www.samajalive.in
Monday, December 8, 2025
27.1 C
Bhubaneswar

ସିବିଏସ୍‌ଇ ଦ୍ବାଦଶ ଶ୍ରେଣୀ ପରୀକ୍ଷା ବାତିଲ ଘୋଷଣା

ଭୁବନେଶ୍ବର: ​‌କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ଦ୍ବାରା ପରିଚାଳିତ ଦ୍ବାଦଶ ଶ୍ରେଣୀ ପରୀକ୍ଷା ବାତିଲ ଘୋଷଣା କରାଯାଇଛି। ଦେଶର କରୋନା ସ୍ଥିତିକୁ ଦେଖି ବାତିଲ ଘୋଷଣା ହୋଇଛି। ଆଜି ସିବିଏସ୍‌ଇ ଦ୍ବାଦଶ ଶ୍ରେଣୀ ପରୀକ୍ଷା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ସମୀକ୍ଷା ବୈଠକ କରିଥିଲେ। ବର୍ତ୍ତମାନ ସ୍ଥିତିରେ ପରୀକ୍ଷା ସମ୍ଭବ କି ନୁହେଁ ତାହା ସମୀକ୍ଷା କରିଥିଲେ। ଏହି ବୈଠକରେ ବରିଷ୍ଠ ମନ୍ତ୍ରୀ ଓ ସଚିବମାନେ ଯୋଗ ଦେଇ ମତାମତ ରଖିଥିଲେ। ସମୀକ୍ଷା ବୈଠକ ପରେ ସିବିଏସ୍‌ଇ ଦ୍ବାଦଶ ଶ୍ରେଣୀ ପରୀକ୍ଷା ବାତିଲ କରାଯାଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସ୍ବାସ୍ଥ୍ୟ ସହିତ କୌଣସି ବୁଝାମଣା ହେବ ନାହିଁ। ସ୍ବାସ୍ଥ୍ୟକୁ ସବୁବେଳେ ଗୁରୁତ୍ବ ଦିଆଯାଇଛି। ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ସ୍ବାସ୍ଥ୍ୟ ଗୁରୁତ୍ବପୂର୍ଣ୍ଣ। ଏନେଇ କୌଣସି ପ୍ରକାର ସାଲିସ କରାଯାଇ ପାରିବ ନାହିଁ। ପିଲା, ଅଭିଭାବକଙ୍କ ମଧ୍ୟରେ ଲାଗି ରହିଥିବା ଦ୍ୱନ୍ଦ୍ୱର ସମାପ୍ତି ଦରକାର। ଏଭଳି ସ୍ଥିତିରେ ପିଲାଙ୍କୁ ପରୀକ୍ଷା ପାଇଁ ବାଧ୍ୟ କରାଯାଇ ପାରିବନାହିଁ। ସେମାନଙ୍କୁ ଅନ୍‌ଲାଇନ କିମ୍ବା ଅଫଲାଇନରେ ପରୀକ୍ଷା କରାଇବା ସମ୍ଭବ ନୁହେଁ। ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଆମ ପାଇଁ ପ୍ରାଥମିକତା । ସେମାନଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟ ସହ ବୁଝାବଣା ନାହିଁ । ତେବେ ପୂର୍ବ ବର୍ଷ ଭଳି ଯେଉଁମାନେ ପରୀକ୍ଷା ଦେବାକୁ ଇଚ୍ଛା ପ୍ରକାଶ କରନ୍ତି । ସେମାନେ ପରୀକ୍ଷା ଦେଇପାରିବେ, ମାତ୍ର କରୋନା ସ୍ଥିତି ସୁଧୁରିଲା ପରେ ।

- Advertisement -

ସିବିଏସଇ ପକ୍ଷରୁ କୁହାଯାଇଛି ଯେ ଏଥର ଦ୍ବାଦଶ ଶ୍ରେଣୀ ପରୀକ୍ଷା ହେବ ନାହିଁ। ସରକାରଙ୍କ ନିର୍ଦିଷ୍ଟ ମାର୍ଗଦର୍ଶିକା ଅନୁଯାୟୀ ଛାତ୍ରଛାତ୍ରୀଙ୍କୁ ଉତ୍ତୀର୍ଣ୍ଣ କରାଯିବ। ଯେଉଁମାନେ ପରୀକ୍ଷା ମୂଲ୍ୟାଙ୍କନକୁ ନେଇ ସନ୍ତୋଷ ପ୍ରକାଶ କରିବେ ନାହିଁ ସେମାନେ ଏହି ପରୀକ୍ଷା ପୁଣି ଥରେ ଦେଇପାରିବେ। ତେବେ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଦେବା ପାଇଁ ବାଧ୍ୟ କରାଯିବ ନାହିଁ। ଦ୍ବାଦଶ ଶ୍ରେଣୀ ପରୀକ୍ଷାର ମୂଲ୍ୟାୟନ କିଭଳି କରାଯିବ ସେଥିପାଇଁ ସିବିଏସଇ ପକ୍ଷରୁ ସ୍ବତନ୍ତ୍ର ଗାଇଡଲାଇନ ପ୍ରସ୍ତୁତ କରାଯିବ।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories