www.samajalive.in
Monday, December 8, 2025
17.1 C
Bhubaneswar

ବୌଦ୍ଧ ଜିଲାରୁ ୩୪୭ ଆକ୍ରାନ୍ତ

ବୌଦ୍ଧ: ଗତ ଚବିଶଘଣ୍ଟାରେ ବୌଦ୍ଧ ଜିଲାରୁ ୩୪୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ସକ୍ରମଣ ସଂଖ୍ୟାକୁ ମିଶାଇ ଜିଲାରେ ମୋଟ କୋଭିଡ ରୋଗୀ ସଂଖ୍ୟା ୮୧୨୭ରେ ପହଞ୍ଚିଛି। ସେଥିରୁ ୫୦୭୮ ଜଣ କରୋନା ରୋଗୀ ସୁସ୍ଥ ହୋଇସାରିଛନ୍ତି। ଆହୁରି ୩୦୧୯ ଜଣ କରୋନା ରୋଗୀ ସକ୍ରିୟ ରହିଛନ୍ତି। ଏହି ସକ୍ରିୟ ରୋଗୀମାନେ ହୋମ ଆଇସୋଲେସନ, କୋଭିଡ କେୟାର ସେଣ୍ଟର ଓ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ବୌଦ୍ଧ ଜିଲାରେ କରୋନା ମୃତକଙ୍କ ସଂଖ୍ୟା ସରକାରୀ ଭାବେ ୩୦କୁ ପହଞ୍ଚି ଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନାରୁ ଜଣାଯାଇଛି। ରବିବାର ଆକ୍ରାନ୍ତ ହୋଇଥିବା ୩୪୭ ଜଣ ପଜିଟିଭ୍ ମଧ୍ୟରେ ବୌଦ୍ଧ ଏନ୍ଏସିରୁ ୨୩, ବୌଦ୍ଧ ବ୍ଲକରୁ ୩୬, ହରଭଙ୍ଗା ବ୍ଲକରୁ ୧୭୨ ଓ କଣ୍ଟାମାଳ ବ୍ଲକରୁ ୧୧୦ ରହିଛନ୍ତି।

 

- Advertisement -

ରବିବାର ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ହରଭଙ୍ଗା ବ୍ଲକ୍ ବାମଣ୍ଡା ପଞ୍ଚାୟତର ମେଣ୍ଡା ଗ୍ରାମରୁ ୨୭ ଜଣ, କୁଶଙ୍ଗ ପଞ୍ଚାୟତର କୁଶଙ୍ଗରୁ ୨୯ ଓ କୁମାରୀ ଗ୍ରାମରୁ ୨୫, ସରସରା ଗ୍ରାମରୁ ୪୪ ଏବଂ କଣ୍ଟାମାଳ ବ୍ଲକ କ।ମାଳରୁ ୯, ଧଉରାକୁଦରୁ ୮, ବାଘମୁଣ୍ଡାରୁ ୧୨ ଜଣ ସମେତ ଅନ୍ୟାନ୍ୟ ପ।ୟତ ଓ ଗ୍ରାମରୁ ମଧ୍ୟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories