www.samajalive.in
Monday, December 8, 2025
20.1 C
Bhubaneswar

୧୨ ବର୍ଷରୁ ଊର୍ଦ୍ଧ୍ଵ ପିଲାଙ୍କ ପାଇଁ ଉପଯୁକ୍ତ ଫାଇଜର ଟିକା, ଭାରତରେ ତ୍ଵରିତ ମଞ୍ଜୁରୀ ପାଇଁ କମ୍ପାନୀର ନିବେଦନ

ୱାଶିଂଟନ: ଆମେରିକୀୟ ଫାର୍ମାସ୍ୟୁଟିକାଲ କମ୍ପାନୀ ଫାଇଜର ଦ୍ବାରା ପ୍ରସ୍ତୁତ କରୋନା ଟିକାକୁ ଭାରତରେ ତ୍ଵରିତ ଅନୁମୋଦନ ପାଇଁ କମ୍ପାନୀ ପକ୍ଷରୁ ନିବେଦନ କରାଯାଇଛି। ଭାରତରେ ପ୍ରଚଳିତ କରୋନା ଭୂତାଣୁ ବିରୋଧରେ ଏହି ଟିକା ଉଚ୍ଚ ପ୍ରଭାବଶାଳୀ ଏବଂ ୧୨ ବର୍ଷରୁ ଊର୍ଦ୍ଧ୍ଵ ବୟସର ପିଲାଙ୍କ ପାଇଁ ଏହା ଉପଯୁକ୍ତ ବୋଲି କମ୍ପାନୀ ପକ୍ଷରୁ ଭାରତୀୟ ଅଧିକାରୀମାନଙ୍କୁ ଅବଗତ କରାଯାଇଛି। ଏହି ଟିକାଖଉ ୨ରୁ ୮ ଡିଗ୍ରୀ ସେଲସିୟସ ତାପମାତ୍ରାରେ ଏକ ମାସ ପର୍ଯ୍ୟନ୍ତ ଗଚ୍ଛିତ ରଖାଯାଇ ପାରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

ଭାରତରେ ଆଗକୁ କରୋନା ଭୂତାଣୁ ୩ୟ ତରଙ୍ଗ ଆସିବା ନେଇ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି। ଏହି ତରଙ୍ଗରେ ପିଲାମାନେ ବେଶୀ ପ୍ରଭାବିତ ହେବେ ବୋଲି ଆଶଙ୍କା କରାଯାଉଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ୨ରୁ ୧୮ ବର୍ଷ ବୟସ୍କ ପିଲାଙ୍କ ଉପରେ କୋଭାକ୍ସିନ ଟିକା ପରୀକ୍ଷଣ କରିବା ଲାଗି ଭାରତ ବାୟୋଟେକକୁ ସରକାର ଅନୁମତି ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଫାଇଜର ଟିକାକୁ ଯଦି ଅନୁମୋଦନ ମିଳେ, ତେବେ ୩ୟ ତରଙ୍ଗ ପୂର୍ବରୁ ଟିକାକରଣ ସହଜ ହେବ ବୋଲି ବିଶେଷଜ୍ଞମାନେ କହିଛନ୍ତି।

- Advertisement -

ଫାଇଜର ପକ୍ଷରୁ ଭାରତରେ ଦେଖାଯାଉଥିବା କରୋନାର ନୂଆ ଭାରିଆଣ୍ଟ ବି.୧.୬୧୭.୨ ଉପରେ ଟିକା ୮୭.୯ ପ୍ରତିଶତ ପ୍ରଭାବଶାଳୀ ବୋଲି ଦର୍ଶାଯାଇଛି। ଏ ନେଇ କମ୍ପାନୀ ପକ୍ଷରୁ ଏକ ସ୍ବତନ୍ତ୍ର ସର୍ଭେ କରାଯାଇଛି। ଯେଉଁଥିରେ ୨୬ ପ୍ରତିଶତ ଭାରତୀୟ ଏବଂ ବ୍ରିଟିଶ ଭାରତୀୟ ଅଂଶଗ୍ରହଣ କରିଥିଲେ। ଏହା ସହିତ ୧.୪ ପ୍ରତିଶତ ବାଂଲାଦେଶୀ, ୫.୯ ପ୍ରତିଶତ ପାକିସ୍ତାନୀ ଏବଂ ଅନ୍ୟାନ୍ୟ ଏସୀୟ ଦେଶଗୁଡ଼ିକରୁ ୫.୭ ପ୍ରତିଶତ ଲୋକ ଭାଗ ନେଇଥିଲେ।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories