www.samajalive.in
Sunday, December 7, 2025
16.1 C
Bhubaneswar

ଡାକ୍ତରଙ୍କ ମହାନତା ; କରୋନା ଆକ୍ରାନ୍ତ ପ୍ରସୂତିଙ୍କ କଲେ ଅସ୍ତ୍ରୋପଚାର

ରାମନାଗୁଡା : କରୋନା କାଳରେ ମାନବିକତା ହଜିଯାଉଥିବାବେଳେ ଆକ୍ରାନ୍ତଙ୍କୁ ନିଜ ସଂପର୍କୀୟ ମଧ୍ୟ ସହଯୋଗର ହାତ ବଢାଉନାହାନ୍ତି। ଏଭଳି ସମୟରେ ରାୟଗଡ଼ା ଜିଲ୍ଲା ରାମନାଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତରୀ ଟିମ୍ କରୋନା ଆକ୍ରାନ୍ତ ପ୍ରସୂତିଙ୍କ ଅସ୍ତ୍ରୋପଚାର କରି ସୁରକ୍ଷିତ ଭାବେ କନ୍ୟା ସନ୍ତାନ ଜନ୍ମ ଦେବା ଘଟଣା ଡାକ୍ତରଙ୍କ ମହାନତାକୁ ପ୍ରମାଣିତ କରିଛି।
ସୂଚନା ଅନୁଯାୟୀ ରାୟଗଡ଼ା ଜିଲ୍ଲା ଗୁଡାରୀ ବ୍ଲକ ଅସଡା ସିତମଗୁଡା ଗ୍ରାମର ମଞ୍ଜୁଳା ପଣ୍ଡା(୨୮) ଗତକିଛିଦିନ ତଳେ କରୋନାରେ ଆକ୍ରାନ୍ତ  ହୋଇଥିଲେ। ମଞ୍ଜୁଳା କରୋନା ପଜିଟିଭ୍ ହୋଇଥିବାବେଳେ ପ୍ରସବ ତାରିଖ ପାଖେଇ ଆସୁଥିବାରୁ ସନ୍ତାନ ଜନ୍ମ ନେଇ ଚିନ୍ତାରେ ରହିଥିଲେ। ଏନେଇ ମଞ୍ଜୁଳାଙ୍କ ବାପା ବିଶ୍ବନାଥ ପଣ୍ଡା ଡାକ୍ତରୀ ଟିମଙ୍କ ସହ ଯୋଗାଯୋଗ କରି ରାୟଗଡ଼ା ମୁଖ୍ୟଡାକ୍ତରଖାନା ନେବାପାଇଁ ସ୍ତିର କଲେ। ଆଜି ମଧ୍ୟାହ୍ନ ୧୨ଘଣ୍ଟିକା ସମୟରେ ରାମନାଗୁଡା ନିକଟରେ ମଞ୍ଜୁଳାଙ୍କ ପ୍ରସବ ଯନ୍ତ୍ରଣା  ହେବା କ୍ଷଣି ସଙ୍ଗେସଙ୍ଗେ ରାମନାଗୁଡା ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ର ପ୍ରସବ କକ୍ଷରେ ଭର୍ତ୍ତି ହେବାପରେ ମଞ୍ଜୁଳାଙ୍କ ଅସ୍ତ୍ରୋପଚାର କରାଯାଇଥିଲା। ଭାରାପ୍ରାପ୍ତ ଗୋଷ୍ଠୀ ଚିକିତ୍ସା ଅଧିକାରୀ ଅନିଲ କୁମାର ବେହେରା, ଷ୍ଟାଫ ନର୍ସ ସରସ୍ବତୀ ଦେବୀ,ଏଏନଏମ ଉଷାରାଣୀ ବରାଳ ପ୍ରମୁଖ ଅସ୍ତ୍ରୋପଚାରରେ ସାମିଲ ହୋଇଥିଲେ।ଅସ୍ତ୍ରୋପଚାର ସଫଳତା ସହ ଶେଷ ହେବାପରେ ମଞ୍ଜୁଳା ଏକ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଥିଲେ।ବର୍ତ୍ତମାନ ମଞ୍ଜୁଳା ଓ ନବଜାତ ଶିଶୁକନ୍ୟାର ସ୍ବାସ୍ଥ୍ୟବସ୍ଥା ଭଲ ରହିଥିବା ଡାକ୍ତର ଶ୍ରୀ ବେହେରା ପ୍ରକାଶ କରିଛନ୍ତି। ଏଥିରେ ବିପିଏମ କମଳାକର ରାଓ ଏଥିରେ ସହଯୋଗ କରିବା ସହ ରାମନାଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସୁରକ୍ଷିତ ଅସ୍ତ୍ରୋପଚାରକୁ ନେଇ ଡାକ୍ତରଙ୍କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories