www.samajalive.in
Monday, December 8, 2025
27.1 C
Bhubaneswar

ନୀଳଗିରିରେ ଜନ୍ତୁ ମୃତ୍ୟୁକୁ ନେଇ ଚର୍ଚ୍ଚା

ନୀଳଗିରି: ବାଲେଶ୍ଵର ଜିଲା ଅଧୀନ ନୀଳଗିରିରେ ଏକ ବାଘ କିମ୍ବା ଜଙ୍ଗଲ ବିରାଡ଼ିର ମୃତ୍ୟୁ କୁ ନେଇ ସମ୍ପ୍ରତି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ନୀଳଗିରି ବ୍ଲକ ର ଗୋହିରା ନିକଟସ୍ଥ ତୋଟାସାହି ଅଞ୍ଚଳରେ ଥିବା ଏକ ବଡ଼ ଗଛ ଛନ୍ଦି ରେ ବାଘ ଭଳି ଦେଖିବାକୁ ବନ୍ୟଜନ୍ତୁ ଟେ ଲାଗି ରହିଥିବା ଦେଖିବାକୁ ମିଳିଛି। ଏହି ଜନ୍ତୁକୁ କେହି ପିଟି ମାରି ଦେବା ପରେ ତାକୁ ସେଠାରେ ରଖି ଦିଆ ଯାଇଛି। ଉକ୍ତ ଜନ୍ତୁ ର ମୁହଁରେ ଆଘାତ ଲାଗିଛି ଏବଂ ତାହା ଗଳିତ ହୋଇ ପଡିଛି। ସେପଟେ ଜନ୍ତୁଟି ଡେଇଁ ପାର ହେଉଥିବା ସମୟରେ ଗଛ ର ଛନ୍ଦି ରେ ଲାଗି ମରି ଯାଇଛି ବୋଲି କେତେକ କହିଛନ୍ତି। ତେବେ ଅଞ୍ଚଳରେ ଏକ ବାଘର ମୃତ୍ୟୁ ହୋଇଥିବା ଖବର ପ୍ରଚାରିତ ହେବା ସେହି ଅଞ୍ଚଳ ଲୋକାରଣ୍ୟ ହୋଇ ପଡିଛି। ଅପର ପକ୍ଷରେ ସ୍ଥାନୀୟ ଜନ୍ତୁ ବିଶେଷଜ୍ଞ ମନୋରଞ୍ଜନ ଦାସ ଓ ପ୍ରକାଶ ମର୍ଦ୍ଦରାଜ ଙ୍କୁ ପଚରା ଯିବାରୁ ଏହା ବାଘ ନୁହଁ ବରଂ ଜଙ୍ଗଲ ବିରାଡ଼ି ବୋଲି କହିଛନ୍ତି। ସୂଚନା ଯେ, ଉକ୍ତ ଜନ୍ତୁ ମରିଥିବା ସ୍ଥାନରୁ କୁଲଡ଼ିହା ଅଭୟାରଣ୍ୟ ମାତ୍ର ୧୦୦ମିଟର ଦୂର ହୋଇଥିବାରୁ ସ୍ଥାନୀୟ ଲୋକମାନେ ଏହାକୁ ବାଘ ବୋଲି ସନ୍ଦେହ କରୁଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories