www.samajalive.in
Monday, December 8, 2025
20.1 C
Bhubaneswar

ତୁଳସୀ ପାଣି ପିଇବା ଦ୍ୱାରା ଓଜନ ହ୍ରାସ ପାଇଁ ବେଶ ସହାୟକ ହୋଇଥାଏ

ନିତ୍ୟ ବ୍ୟବହାର୍ୟ୍ୟ ଦ୍ରବ୍ୟରେ ଆମେ ତୁଳସୀ ଓ କେସରର ବ୍ୟବହାର କରିଥାଉ। ଖାଦ୍ୟ ପଦାର୍ଥର ସ୍ବାଦ ବଢାଇବା ନିମନ୍ତେ କେସର ଓ ତୁଳସୀର ବ୍ୟବହାର କରାଯାଇଥାଏ। ଏହାସହ ମୁହଁର ସୌନ୍ଦର୍ୟ୍ୟ ବଢାଇବା ନିମନ୍ତେ ଏହାର ବ୍ୟବହାର କରାଯାଇଥାଏ। କେସକୁ ଗରମ କ୍ଷୀରରେ ମିଶାଇ ପିଇବା ସ୍ବାସ୍ଥ୍ୟ ପକ୍ଷେ ହିତକାରକ ହୋଇଥାଏ।
କେସରକୁ ନିୟମିତ ରୂପେ କମ ମାତ୍ରାରେ ନେବା ଉଚିତ। କାରଣ ଏହା ଶରୀରର ସନ୍ତୁଳନ ଠିକ ରଖିଥାଏ। ଏହା ରୋଗ ନାଶକ ଔଷଧ ମଧ୍ୟ ଅଟେ। ମହିଳାମାନେ ଏହାର ବ୍ୟବହାର ଦ୍ବାରା ଅନେକ ରୋଗରୁ ମୁକ୍ତି ପାଇଥାଆନ୍ତି।
ତୁଳସୀରେ ପ୍ରାକୃତିକ ଔଷଧୀୟ ଗୁଣ ଭରପୂର ମାତ୍ରାରେ ରହିଛି। ଚା’ରେ ତୁଳସୀ ପତ୍ର ପକାଇ ପିଇବା ଦ୍ବାରା ଥଣ୍ଡା ଓ କାଶରୁ ମୁକ୍ତି ମିଳିଥାଏ। ତୁଳସୀ ସେବନ କରିବା ଦ୍ବାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ। ଏହାକୁ ପ୍ରତ୍ୟେକ ଦିନ ୨ରୁ ୪ଟି ପତ୍ର ଖାଇବା ଉଚିତ। ଅଧିକ ପତ୍ର ଖାଇବା ଦ୍ବାରା ପେଟ ଗରମ ହୋଇଯାଏ।
ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ।
– ଶରୀରକୁ ବିଭିନ୍ନ ସଂକ୍ରମଣରୁ ରକ୍ଷା କରିଥାଏ।
– ଓଜନ ହ୍ରାସ କରିବା ପାଇଁ ଏହା ଏକ ପ୍ରାକୃତିକ ଉପଚାର।
– ଏଥିରେ ଆବଶ୍ୟକ ପୋଷକ ତତ୍ତ୍ୱ ଭରପୂର ମାତ୍ରାରେ ରହିଛି।
– ଏହାସହ ତୁଳସୀ ପୋଟାସିୟମ, କ୍ୟାଲସିୟମ, ମାଗ୍ନେସିୟମ, ଫସଫରସ, ଭିଟାମିନ ସିର ଏକ ଉତ୍ତମ ସ୍ରୋତ।
– ନିୟମିତ ତୁଳସୀ ଚା’ ପିଇବା ଦ୍ୱାରା , ଖାଲି ପେଟରେ ୩ ରୁ ୪ଟି ତୁଳସୀ ପତ୍ର ଖାଇବା ଦ୍ୱାରା କିମ୍ବା ତୁଳସୀ ପତ୍ର ପାଣି ପିଇବା ଦ୍ୱାରା ଆପଣଙ୍କୁ ସୁସ୍ଥ ରଖିବା ପାଇଁ ବେଶ ସହାୟକ ହୋଇଥାଏ।
– ତୁଳସୀ ପାଣି ପିଇବା ଦ୍ୱାରା ଓଜନ ହ୍ରାସ ପାଇଁ ବେଶ ସହାୟକ ହୋଇଥାଏ।
– ଓଜନ ପାଇଁ ଏହି ପ୍ରକାରେ ତୁଳସୀକୁ ବ୍ୟବହାର କରନ୍ତୁଟ୍ଟ.
– ଏକ ପାତ୍ରରେ ଏକ ଗ୍ଲାସ ପାଣିରେ ତୁଳସୀର ୪ ରୁ ୫ଟି ପତ୍ର ପକାଇ ବତୁରାଇ ରଖନ୍ତୁ। ସକାଳେ ଏହାକୁ ଛାଣି ପିଅନ୍ତୁ।

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories