ଭୁବନେଶ୍ୱର: ବିଶିଷ୍ଟ ସାମ୍ବାଦିକ, ସ୍ତମ୍ବକାର ତଥା ଲେଖକ ବସନ୍ତ ଦାସଙ୍କ ବିୟୋଗରେ ଇସ୍ପାତ ଓ ଖଣି, ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି I ମନ୍ତ୍ରୀ ଶ୍ରୀ ମଲ୍ଲିକ ତାଙ୍କ ଶୋକ ବାର୍ତ୍ତାରେ କହିଛନ୍ତି ଯେ ବସନ୍ତ ଦାସଙ୍କ ବିୟୋଗ ସମଗ୍ର ସାମ୍ବାଦିକତା ତଥା ସାହିତ୍ୟ ଜଗତ ପାଇଁ ଏକ ବିରାଟ ଶୂନ୍ୟ ସ୍ଥାନ ସୃଷ୍ଟି କରିବ I ସମାଜକୁ ଦିଗଦର୍ଶନ ଦେବା ଭଳି ତାଙ୍କ ସୃଜନାତ୍ମକ ଲେଖା ଅନେକ ପ୍ରଶଂସା ସାଉଁଟିଥିଲା ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି I ଏଥି ସହ ମନ୍ତ୍ରୀ ଶ୍ରୀ ମଲ୍ଲିକ ତାଙ୍କ ଅମର ଆତ୍ମାର ସଦଗତି କାମନା ସହ ତାଙ୍କ ଶୋକ ସନ୍ତପ୍ତ ପରିବାର ବର୍ଗ ଓ ଆତ୍ମୀୟ ସ୍ୱଜନଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି I
ବିଶିଷ୍ଟ ସାମ୍ବାଦିକ ବସନ୍ତ ଦାସଙ୍କ ବିୟୋଗରେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ଶୋକ
Popular Categories



