www.samajalive.in
Monday, December 8, 2025
20.1 C
Bhubaneswar

୮ଶହ ୫୦ କିଲୋ ଗଂଜେଇ ଜବତ, ୪ ଗିରଫ

ମୋହନା : ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ତପନ କୁମାର ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଅଡବା ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ରଙ୍କ ତତ୍ତ୍ଵବଧାନରେ ଏସଆଇ ରବିନ୍ଦ୍ର ନାରାୟଣ ପାତ୍ର, ଜନ ଶବର ଓ କର୍ମଚାରୀ ମିଳିତ ଭାବେ ଗୁଲୁବା ଅଞ୍ଚଳରେ ଦିନବେଳା ପେଟ୍ରୋଲିଙ୍ଗ କରୁଥିବା ବେଳେ ଉକ୍ତ ପଞ୍ଚାୟତ ଅଧିନ ଗାଲି ମେରା ଗ୍ରାମ ନିକଟରେ ସନ୍ଦେହଜନକ ଭାବେ ଦେଖି ଗାଡିକୁ ଅଟକାଇ ଥିଲେ। ଗାଡିକୁ ଯାଞ୍ଚ କରିବା ସମୟରେ ଗାଡିର ପଛ ପଟୁ ଜରି ବସ୍ତାରେ ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲେ । ମୋହନା ତହସିଲଦାର ସାରଦା ପ୍ରଶନ୍ନ ପଣ୍ଡାଙ୍କ ଉପସ୍ଥିତିରେ ଓଜନ କରିବାରୁ ତାହା ୮ଶହ ୫୦ କିଲୋ ୭୦୦ଗ୍ରାମ ହୋଇଥିଲା । ଉକ୍ତ ଗଞ୍ଜେଇ ଗୁଲୁବା ଅଞ୍ଚଳରୁ  ଝାଡଖଣ୍ଡକୁ ଚୋରା ଚାଲାଣ ହେଉଥିଲା। ଏହି ଟାଟା ଗାଡିରେ ୨ ଟି ନମ୍ବର ପ୍ଳେଟ ବ୍ୟବହାର କରାଯାଉଥିଲା। ଗୋଟିଏ ନମ୍ବର ଝାଡଖଣ୍ଡର ଥିବାବେଳେ ଅନ୍ୟଟିକୁ ବ୍ୟବହାର କରାଯାଉଥିଲା। ଏହି ଗଞ୍ଜେଇ ଚୋରା ଚାଲାଣରେ ସଂପୃକ୍ତ ଥିବା ଅଡବା ଥାନା ଅଞ୍ଚଳ ଲକ୍ଷ୍ମୀପୁର ଗ୍ରାମର ୩ ଜଣ ହେଲେ ଆବେଲୁ ଲିମା(୪୫) . ସୁଧିର ଲିମା(୨୧) ,ସୁମନ୍ତ ମାଝୀ(୨୦) ଓ ଝାଡଖଣ୍ଡ ଅଞ୍ଚଳର ବାସ୍କକାଲି ଆନସାରି(୫୫) ଏ ସମସ୍ତ ମାଫିଆଙ୍କୁ ଗିରଫ କରାଯିବା ସହ ଗାଡିକୁ ଜବତ କରି ସମସ୍ତ ଅଭିଯୁକ୍ତଙ୍କୁ ରା. ଉଦୟଗିରି କୋର୍ଟରେ ହାଜର କରାଯାଇଥିବା ଥାନା ପକ୍ଷରୁ ସୂଚନା ମିଳିଛି।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories