www.samajalive.in
Monday, December 8, 2025
17.1 C
Bhubaneswar

କାନାଡ଼ା ସଂସଦର ଭିଡିଓ କନ୍‌ଫରେନ୍ସିଂ ସମୟରେ ପରିଶ୍ରା କରୁଥିବା ନଜର ଆସିଲେ ସାଂସଦ

ଭିଡିଓ କନ୍‌ଫରେନ୍ସିଂ ଜରିଆରେ କାନାଡ଼ା ସଂସଦର କାର୍ଯ୍ୟ ଚାଲିଥିବାବେଳେ ଏକ ଲଜ୍ଜାଜନକ ଦୃଶ୍ୟ ସାମ୍ନାକୁ ଆସିଛି। ବୈଠକରେ ସାଂସଦମାନେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ସହିତ ନିଜ ନିଜ ମତ ଉପସ୍ଥାପନ କରୁଥିବା ସମୟରେ ଜଣେ ସାଂସଦ କ୍ୟାମେରା ସମ୍ମୁଖରେ ପରିଶ୍ରା କରୁଥିବା ନଜର ଆସିଛି। ସାଂସଦ ଜଣକ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଲିବେରାଲ ପାର୍ଟିର ସଦସ୍ୟ ୱିଲିୟମ ଅମୋସ। ଚଳିତମାସରେ ୨ୟ ଥର ପାଇଁ ଏଭଳି ଅଭାବନୀୟ ଘଟିଲାଣି। ପୂର୍ବ ଥର ମଧ୍ୟ ସାଂସଦ ଅମୋସ ଭିଡିଓ କନ୍‌ଫରେନ୍ସିଂ ସମୟରେ ଉଲ୍ଲଗ୍ନ ଅବସ୍ଥାରେ ଥିବା ଦେଖିବାକୁ ମିଳିଥିଲା।

ଏହି ଘଟଣା ସମ୍ପର୍କରେ ଅମୋସ ଟ୍ବିଟ୍‌ କରି ନିଜର ବିବୃତି ଦେଇଛନ୍ତି। ସେ ଲେଖିଛନ୍ତି ଯେ, ସେ ସଂସଦର ବୈଠକ ସମୟରେ ପରିଶ୍ରା କରୁଥିଲେ। ସେ ଭାବିଥିଲେ ଯେ କ୍ୟାମେରା ବନ୍ଦ ରହିଛି। କିନ୍ତୁ ପରେ ଜାଣିବାକୁ ପାଇଲି ଯେ ଭୁଲବଶତଃ କ୍ୟାମେରା ଖୋଲା ରହିଥିଲା। ତାଙ୍କର ଏଭଳି କାର୍ଯ୍ୟ ପାଇଁ ସେ ଲଜ୍ଜିତ। ଯାହା କିଛି ବି ହେଲା ସେଥିପାଇଁ ସେ ଲଜ୍ଜା ଅନୁଭବ କରୁଛନ୍ତି ଏବଂ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରୁଛନ୍ତି ବୋଲି ଟ୍ବିଟ୍‌ରେ ଲେଖିଛନ୍ତି।

- Advertisement -

ସୂଚନାଯୋଗ୍ୟ, ଏହା ପୂର୍ବରୁ ଗତ ଏପ୍ରିଲ ମାସରେ ବି ଅମୋସ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ସଂସଦ କାର୍ଯ୍ୟ ଚାଲିଥିବାବେଳେ ଉଲଗ୍ନ ଅବସ୍ଥାରେ ଥିବା ନଜର ଆସିଥିଲେ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories