www.samajalive.in
Monday, December 8, 2025
27.1 C
Bhubaneswar

ମେ ୭ରେ ଶୀର୍ଷରେ ଥିଲା କରୋନା: ସ୍ବାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: କରୋନା ସଙ୍କଟ ମଧ୍ୟରେ ଏକ ଅଶ୍ଵସ୍ତିକର ଖବର ଦେଇଛି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ। କରୋନା ଏହାର ଶୀର୍ଷ ସ୍ତର ବା ପିକ୍‌କୁ ଅତିକ୍ରମ କରିସାରିଛି। ଗତ ମେ ୭ ତାରିଖରେ କରୋନା ପିକ୍‌ରେ ରହିଥିଲା ଏବଂ ଏହା ପରଠାରୁ ଦେଶରେ ସଂକ୍ରମଣ ହ୍ରାସ ପାଉଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁସାରେ, ଦେଶର ୫୩୧ ଜିଲାରେ ଏପ୍ରିଲ ୨୮ରୁ ମେ ୪ ପର୍ଯ୍ୟନ୍ତ ପ୍ରତିଦିନ ୧୦୦ରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଥିଲେ। ଗତ ୩ ସପ୍ତାହ ଧରି ଦେଶରେ ପରୀକ୍ଷାକୁ ଦ୍ରୁତିଗତିରେ ବୃଦ୍ଧି କରାଯାଇଛି। କିନ୍ତୁ ଏହି ସମୟରେ ସଂକ୍ରମଣ ହାରରେ ହ୍ରାସ ପରିଲକ୍ଷିତ ହୋଇଛି। ଭାରତରେ ଏବେ ସଂକ୍ରମଣ ହାର ୮.୩୧ ପ୍ରତିଶତ ରହିଛି। ବର୍ତ୍ତମାନ ପ୍ରତ୍ୟହ ସଂକ୍ରମଣ ହାର ୬.୬୨ ପ୍ରତିଶତ ଥିବାବ​ବେଳେ ଏପ୍ରିଲ ପରଠାରୁ ଏହା ସର୍ବନିମ୍ନ।

- Advertisement -

ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୫୦ ପ୍ରତିଶ୍ରତ ହାସ ପାଇଛି। ଗୋଟିଏ ଦିନରେ ସକ୍ରିୟ ମାମଲାରେ ୧ ଲକ୍ଷ ୩୦ ହଜାର ହ୍ରାସ ପାଇଛି। ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ସଂକ୍ରମଣ ହ୍ରାସ ପାଉଛି। ଏହା ଏକ ସକାରାତ୍ମକ ବିଷୟ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories