www.samajalive.in
Tuesday, December 9, 2025
16.1 C
Bhubaneswar

ଅଗ୍ନିଶମ ବାହିନୀ ଓ ସ୍ୱେଚ୍ଛାସେବୀଙ୍କ ଉଦ୍ୟମ, ନିଶ୍ଚିତ ମୃତ୍ୟୁ ମୁଖରେ ବର୍ତ୍ତିଲେ ଯୁବତୀ

ଫୁଲବାଣୀ: କନ୍ଧମାଳ ଜିଲା ଟିକାବାଲି ବ୍ଳକ ଅର୍ନ୍ତର୍ର୍ଗତ କଟିମାହା ପଂଚାୟତରେ ଆଜି ଅପରାହ୍ନରେ ଘଟିଛି ଏକ ଅଭାବନିୟ ଘଟଣା। ଘଟଣା ପ୍ରକାରେ ଏକ ନିଶ୍ଚିତ ମୃତ୍ୟୁ ମୁଖରେ ଜଣେ ଯୁବତୀ ଜୀବନ ଫେରିପାଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ କଟିମାହା ଅଞ୍ଚଳର ଜନୈକା ଯୁବତୀ ଅଚାନକ ଭାବେ ଗ୍ରାମରେ ଥିବା ଏକ ଗରୀର କୁଅଁ ମଧ୍ୟରେ ପଡ଼ିଯାଇଥିଲେ। ପଡ଼ିଯିବା ଫଳରେ ତାଙ୍କର ମୁଣ୍ଡ ଫାଟିବା ସହିତ ଗୁରୁତ୍ୱର ଆହତ ହୋଇଥିଲେ। ତେବେ ସେହି ସମୟରେ ସେଠାରେ ଖେଳୁଥିବା କିଛି ଛୋଟ ଛୋଟ ପିଲାମାନେ ଏହା ଦେଖି ପାଟି କରିବାରୁ ଗ୍ରମବାସୀ ରୁଣ୍ଡ ହୋଇଥିଲେ ମଧ୍ୟ ଗରୀବ କୁଅଁରୁ ବାହାର କରିବା ପାଇଁ କେହି ସାହାସ ଜୁଟାଇ ପାରିନଥିଲେ।

 

- Advertisement -

ଏନେଇ ଗ୍ରାମବାସୀ ମାନେ ତୁରନ୍ତ ଟିକାବାଲି ଅଗ୍ନିସମ ବିଭାଗ ସହିତ ଉକ୍ତ ଅଞ୍ଚଳରେ ଥିବା ଟିମ୍ ହ୍ୟୁମାନିଟର ସଦସ୍ୟ ହିରୋ ନାୟକ ଓ ନୀଳମାଧବ ପାତ୍ରଙ୍କ ଜଣାଇବା ପରେ ଅବିଳମ୍ବେ ଅଗ୍ନସିମ ବାହିନିର କର୍ମଚାରୀ ଓ ସ୍ୱେଚ୍ଛାସେବୀ ମାନେ କଟିମାହା ଗ୍ରାମରେ ପହଞ୍ଚି ଉକ୍ତ ଗରୀବ କୁଅଁରୁ ଯୁବତୀଙ୍କ ଉଦ୍ଧାର କରିବା ସହିତ ଚିକିତ୍ସା ପାଇଁ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ବର୍ତ୍ତମାନ ଯୁବତୀ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ବେଳେ ଅଗ୍ନିସମ ବାହିନି ଓ ସ୍ୱେଚ୍ଛାସେବୀ ମାନଙ୍କର ତୁରନ୍ତ ପଦକ୍ଷେପ ଯୋଗୁଁ ଏକ ନିଶ୍ଚିତ ମୃତ୍ୟୁ ମୁଖରୁ ଯୁବତୀ ଜଣକ ବର୍ତ୍ତିଥିବା ବେଳେ ଗ୍ରାମାବସୀ ଓ ଯୁବତୀଙ୍କ ପରିବାରର ସଦସ୍ୟମାନେ ସାଧୁବାଦ ଜଣାଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories