www.samajalive.in
Monday, December 8, 2025
17.1 C
Bhubaneswar

କରୋନା ୩ୟ ତରଙ୍ଗ ଆଶଙ୍କା ! ବିହାରରେ ଦିନକରେ ୪ ଶିଶୁ ମୃତ

ବିହାର : ବିହାର ଦରଭଙ୍ଗା ମେଡିକାଲ କଲେଜରେ ୪ ଶିଶୁଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁ ଜଣେ ଶିଶୁ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲା। ମାତ୍ର ଅନ୍ୟ ୩ ଜଣ ଶିଶୁଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଥିଲା। ଉକ୍ତ ୩ ଜଣ ଶିଶୁ ନିମୋନିୟାରେ ଆକ୍ରାନ୍ତ ଥିଲେ ବୋଲି କୁହାଯାଉଛି। ଶିଶୁଙ୍କର ମୃତ୍ୟୁ ପରେ ହଇଚଇ ସୃଷ୍ଟି ହୋଇଛି। କୋଭିଡ଼ ନିୟମ ଅନୁଯାୟୀ, ଶିଶୁଙ୍କ ମୃତଦେହ ହସ୍ତାନ୍ତର କରାଯାଇଛି। ମେଡିକାଲ କଲେଜ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ପିଲାମାନଙ୍କୁ ନିଶ୍ୱାସପ୍ରଶ୍ୱାସ ନେବାରେ ସମସ୍ୟା ସୃଷ୍ଟି ହେବା ସହ ଜଣେ ଶିଶୁ କରୋନା ସଂକ୍ରମିତ ଥିଲା। ଅନ୍ୟ ୩ ଜଣଙ୍କ ରିପୋର୍ଟ ନେଗେଟିଭ ହେଲେ ମଧ୍ୟ ନିମୋନିୟା ଭଳି ଲକ୍ଷଣ ଥିବାରୁ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଥିଲା। ରବିବାର ସନ୍ଧ୍ୟାରେ ମେଡିକାଲରେ ପ୍ରଥମେ ଅଢେଇ ବର୍ଷ ଶିଶୁର ମୃତ୍ୟୁ ହେବା ପରେ ଅନ୍ୟ ୩ ଜଣଙ୍କର ମୃତ୍ୟୁ ହୋଇଥିଲା।
ମେଡିକାଲ ରିପୋର୍ଟ ଅନୁଯାୟୀ, ଶିଶୁର ଚିକିତ୍ସା ପ୍ରଥମେ ପଟନାରେ ହୋଇଥିବା ବେଳେ କରୋନା ରିପୋର୍ଟ ପଜିଟିଭ ଆସିବା ପରେ ଏହି ଦରଭଙ୍ଗା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଶିଶୁଟିର ମୃତ୍ୟୁ ହୋଇଥିଲା।
ସୂଚନା ଯୋଗ୍ୟ, ସାରା ଦେଶରେ କରୋନାର ୨ୟ ତରଙ୍ଗ ଜାରି ରହିଥିବା ବେଳେ କିଛି ଦିନ ମଧ୍ୟରେ ଏଥିରେ ହ୍ରାସ ଘଟିଛି। ମାତ୍ର ବିହାରର ଦରଭଙ୍ଗାରେ ଶିଶୁଙ୍କ ମୃତ୍ୟୁ ୩ୟ ତରଙ୍ଗର ଆଶଙ୍କାକୁ ବୃଦ୍ଧି କରିଛି। ବିଶେଷଜ୍ଞ ପୂର୍ବରୁ ଦେଶରେ ୩ୟ ତରଙ୍ଗ ଆସିପାରେ ବୋଲି ଆଶଙ୍କା କରିଛନ୍ତି। ଯେଉଁଥିରେ ସର୍ବାଧିକ ପିଲାମାନେ ସଂକ୍ରମିତ ହେବେ ବୋଲି ସନ୍ଦେହ କରାଯାଉଛି। ଶିଶୁ ମୃତ୍ୟୁ ଘଟଣା ଏବେ ଚିନ୍ତାକୁ ବୃଦ୍ଧି କରିଛି।

 

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories