www.samajalive.in
Monday, December 8, 2025
27.1 C
Bhubaneswar

କୋଭିଡ-୧୯ର ଉତ୍ପତ୍ତି ନେଇ ନୂଆ ତଥ୍ୟ : ଉହାନ ଡବ୍ଲୁଇଭିର ୩ ଗବେଷକ ଚିକିତ୍ସା ସହାୟତା ଲୋଡିଥିଲେ

କୋଭିଡ ଉତ୍ପତି ନେଇ ବିଭିନ୍ନ ଅନୁସନ୍ଧାନ ଚାଲିଥିବା ବେଳେ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଚୀନର ଉହାନ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି(ଡବ୍ଲୁଇଭି)ର ତିନିଜଣ ଗବେଷକ ୨୦୧୯ ନଭେମ୍ବରରେ ଚୀନରେ କୋଭିଡ-୧୯ ମହାମାରୀ ଆରମ୍ଭ ହେବାର କିଛି ମାସ ପୂର୍ବରୁ ଡାକ୍ତରଖାନାର ଚିକିତ୍ସା ଲୋଡିଥିଲେ।
ୱାଲ୍‌ ଷ୍ଟ୍ରିଟ୍‌ ଜର୍ନାଲ ରିପୋର୍ଟ ଅନୁସାରେ ପ୍ରଭାବିତ ଗବେଷକଙ୍କ ସଂଖ୍ୟା, ସେମାନଙ୍କର ରୋଗର ସମୟ ଏବଂ ଡାକ୍ତରଖାନା ଯିବା ବିଷୟରେ ନୂତନ ବିବରଣୀ ପ୍ରଦାନ କରିଛି। କୋଭିଡ -୧୯ ଭୁତାଣୁ ଗବେଷଣାଗାରରୁ ବାହାରକୁ ଯାଇଛି କି ନାହିଁ ତାହାର ବ୍ୟାପକ ଅନୁସନ୍ଧାନ ପାଇଁ ଆହ୍ୱାନ ସୃଷ୍ଟି କରିଛି।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ନୀତି ନିର୍ଦ୍ଧରଣକାରୀ ସଂସ୍ଥାର ଏକ ବୈଠକ ପୂର୍ବରୁ ଏହି ରିପୋର୍ଟ ଆସିଥିଲା, ଯାହାକି କୋଭିଡ-୧୯ର ଉତ୍ପତ୍ତି ବିଷୟରେ ପରବର୍ତ୍ତୀ ପର୍ୟ୍ୟାୟରେ ଆଲୋଚନା ଓ ଅନୁସନ୍ଧାନ ହେବ ବୋଲି ଆଶା କରାଯାଉଛି।
କୋଭିଡ ଯଦିଓ ଏକ ବୈଶ୍ୱିକ ପ୍ରଶ୍ନ ପାଲଟି ଯାଇଛି; ତେବେ ଏହା ଉହାନରୁ ଉତ୍ପତ୍ତି ହୋଇଛି ଅବା ଲ୍ୟାବରୁ ଯାଇଛି ନା ନାହିଁ ତାହା ପ୍ରଶ୍ନବାଚୀ ହୋଇ ରହିଯାଇଛି।
ଆମେରିକା ସରକାରଙ୍କର ଜାତୀୟ ସୁରକ୍ଷା ପରିଷଦ ମୁଖପାତ୍ର ଏହି ରିପୋର୍ଟ ଉପରେ କୌଣସି ମନ୍ତବ୍ୟ ଦେଇନାହାଁନ୍ତି, କିନ୍ତୁ ବାଇଡେନ ପ୍ରଶାସନ କୋଭିଡ -୧୯ ମହାମାରୀର ପ୍ରାରମ୍ଭିକ ସମୟ ଓ ଏହାର ଉତ୍ପତ୍ତି ବିଷୟରେ ଗୁରୁତର ପ୍ରଶ୍ନ ଜାରି ରଖିଛି ? ଏହାର ଉତ୍ପତ୍ତି ପିପୁଲ୍ସ ରିପବ୍ଲିକ୍ ଅଫ୍ ଚାଇନା ବୋଲି ଆମେରିକା କହିଛି।
ସେ କହିଛନ୍ତି ଯେ ଆମେରିକା ସରକାର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ‘ହୁ’ ଏବଂ ଅନ୍ୟ ସଦସ୍ୟ ରାଷ୍ଟ୍ରମାନଙ୍କ ସହିତ ମହାମାରୀର ଉତ୍ପତ୍ତି ବିଷୟରେ ଏକ ବିଶେଷଜ୍ଞ ଦଳ ଦ୍ୱାରା ପରିଚାଳିତ ମୂଲ୍ୟାଙ୍କନକୁ ସମର୍ଥନ କରିବା ପାଇଁ କାର୍ଯ୍ୟ କରୁଛନ୍ତି, ଯାହା ହସ୍ତକ୍ଷେପ କିମ୍ବା ରାଜନୀତିକରଣରୁ ମୁକ୍ତ।

ଗତ ମାର୍ଚ୍ଚରେ ଆମେରିକା, ନରୱେ, କାନାଡା, ବ୍ରିଟେନ ଏବଂ ଅନ୍ୟାନ୍ୟ ଦେଶ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ‘ହୁ’ ନେତୃତ୍ୱାଧୀନ କୋଭିଡ -୧୯ ଉତ୍ପତ୍ତି ଅଧ୍ୟୟନକୁ ନେଇ ଉଦବେଗ ପ୍ରକାଶ କରିଥିଲେ ଏବଂ ଏହାର ପ୍ରାଥମିକ ପର୍ୟ୍ୟାୟ ବିଷୟରେ ସମସ୍ତ ମାନବ, ପଶୁ ଏବଂ ଅନ୍ୟାନ୍ୟ ତଥ୍ୟ ଉପରେ ଅଧିକ ଅନୁସନ୍ଧାନ ଏବଂ ସମ୍ପୂର୍ଣ୍ଣ ତଥ୍ୟ ପାଇଁ ଆହ୍ୱାନ ଦେଇଥିଲେ।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories