ ବନ ବିଭାଗ ଅଧୀନରେ ଥିବା ଗୁଠେନଟିକ୍ରା ନାମକ ଏହି ସରକାରୀ ଜମିକୁ ରେଙ୍ଗାଲି ପୁରୁଣାବସ୍ତି, ରେଙ୍ଗାଲିବସ୍ତି, ରାମାପଡା ଆଦି ଜନବସତିର ଲୋକେ ଗ୍ରାମ୍ୟ ଜଙ୍ଗଲ ରୂପେ ଆବହମାନ କାଳରୁ ବ୍ୟବହାର କରି ଗୋଚାରଣ, ଔଷଧିୟ ଚେର ମୂଳ କେନ୍ଦୁପତ୍ର, ଝାଡୁ ତିଆରି ପାଇଁ କଞ୍ଚାମାଲ,ମହୁଲ, ଆଦି ବନଜାତ ଦ୍ରବ୍ୟ ସଂଗ୍ରହ କରି ଜୀବିକା ନିର୍ବାହ କରି ଆସୁଛନ୍ତି। ଏହିଜମି ଉପରେ ଜବରଦଖଲକାରି ମାନଙ୍କ ଲୋଲୁପ ଦୃଷ୍ଟି ପଡି ଜବରଦଖଲ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ତୀବ୍ର ଜନ ଅସନ୍ତୋଷ ପ୍ରକାଶ ପାଉଛି। ଜଙ୍ଗଳ ସୁରକ୍ଷା କମିଟି ଗଠନ କରାଯାଇ ଏଥିରେ ସ୍ଥାନୀୟ ଜନସାଧାରଣ ଙ୍କୁ ସାମିଲ କରି ଏହାର ସୁରକ୍ଷା କରିବାପାଇଁ ଦାବି ହେଉଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories