www.samajalive.in
Tuesday, December 9, 2025
17.1 C
Bhubaneswar

ପ୍ଲାଷ୍ଟିକ ବୋତଲ ସାହାଯ୍ୟରେ ସମୁଦ୍ର ପହଁରି ସ୍ପେନ ପହଞ୍ଚିଲା ମରକ୍କୋ ବାଳକ

ଋାବା/ମାଦ୍ରିଦ: ନିଜ ଦେହସାରା ପ୍ଲାଷ୍ଟିକ ବୋତଲ ବାନ୍ଧି ତାହା ସାହାଯ୍ୟରେ ସମୁଦ୍ରରେ ପହଁରି ପହଁରି ସ୍ପେନ ସୀମାନ୍ତରେ ପହଞ୍ଚିଥିବା ମରକ୍କୋର ଜଣେ ବାଳକର ଫଟୋ ଏବେ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ଓ ଚର୍ଚ୍ଚିତ ହୋଇଛି। ୟୁରୋପରେ ପ୍ରବେଶ କରିବା ଲକ୍ଷ୍ୟରେ ବାଳକ ଜଣକ ନିଜ ଜୀବନକୁ ବାଜି ଲଗାଇ ସମୁଦ୍ରରେ ଦୀର୍ଘପଥ ପ୍ଲାଷ୍ଟକ ବୋତଲକୁ ଧରି ପହଁରିଥିବା କହିଛନ୍ତି। ସମୁଦ୍ର କୂଳରେ ସୈନ୍ୟମାନେ ତାଙ୍କୁ ଧରିବା ସମୟରେ ବାଳକ ଜଣକ କାନ୍ଦି କାନ୍ଦି କହିଥିଲେ, ସେ ମରିଯିବେ ପଛେ ଆଉ ମରକ୍କୋ ଫେରିବେ ନାହିଁ। ତାଙ୍କର ଏହି କଥା ସମସ୍ତଙ୍କ ହୃଦୟକୁ ଚହଲାଇଦେବା ଭଳି ହୋଇଛି।
ଏକ ଗାଢ ରଙ୍ଗର ଟି ସାର୍ଟ ପରିହିତ ବାଳକ ଜଣକର ଶରୀର ଚାରିପଟେ ପ୍ଲାଷ୍ଟିକ ବୋତଲ ବନ୍ଧାଯାଇଥିବାବେଳେ ସେ କାନ୍ଦୁଥିଲେ। ପହଁରି ପହଁରି ସେ ସିଉଟା ଉପକୂଳରେ ପହଞ୍ଚିଥିଲେ, ଯାହା ସ୍ପେନ ଅଧୀନରେ ଉତ୍ତର ଆଫ୍ରିକାରେ ଥିବା ଅଞ୍ଚଳ। କୂଳରେ ଲାଗିବାମାତ୍ରେ ତାଙ୍କୁ ସୈନ୍ୟମାନେ ଘେରିଯାଇଥିଲେ, କିନ୍ତୁ ବାଳକ ଜଣକ କାନ୍ଦି କାନ୍ଦି ତାଙ୍କୁ ଆଉ ନିଜ ଦେଶକୁ ଫେରାଇ ନଦେବାକୁ ଆକୁଳ ନିବେଦନ କରିଥିଲେ। ରାଚିଡ ମହମ୍ମଦ ନାମକ ଜଣେ ସୈନ୍ୟ କହିଛନ୍ତି ଯେ ଏଭଳି କମ୍‍ ବୟସର ଜଣେ ବାଳକ ମୁହଁରୁ ସେ ଏଭଳି କଥା କେବେ ଶୁଣିନଥିଲେ। ସଂପୃକ୍ତ ବାଳକକୁ ଏବେ ଦୁଇ ଦେଶ ମଧ୍ୟବର୍ତ୍ତୀ ଏକ ନିରାପତ୍ତା ସ୍ଥଳରେ ରଖାଯାଇଛି। ସେଠାରେ ପୂର୍ବରୁ ପ୍ରାୟ ୮ହଜାର ଦେଶାଟନକାରୀ ଅଛନ୍ତି, ଯେଉଁମାନେ ୟୁରୋପକୁ ପ୍ରବେଶ କରି ଏକ ନୂଆ ଜୀବନ ଆରମ୍ଭ କରିବା ଅପେକ୍ଷାରେ ରହିଛନ୍ତି। ସେମାନଙ୍କ ମଧ୍ୟରୁ ସମସ୍ତେ ମରକ୍କୋରୁ ପହଁରି ପହଁରି ଆସିବା ସମୟରେ ସୈନ୍ୟଙ୍କ ହାତରେ ଧରାପଡିଛନ୍ତି। ତେବେ ଏହା ୟୁରୋପ ପାଇଁ ଏକ ସଙ୍କଟଜନକ ସ୍ଥିତି ସୃଷ୍ଟି କରିବାକୁ ଯାଉଛି ବୋଲି ସ୍ପେନ କହିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories