www.samajalive.in
Monday, December 8, 2025
27.1 C
Bhubaneswar

ଚୌଦ୍ୱାରରେ ଗଠିତ ହେଲା ‘ଖବର କାଗଜ ବିତରକ ସଂଘ’

ଚୌଦ୍ୱାର : ସମଗ୍ର ଦେଶରେ କରୋନା ଜନିତ ତାଲାବନ୍ଦ ଓ ସପ୍ତାହନ୍ତ ବନ୍ଦ ଆଦି ଜରୀ ରହିଥିବାରୁ ଏହା ଜନସାଧାରଣଙ୍କ ଜୀବୀନ ଜୀବିକା ଉପରେ ଗଭୀର ପ୍ରଭାବ ପକାଇଛି। ଖବରକାଗଜରେ କରୋନା ଭାଇରସ ଆସେ ନାହିଁ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ମନ୍ତବ୍ୟ ଦିଆ ଯାଇଥିଲେହେଁ କିଛି ଖବର କାଗଜ ପାଠକ ଏହା ନ ବୁଝି ଖବରକାଗଜ ବିତରକଙ୍କଠାରୁ ଖବର କାଗଜଟିଏ କିଣିବା ପାଇଁ କୁଣ୍ଠାବୋଧ କରୁଛନ୍ତି। ଫଳରେ ବିତରକମାନେ ଖବରକାଗଜ ବିକ୍ରି କରିପାରୁନାହାନ୍ତି। ଖବରକାଗଜ ବିକି ନିଜ ପରିବାର ପ୍ରତିପୋଷଣ କରୁଥିବା ପ୍ରାୟ ସମସ୍ତ ବିତରକ ଏବେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଗତ ୧୬.୫.୨୧ରେ ‘ସମାଜ’ ଖବର କାଗଜରେ ପ୍ରକାଶିତ ପାଇଥିବା ‘ଖବର କାଗଜ ବିତରକଙ୍କୁ ବୀମା କିମ୍ବା ସାମାଜିକ ନିରାପତ୍ତା ଯୋଜନାରେ ସାମିଲ କରାଯାଉ’ ଶୀର୍ଷକରେ ଖବର କାଗଜ ବିତରକ ତଥା ସେମାନଙ୍କ ପରିବାର ସଦସ୍ୟଙ୍କୁ ସାମାଜିକ ସୁରକ୍ଷା ଏବଂ ବୀମାଭୁକ୍ତ କରିବା ତଥା ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ଲୋକ ସେବକ ମଣ୍ଡଳର ରାଷ୍ଟ୍ରୀୟ ସଂପାଦକ ଡ. ପ୍ରଭାସ ଆଚାର୍ଯ୍ୟ ଦାବି କରିବା ସହିତ ଏହି ମର୍ମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ଖବର କାଗଜ ବିତରକମାନେ ଏ ସମ୍ପର୍କରେ ଜାଣିବା ପରେ ଚୌଦ୍ୱାରରେ ଖବରକାଗଜ ବିତରକଙ୍କ ମାନଙ୍କୁ ନେଇ ଏକ ସଂଘ ଗଠନ କରିବା ନିମନ୍ତେ ସ୍ଥାନୀୟ ଖବର କାଗଜ ଭେଣ୍ଡର ମାନସ କୁମାର ସାମଲଙ୍କୁ ଅନୁରୋଧ କରିଥିଲେ। ଶ୍ରୀ ସାମଲ ସମସ୍ତ ବିତରକମାନଙ୍କୁ ନେଇ ମଙ୍ଗୁଳି ପେପର ପଏଣ୍ଟରେ ଏକ ବୈଠକ ବସାଇବା ସହ ‘ଚୌଦ୍ୱାର ଖବର କାଗଜ ବିତରକ ସଂଘ’ ନାମରେ ଏକ ଅନୁଷ୍ଠାନ ଗଢିବା ସହ ବିତରକମାନଙ୍କର ଅସୁବିଧାକୁ ଯଥାଶୀଘ୍ର ଏକ ଲିଖିତ ଦାବିପତ୍ର ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଦେବା ସହ ଅନୁଷ୍ଠାନଟିକୁ ସରକାରଙ୍କ ପଞ୍ଜିକୃତ ସଂଗଠନ ଭାବେ ବିବେଚନା କରିବାକୁ ନିଷ୍ପତ୍ତି ନେଇଥିଲେ।

- Advertisement -

ଏହି ବୈଠକରେ ଜୟନ୍ତ ସୁବୁଦ୍ଧିରାୟ, ଗୌରାଙ୍ଗ ବେହେରା, ନିରଂଜନ ସ୍ୱାଇଁ, ରୀନା ଭୂୟାଁ, ରଂଜନ ପୃଷ୍ଟି, ରାଜକିଶୋର ବେହେରା, ଦେବେନ୍ଦ୍ର ସାହୁ, ଜୟରାମ ନାୟକ, ଯୋଗେନ୍ଦ୍ର ପ୍ରଧାନ, ହରମୋହନ ରାଉତରାୟ, ପ୍ରଦୀପ କୁମାର କର, ରଂଜନ ନାୟକ, ସରୋଜ କୁମାର ସାହୁ, ପବିତ୍ର ପରିଡ଼ା, ଡମ୍ବରୁ ଶତପଥୀ, ଛବିନ୍ଦ୍ର କୁମାର ନାୟକ ପ୍ରମୁଖ ଉପସ୍ଥିତ ରହିବା ସହ ଖବର କାଗଜ ବିତରକଙ୍କ ପାଇଁ କେହି ସ୍ୱର ଉତ୍ତୋଳନ କରୁନଥିବା ବେଳେ ଡ. ଶ୍ରୀ ଆଚାର୍ଯ୍ୟଙ୍କର ଏହି ପ୍ରଶଂସନୀୟ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିବା ସହ ଖବର କାଗଜ ବିତରକ ସଂଘର ଏକମାତ୍ର ମହିଳା ରୀନା ଭୂୟାଁ ଯେକି ଭିନ୍ନକ୍ଷମ ହୋଇ ମଧ୍ୟ ନିରବଚ୍ଛିନ୍ନ ଭାବେ ଜନସାଧାରଣଙ୍କ ପାଖରେ ଖବର କାଗଜ ପହଂଚାଇ ଆସୁଛନ୍ତି ସେ ଡ. ଶ୍ରୀ ଆଚାର୍ଯ୍ୟଙ୍କ ସାହାଯ୍ୟ ଓ ସହଯୋଗ ଦ୍ୱାରା ଚୌଦ୍ୱାର ଖବର କାଗଜ ବିତରକମାନେ ଉପକୃତ ହୋଇପାରିବେ ସେଥିପାଇଁ ନିବେଦନ କରିଥିବା ଜଣାପଡ଼ିଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories