www.samajalive.in
Sunday, December 7, 2025
15.1 C
Bhubaneswar

ବର୍ନାର୍ଡ ଆର୍ନଲ୍ଟ ବିଶ୍ୱର ସବୁଠୁ ଧନୀ, ଜେଫ୍‍ ବେଜୋସଙ୍କୁ ପଛରେ ପକାଇଲେ

ନ୍ୟୁୟର୍କ: ଲୁଇ ଭିଟନ୍‍ ମାଲିକ ବର୍ନାର୍ଡ ଆର୍ନଲ୍ଟ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଭାବରେ ଉଭା ହୋଇଛନ୍ତି। ବିଶ୍ୱର ସବୁଠରୁ ଅଗ୍ରଣୀ ଫାଶନ ଲକଜୁରୀ ଉତ୍ପାଦ କମ୍ପାନୀ ଭିଟନ ମୋଏଟ ହେନେସି (ଏଲଭିଏମଏଚ)ର ମାଲିକା ବର୍ନାର୍ଡ ଓ ତାଙ୍କ ପରିବାରର ମୋଟ ସମ୍ପତ୍ତି ପରିମାଣ ୧୮୬.୨ ବିଲିଅନ ଡଲାର ବୋଲି ଫୋର୍ବସ ପତ୍ରିକାରେ କୁହାଯାଇଛି। ଏଥିସହିତ ସେ ପୂର୍ବରୁ ଏହି ତାଲିକାରେ ଏକ ନମ୍ବର ସ୍ଥାନରେ ଥିବା ସର୍ବବୃହତ ଅନଲାଇନ ରିଟେଲ ପ୍ଲାଟଫର୍ମ ଆମାଜନ୍‍ ମାଲିକ ଜେଫ୍‍ ବେଜୋସଙ୍କୁ ପଛରେ ପକାଇ ଦେଇଛନ୍ତି।

ଗତ କିଛି ମାସ ମଧ୍ୟରେ ଆର୍ନଲ୍ଟ ତାଙ୍କର ଏବଂ ତାଙ୍କ ନିୟନ୍ତ୍ରଣରେ ଥିବା ଫରାସୀ ଲେବଲ ବ୍ରାଣ୍ଡ୍‍ ଅଂଶଧନ ଅଧିକାର କରିବାକୁ ୫୩୮ ନିୟୁତ ଡଲାର ଖର୍ଚ୍ଚ କରିଛନ୍ତି। ଏଥିସହିତ ସେ ବିଶ୍ୱର ଦ୍ୱିତୀୟ ସର୍ବାଧିକ ଧନୀ ବ୍ୟକ୍ତି ସ୍ପେଶ ଏକ୍ସ ଏବଂ ଟେସଲା ମାଲିକ ଏଲନ ମସ୍କଙ୍କୁ ମଧ୍ୟ ଟପିଯାଇଛନ୍ତି। ତାଙ୍କ ଗ୍ରୁପ ଅଧୀନରେ ବିଶ୍ୱର ବହୁ ସୁପ୍ରସିଦ୍ଧ ବ୍ରାଣ୍ଡ୍‍ ରହିଛି। ସେଥିମଧ୍ୟରେ ଲୁଇ ଭିଟନ, ଗୁକି, କ୍ରିଷ୍ଟିଆନ ଡାୟୋର, ଜିଭେନ୍ସି ଆଦି ଅନ୍ୟତମ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories